ନକଲି କାଗଜପତ୍ରରେ କ୍ରେଡିଟ୍‌ କାର୍ଡ: ୬ ଗିରଫ

ଭୁବନେଶ୍ୱର,୨୪ା୧୨(ସୂର୍ଯ୍ୟକାନ୍ତ ବେହେରା)ନକଲି କାଗଜପତ୍ର ପ୍ରସ୍ତୁତ କରି ଲୋକଙ୍କ ଅଜାଣତରେ ତାଙ୍କ ନାଁରେ କ୍ରେଡିଟ୍‌ କାର୍ଡ ଇସ୍ୟୁ କରୁଥିଲେ। ପରେ ବିଭିନ୍ନ ହସ୍ପିଟାଲ, ଓମଫେଡ ବୁଥ୍‌ ଭଳି ବିଭିନ୍ନ ସ୍ଥାନରେ ସ୍ବାଇପ୍‌ କରି ନଗଦ ଟଙ୍କା ନେଉଥିଲେ। ଏଭଳି ଢଙ୍ଗରେ କୋଟିକୋଟି ଟଙ୍କା ଠକୁଥିବା ଏକ ରାକେଟର ୬ଜଣଙ୍କୁ ଭୁବନେଶ୍ୱର ସାଇବର ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପୁରୀ ପିପିଲି ଅଞ୍ଚଳର ମାଷ୍ଟରମାଇଣ୍ଡ ବିଜୁ ତ୍ରିପାଠୀ ଓ ତାଙ୍କ ସହଯୋଗୀ ପ୍ରସନ୍ନଜିତ ଦାସ, ମୁକେଶ ମନ୍ତ୍ରୀ, ହସ୍ପିଟାଲ ବିଲିଂ ଏଜେଣ୍ଟ ଅବ୍‌ଦୁଲ ରହେମାନ, ରାଜେଶ ଦାସ ଏବଂ ଆଇସିଆଇସିଆଇ ବ୍ୟାଙ୍କର କର୍ମଚାରୀ ପ୍ରଦୀପ କୁମାର ସାମନ୍ତରାୟ। ସେମାନଙ୍କଠାରୁ ୩ଟି ବସ୍ତାରେ ଥିବା ନଗଦ ୭ଲକ୍ଷ ୭ ହଜାର ୮୦୦ ଟଙ୍କା, ୪୫୦ ଡେବିଟ ଓ କ୍ରେଡିଟ କାର୍ଡ, ୫୦ ଚେକ୍‌ ବୁକ୍‌, ୭୮ ପାସ୍‌ବୁକ, ୬ ମୋବାଇଲ, ୬ ସ୍ବାଇପ ମେଶିନ୍‌ ଜବତ ହୋଇଥିବା ଖବରଦାତା ସମ୍ମିଳନୀରେ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଏଥିସହ ଏହି ଗ୍ୟାଙ୍ଗ୍‌ରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ଉପରେ ତଦନ୍ତ ଚାଲିଛି ବୋଲି ଡିସିପି ସିଂ କହିଛନ୍ତି। ଏନେଇ ପୋଲିସ ଏକ ମାମଲା (ନଂ ୧୩୧/୨୩) ରୁଜୁକରି ସମସ୍ତ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନାନୁସାରେ ଅଭିଯୋଗକାରୀ ରାକେଶ ପାତ୍ରପଡ଼ାରେ ଆଇସିଆଇସିଆଇ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ୩୦ ହଜାର ଟଙ୍କା ଜମା କରିଛନ୍ତି। ତେବେ ଟଙ୍କା ଆବଶ୍ୟକ ପଡ଼ିବାରୁ ସେ ଋଣ ପାଇଁ ଆବେଦନକରିବା ସମୟରେ ସିଭିଲ ଖରାପ ଥିବାରୁ ଋଣ ମଞ୍ଜୁର ହୋଇପାରି ନ ଥିଲା। ପରେ ଖୋଳତାଡ଼ ପରେ ତାଙ୍କ ନାଁରେ କ୍ରେଡିଟ କାର୍ଡ ଥିବା ଜାଣିବାକୁ ପାଇବା ସହ ତାଙ୍କ କାର୍ଡରେ ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ସାଇବର ଥାନାର ଦ୍ୱାରସ୍ଥ ହୋଇ ତାଙ୍କ ନାମକୁ ବ୍ୟବହାର କରି ଠକମାନେ ଠକେଇ କରିଥିବା ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ଅଭିଯୁକ୍ତ ବିଜୁଙ୍କ ଘରେ ଚଢାଉ କରି ଗିରଫ କରିଥିଲା। ପରେ ତାଙ୍କ ତଥ୍ୟ ଆଧାରରେ ପୋଲିସ ତାଙ୍କ ସହଯୋଗୀଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଅଭିଯୁକ୍ତମାନେ ହସ୍ପିଟାଲ ବିଲିଂ ଏଜେଣ୍ଟଙ୍କ ସହ ମିଶି ଯୋଜନାବଦ୍ଧ ଭାବେ ଠକେଇ କରୁଥିଲେ। ହସ୍ପିଟାଲଗୁଡିକ ରୋଗୀ ବିଲିଂ କରିବା ସମୟରେ ବିଲିଂ ଏଜେଣ୍ଟ ଅଭିଯୁକ୍ତଙ୍କ ନିକଟରେ ଥିବା କ୍ରେଡିଟ କାର୍ଡ ମାଧ୍ୟମରେ ସ୍ବାଇପ କରି ଟଙ୍କା ନେଉଥିଲେ। ହେଲେ ଏହି ଟଙ୍କା ସବୁ ଠକ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଯାଉଥିଲା ବୋଲି ସାଇବର ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri