Posted inଖେଳ

IPL ପୂର୍ବରୁ ଏହି ଟିମ୍‌ର ଅଧିନାୟକ ହେଲେ ପନ୍ତ! ୬ ଖେଳାଳିଙ୍କ ଉପରେ ୭୦ କୋଟି ଦାମ୍‌ ଲଗାଇଲା ପଞ୍ଜାବ

ନୂଆଦିଲ୍ଲୀ,୧୫।୧୧: ଆଇପିଏଲ୍‌ ୨୦୨୫ ପୂର୍ବରୁ ମେଗା ଅକ୍ସନର ଆୟୋଜନ ସାଉଦି ଆରବରେ କରାଯିବ। ନଭେମ୍ବର ୨୪ ଏବଂ ୨୫ ତାରିଖ ଏଥିଲାଗି ଚୟନ କରାଯାଇଛି। ଏଥର ୧୫୭୪ ଖେଳାଳି ନିଜ ନାମ ପଞ୍ଜିକୃତ କରିଥିବା ବେଳେ କିଏ କିଏ ବାଜି ମାରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏହା ପୂର୍ବରୁ ଭାରତୀୟ ଷ୍ଟାର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୟୁଟ୍ୟୁବ ଚ୍ୟାନେଲରେ ଏକ ମକ୍‌ ନିଲାମ କରିଥିଲେ। ଏଥିରେ ପ୍ରଶଂସକମାନେ ଆଇପିଏଲ୍‌ର ସମସ୍ତ ୧୦ ଟିମ୍‌ ଲାଗି ଦାମ୍‌ ଲଗାଇଥିଲେ, ଯେଉଁଥିରେ ପଞ୍ଜାବ ଦଳ ଅନେକ ବଡ଼ ଖେଳାଳିଙ୍କ ଉପରେ ନିଲାମ ଡାକିଥିଲା।

ମଙ୍କ ଅକ୍ସନରେ ପଞ୍ଜାବ କିଙ୍ଗ୍ସ ଟିମ୍‌ ଏଥର ୨ ଖେଳାଳିଙ୍କୁ ରିଟେନ୍‌ କରିଛି। ଦଳର ସବୁଠାରୁ ମହଙ୍ଗା ରିଟେନଶନ ଶଶାଙ୍କ ସିଂଙ୍କୁ କରାଯାଇଛି। ତାଙ୍କୁ ୫.୫ କୋଟି ଟଙ୍କାରେ କିଣାଯାଇଛି। ପ୍ରଭାସିମରନ ସିଂଙ୍କୁ ରିଟେନ କରିବା ଲାଗି ପଞ୍ଜାବ ୪କୋଟି ଟଙ୍କା ଖର୍ଚ୍ଚ କରିଛି। ସେହିଭଳି ଋଷଭ ପନ୍ତଙ୍କ ଉପରେ ବଡ଼ ଦାମ୍‌ ଲଗାଯାଇଛି।

ପନ୍ତଙ୍କୁ ଦିଲ୍ଲୀ ଟିମ୍‌ ଆଇପିଏଲ୍‌ ୨୦୨୫ ପାଇଁ ରିଟେନ କରିନାହିଁ। ଏମିତିରେ ସେ ଅକ୍ସନରେ ନଜର ଆସିବେ। ପ୍ରାରମ୍ଭିକ ଆକଳନ ଅନୁଯାୟୀ ସେ ଡିମାଣ୍ଡରେ ରହିବେ ବୋଲି ଆଶା କରାଯାଉଛି। ଅଶ୍ୱିନ ପକ୍ଷରୁ କରାଯାଇଥିବା ମକ୍‌ ଅଡିଶନରେ ମଧ୍ୟ ସେଭଳି କିଛି ନଜର ଆସିଛି। ପଞ୍ଜାବ ତାଙ୍କୁ ଅଧିନାୟକ କରିବା ଲାଗି ୨୦.୫ କୋଟିରେ କିଣିଛି। ଏହାଛଡ଼ା ଅର୍ଶଦୀପ ସିଂହଙ୍କୁ ଦଳ ୧୩.୫ କୋଟିରେ କିଣିଛି।

ଏହି ମକ୍‌ ଅକ୍ସନରେ ଫାଫ ଡୁ ପ୍ଲେସିସଙ୍କୁ ୫.୫ କୋଟି ଟଙ୍କାରେ ପଞ୍ଜାବ କିଣି ଦଳରେ ସାମିଲ କରିଛି। ସେହିଭଳି ଗ୍ଲେନ ମାକ୍ସଓ୍ବେଲ ମଧ୍ୟ ପଞ୍ଜାବକୁ ୯.୫ କୋଟିରେ ଯାଇଛନ୍ତି। ଦ୍ରୁତ ବୋଲର କାଗିସୋ ରବାଡ଼ାଙ୍କ ପାଇଁ ଦଳ ୧୦ କୋଟିର ଦାମ୍‌ ଲଗାଇଛି। ଯୁଜବେନ୍ଦ୍ର ଚହଲଙ୍କ ପାଇଁ ଅନେକ ଦଳ ଆଶାୟୀ ଥିବା ବେଳେ ପଞ୍ଜାବ ୧୧ କୋଟିରେ କିଣିଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri