ଦୁର୍ଘଟଣା ସ୍ଥଳର ସନ୍ଧାନ ମିଳିଲା, ଚିହ୍ନି ହେଉନି ମୃତଦେହ…

କାଠମାଣ୍ଡୁ, ୩୦।୫ : ନେପାଳର ସେନା ମୁସ୍ତାଙ୍ଗ ଜିଲାରେ ତାରା ଏୟାରଲାଇନ୍ସର ଦୁର୍ଘଟଣାଗ୍ରସ୍ତ ବିମାନର ଧ୍ୱଂସାବଶେଷ ସମ୍ପର୍କରେ ସୂଚନା ପାଇଛି। ସେନାର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ବ୍ରିଗେଡିୟର୍‌ ନାରାୟଣ ସିଲୱାଲ କହିଛନ୍ତି ଯେ ସେନା ଏବଂ ଉଦ୍ଧାରକାରୀ ଦଳର କର୍ମଚାରୀମାନେ ଦୁର୍ଘଟଣାସ୍ଥଳରେ ରହିଛନ୍ତି। ଏହା ସହ ଜଡିତ ସବିଶେଷ ତଥ୍ୟ ସମ୍ପର୍କରେ ଖୁବ ଶୀଘ୍ର ସୂଚନା ପ୍ରଦାନ କରାଯିବ। ସେ ଟୁଇଟ କରି କହିଛନ୍ତି ଯେ ଦୁର୍ଘଟଣା ସ୍ଥଳ ହେଉଛି ମୁସ୍ତାଙ୍ଗ ଜିଲାର ଥାସଙ୍ଗ-୨ର ସନୋସବେୟର ।

ମୁସ୍ତାଙ୍ଗର ମୁଖ୍ୟ ଜିଲା ଅଧିକାରୀ ନେତ୍ର ପ୍ରସାଦ ଶର୍ମା କହିଛନ୍ତି ଯେ ସର୍ଚ୍ଚ ଏବଂ ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ସ୍ଥାନକୁ ଉଭୟ ବାୟୁ ଏବଂ ସ୍ଥଳଭାଗରେ ଯାଉଛନ୍ତି। ନେପାଳ ପୋଲିସ ଇନ୍ସପେକ୍ଟର ରାଜ କୁମାର ତମାଙ୍ଗଙ୍କ ନେତୃତ୍ୱରେ ଏକ ଟିମ ବିମାନ ଦ୍ୱାରା ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଧିକାରୀ କହିଛନ୍ତି, ଯାତ୍ରୀଙ୍କ ମୃତଦେହକୁ ଚିହ୍ନ ହେଉନାହିଁ। ମୃତଦେହଗୁଡ଼ିକ କ୍ଷତବିକ୍ଷତ ହୋଇ ଯାଇଛି। ପୋଲିସ ମୃତଦେହ ଉଦ୍ଧାର କରୁଛି।

ଅଧିକାରୀଙ୍କ କହିବାନୁସାରେ, ଖରାପ ପାଗ ଏବଂ ମେଘୁଆ ଆକାଶ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ସ୍ଥଳରେ ପହଞ୍ଚିବା କଷ୍ଟସାଧ୍ୟ ଥିଲା। କାନାଡା ନିର୍ମିତ ଏହି ବିମାନଟି ପୋଖରା ଠାରୁ ନେପାଳର ପ୍ରସିଦ୍ଧ ପର୍ଯ୍ୟଟନ ସହର ଜୋମସୋମକୁ ଯାଉଥିଲା।

ବିମାନ ସେବା ଦ୍ୱାରା ପ୍ରକାଶିତ ଯାତ୍ରୀଙ୍କ ତାଲିକା ଅନୁଯାୟୀ ବିମାନରେ ଉପସ୍ଥିତ ଥିବା ଭାରତୀୟମାନଙ୍କ ମଧ୍ୟରେ ଅଶୋକ କୁମାର ତ୍ରିପାଠୀ, ତାଙ୍କ ସ୍ତ୍ରୀ ବୈଭବୀ ବୃନ୍ଦେକର ତ୍ରିପାଠୀ ଏବଂ ଶିଶୁ ଧନୁଷ ତ୍ରିପାଠୀ ଏବଂ ରିତିକା ତ୍ରିପାଠୀ ବୋଲି ଜଣାପଡିଛି। ଏହି ପରିବାର ମହାରାଷ୍ଟ୍ରର ଥାନେ ଜିଲାର ବାସିନ୍ଦା ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମାଙ୍କ ଉପରେ ଝୁଲୁଛି ଖଣ୍ଡା: ସବୁ ନିଷ୍ପତି ନେବ BCCI

