Posted inଖେଳ

IPL ପୂର୍ବରୁ ଏହି ଟିମ୍‌ର ଅଧିନାୟକ ହେଲେ ପନ୍ତ! ୬ ଖେଳାଳିଙ୍କ ଉପରେ ୭୦ କୋଟି ଦାମ୍‌ ଲଗାଇଲା ପଞ୍ଜାବ

ନୂଆଦିଲ୍ଲୀ,୧୫।୧୧: ଆଇପିଏଲ୍‌ ୨୦୨୫ ପୂର୍ବରୁ ମେଗା ଅକ୍ସନର ଆୟୋଜନ ସାଉଦି ଆରବରେ କରାଯିବ। ନଭେମ୍ବର ୨୪ ଏବଂ ୨୫ ତାରିଖ ଏଥିଲାଗି ଚୟନ କରାଯାଇଛି। ଏଥର ୧୫୭୪ ଖେଳାଳି ନିଜ ନାମ ପଞ୍ଜିକୃତ କରିଥିବା ବେଳେ କିଏ କିଏ ବାଜି ମାରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏହା ପୂର୍ବରୁ ଭାରତୀୟ ଷ୍ଟାର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୟୁଟ୍ୟୁବ ଚ୍ୟାନେଲରେ ଏକ ମକ୍‌ ନିଲାମ କରିଥିଲେ। ଏଥିରେ ପ୍ରଶଂସକମାନେ ଆଇପିଏଲ୍‌ର ସମସ୍ତ ୧୦ ଟିମ୍‌ ଲାଗି ଦାମ୍‌ ଲଗାଇଥିଲେ, ଯେଉଁଥିରେ ପଞ୍ଜାବ ଦଳ ଅନେକ ବଡ଼ ଖେଳାଳିଙ୍କ ଉପରେ ନିଲାମ ଡାକିଥିଲା।

ମଙ୍କ ଅକ୍ସନରେ ପଞ୍ଜାବ କିଙ୍ଗ୍ସ ଟିମ୍‌ ଏଥର ୨ ଖେଳାଳିଙ୍କୁ ରିଟେନ୍‌ କରିଛି। ଦଳର ସବୁଠାରୁ ମହଙ୍ଗା ରିଟେନଶନ ଶଶାଙ୍କ ସିଂଙ୍କୁ କରାଯାଇଛି। ତାଙ୍କୁ ୫.୫ କୋଟି ଟଙ୍କାରେ କିଣାଯାଇଛି। ପ୍ରଭାସିମରନ ସିଂଙ୍କୁ ରିଟେନ କରିବା ଲାଗି ପଞ୍ଜାବ ୪କୋଟି ଟଙ୍କା ଖର୍ଚ୍ଚ କରିଛି। ସେହିଭଳି ଋଷଭ ପନ୍ତଙ୍କ ଉପରେ ବଡ଼ ଦାମ୍‌ ଲଗାଯାଇଛି।

ପନ୍ତଙ୍କୁ ଦିଲ୍ଲୀ ଟିମ୍‌ ଆଇପିଏଲ୍‌ ୨୦୨୫ ପାଇଁ ରିଟେନ କରିନାହିଁ। ଏମିତିରେ ସେ ଅକ୍ସନରେ ନଜର ଆସିବେ। ପ୍ରାରମ୍ଭିକ ଆକଳନ ଅନୁଯାୟୀ ସେ ଡିମାଣ୍ଡରେ ରହିବେ ବୋଲି ଆଶା କରାଯାଉଛି। ଅଶ୍ୱିନ ପକ୍ଷରୁ କରାଯାଇଥିବା ମକ୍‌ ଅଡିଶନରେ ମଧ୍ୟ ସେଭଳି କିଛି ନଜର ଆସିଛି। ପଞ୍ଜାବ ତାଙ୍କୁ ଅଧିନାୟକ କରିବା ଲାଗି ୨୦.୫ କୋଟିରେ କିଣିଛି। ଏହାଛଡ଼ା ଅର୍ଶଦୀପ ସିଂହଙ୍କୁ ଦଳ ୧୩.୫ କୋଟିରେ କିଣିଛି।

ଏହି ମକ୍‌ ଅକ୍ସନରେ ଫାଫ ଡୁ ପ୍ଲେସିସଙ୍କୁ ୫.୫ କୋଟି ଟଙ୍କାରେ ପଞ୍ଜାବ କିଣି ଦଳରେ ସାମିଲ କରିଛି। ସେହିଭଳି ଗ୍ଲେନ ମାକ୍ସଓ୍ବେଲ ମଧ୍ୟ ପଞ୍ଜାବକୁ ୯.୫ କୋଟିରେ ଯାଇଛନ୍ତି। ଦ୍ରୁତ ବୋଲର କାଗିସୋ ରବାଡ଼ାଙ୍କ ପାଇଁ ଦଳ ୧୦ କୋଟିର ଦାମ୍‌ ଲଗାଇଛି। ଯୁଜବେନ୍ଦ୍ର ଚହଲଙ୍କ ପାଇଁ ଅନେକ ଦଳ ଆଶାୟୀ ଥିବା ବେଳେ ପଞ୍ଜାବ ୧୧ କୋଟିରେ କିଣିଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri