Categories: ଖେଳ

ଡ୍ୟୁକ୍ସ ବଲ୍‌ ବ୍ୟବହାର କରିବ ନାହିଁ କ୍ରିକେଟ ଅଷ୍ଟ୍ରେଲିଆ

ମେଲବୋର୍ନ,୩ା୭ (ପି.ଟି.)-ସିଜନ ୨୦୨୦-୨୧ରୁ ପ୍ରଥମ ଶ୍ରେଣୀ କ୍ରିକେଟରେ ଆଉ ଡ୍ୟୁକ୍ସ ବଲ୍‌ ବ୍ୟବହାର ନ କରିବା ଲାଗି କ୍ରିକେଟ ଅଷ୍ଟ୍ରେଲିଆ ନିଷ୍ପତ୍ତି ନେଇଛି। ଏହି ବଲ୍‌ ଗତ ୪ ସିଜନ ଧରି କୁକାବୁରା ବଲ୍‌ ସହ ବ୍ୟବହାର ହୋଇ ଆସୁଥିଲା। ଅଷ୍ଟ୍ରେଲିଆ ୨୦୧୬-୧୭ ସିଜନଠାରୁ ଶିଫିଲ୍ଡ ସିିଲ୍‌ଡ ମ୍ୟାଚଗୁଡ଼ିକରେ ଡ୍ୟୁକ୍ସ ବଲ୍‌ ବ୍ୟବହାର କରି ଆସୁଥିଲା। କାରଣ ଏହା ଦେଶର କ୍ରିକେଟରମାନଙ୍କୁ ଇଂଲିଶ କଣ୍ଡିଶନ ପାଇଁ ପ୍ରସ୍ତୁତି କ୍ଷେତ୍ରରେ ସହାୟକ ହୋଇପାରିବ। କ୍ରିକେଟ ଅଷ୍ଟ୍ରେଲିଆର କ୍ରିକେଟ ଅପରେସନ୍ସ ମୁଖ୍ୟ ପିଟର ରୋଚ୍‌ ଡ୍ୟୁକ୍ସ ବାଦ୍‌ ଦେବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଇଂଲଣ୍ଡରେ ଆଶେସ ସରିଜ ବେଳେ ଆୟୋଜନ ଦେଶ ଡ୍ୟୁକ୍ସ ବଲ୍‌ ବ୍ୟବହାର କରିଥାଏ। ଏହି ବଲ୍‌ର ଅଷ୍ଟ୍ରେଲିଆ କଣ୍ଡିଶନ୍‌ରେ କିଭଳି ପ୍ରଭାବ ରହୁଛି ତାହା ଆମେ ଗତ ୪ଟି ସିଜନରେ ତାହାର ପରୀକ୍ଷାନିରୀକ୍ଷା କରି ଦେଖିଲୁ। ଦେଖାଗଲା ଡ୍ୟୁକ୍ସ ବଲ୍‌ରୁ ସ୍ପିନରମାନଙ୍କୁ ଫାଇଦା ମିଳୁ ନାହିଁ। ଶିଫିଲ୍ଡ ସିଲ୍‌ଡର ଗତ କେତୋଟି ସିଜନ ହେଲା ସ୍ପିନରମାନଙ୍କ ଗୁରୁତ୍ୱ ରହୁ ନାହିଁ। ଆମେ କିନ୍ତୁ ଚାହୁଁଛୁ ପ୍ରଥମଶ୍ରେଣୀ କ୍ରିକେଟରେ ସ୍ପିନରମାନେ ବୋଲିଂ କରନ୍ତୁ, ଯଦ୍ଦ୍ବାରା ଆମ ବ୍ୟାଟ୍ସମ୍ୟାନ ସ୍ପିନ ବୋଲିଂ ସାମ୍ନା କରିବାର କୌଶଳ ଶିକ୍ଷା ଲାଭ କରିପାରିବେ। ଘରୋଇ କ୍ରିକେଟରେ ଗୋଟିଏ ବଲ୍‌ ବ୍ୟବହାର କରାଗଲେ ଅଧିକ ଫାଇଦା ମିଳିବ ବୋଲି ରୋଚ୍‌ ପ୍ରକାଶ କରିଛନ୍ତି।

Share