ମୁମ୍ବାଇ,୩।୯: BCCI ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ଅଛି। ଆୟରଲାଣ୍ଡ ଏବଂ…

ଶିକ୍ଷା ବିଭାଗରେ ହଇଚଇ! ୧୨ ଛାତ୍ରୀଙ୍କୁ ବଳାତ୍କାର କଲେ ଶିକ୍ଷକ, ଭିଡିଓ ଭାଇରାଲ୍‌ ପରେ…

ପାଟନା,୩।୯: ବିହାରର ବକ୍ସର ଜିଲାରୁ ସାମ୍ନାକୁ ଆସିଛି ଏକ ସାଂଘାତିକ ଘଟଣା। ଡୁମରାଓ ପ୍ରଖଣ୍ଡର ଦୁଇଜଣ ଶିକ୍ଷକ ପ୍ରାୟ ୧୨ ଜଣ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ସହ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ହିତାଧିକାରୀଙ୍କୁ ମିଳିଲା ୨ ମାସର ଚାଉଳ, ବାକି ୩ ମାସକୁ ନେଇ…

ଅମରପାଲି,୩ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବହଳପଦର ପଞ୍ଚାୟତରେ ନୂତନ ରାଶନ କାର୍ଡ ପାଇବା ସତ୍ତ୍ୱେ ହିତାଧିକାରୀମାନେ ୫ ମାସ ଧରି ଚାଉଳ ପାଉ ନ…

ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…

ପାଟନା,୩।୯: ବିହାରର ଔରଙ୍ଗାବାଦ ଜିଲା କୁଟୁମ୍ବା ଥାନା ଅଞ୍ଚଳରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ କରି…

କରିଲୋପାଟଣା କଲେଜ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର ବିବାଦ: ରେକର୍ଡ ଯାଞ୍ଚ

ମାର୍ଶାଘାଇ,୩ା୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ମାର୍ଶାଘାଇ ବ୍ଲକ କରିଲୋପାଟଣା ମହାବିଦ୍ୟାଳୟରେ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ହସ୍ତାନ୍ତର ନେଇ ବିବାଦ ଘଟଣାରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା କେନ୍ଦ୍ରାପଡ଼ା ଉପ…

ଚାକିରି ଛାଡ଼ିଲେ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ: ଏବେ କରୁଛନ୍ତି…

ନୂଆଦିଲ୍ଲୀ,୩।୯: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ ବର୍ଦ୍ଧମାନଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଅଭିନନ୍ଦନ ବାୟୁସେନାରୁ ତାଙ୍କ ସେବା ଛାଡି…

ମହାକାଳପଡ଼ାର ଏହି ସ୍ଥାନରେ ପ୍ରତିଷ୍ଠା ହେବ ଜାହାଜ ନିର୍ମାଣ କାରଖାନା, ଏମ୍‌ପି-ବିଧାୟକଙ୍କ ଉଦ୍ୟମକୁ ନେଇ…

ମହାକାଳପଡ଼ା,୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ସଭାଗୃହଠାରେ ଅଷ୍ଟମ ପଞ୍ଚାୟତ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ…

ଘରୋଇ କଳହରୁ କରୁଣ ପରିଣତି: ସ୍ତ୍ରୀଙ୍କୁ ପ୍ରେଟୋଲ ଢାଳି ଜାଳିଦେଲେ ସ୍ବାମୀ

ପୁରୀ,୩।୯(ଅଜିତ କୁମାର ମହାନ୍ତି): ପୁରୀ ଜିଲା କୁମ୍ଭାରପଡା ଥାନା ଅଞ୍ଚଳରେ ପାରିବାରିକ କହଳକୁ ନେଇ ଏକ କରୁଣ ତଥା ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ସ୍ବାମୀସ୍ତ୍ରୀଙ୍କ ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri