ପୁଣି ଜାତୀୟ ରାଜପଥରେ ଫାଟ

ଆରଡ଼ି, ୧୯।୧ (ଡି.ଏନ.ଏ.): ଥରେ କି ଦୁଇଥର ନୁହେଁ ଲଗାତର ୭ ବର୍ଷ ହେଲା ୨୦ ନଂ. ଜାତୀୟ ରାଜପଥ ଦବୁଛି। ଯାହାକି ବୈତରଣୀ ନଦୀର ସୁରକ୍ଷା ବନ୍ଧ। ଏଠାରେ ପ୍ରତିବର୍ଷ ରାସ୍ତା ମରାମତି ହେଉଥିଲେ ମଧ୍ୟ ପୁଣି ଉକ୍ତ ନିର୍ଦ୍ଦିଷ୍ଟ ସ୍ଥାନରେ ଧସୁଛି। ଦୁଇବର୍ଷ ତଳେ ଏକ୍ସପର୍ଟ ଟିମ୍‌ ଏଠାକୁ ଆସି ମୃତ୍ତିକା ପରୀକ୍ଷା କରିବା ସହ ମରାମତି କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଫେରିଥିଲେ। ହେଲେ କିଛି ସୁଫଳ ମିଳି ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତ ସାଠିବାଙ୍କୁଡ଼ା ଓ ବୋଡ଼କ ମଝିରେ ଥିବା ଏହି ସୁରକ୍ଷା ବନ୍ଧରେ ବୁଧବାର ୩୦ ଫୁଟ ଲମ୍ବ ଓ ୧ ଫୁଟ ଗଭୀରର ଏକ ଫାଟ ସୃଷ୍ଟି ହୋଇଛି।
୨୦୨୦ରେ ହୋଇଥିବା ବନ୍ୟାରେ ଏଠାରେ ରାସ୍ତା ଦବିଥିଲା। ଗତବର୍ଷ ଠିକାଦାରଙ୍କ ଦ୍ୱାରା ମରାମତି କରାଯାଇଥିଲା। ହେଲେ ବର୍ଷକ ପରେ ରାସ୍ତାରେ ଫାଟ ସୃଷ୍ଟି ହେବାକୁ ସେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଆରଡ଼ିରୁ ଯାଜପୁର ଦେଇ କଟକ ଓ ଭୁବନେଶ୍ୱରକୁ ପ୍ରତିଦିନ ବସ୍‌, ଟ୍ରକ୍‌, ମିନି ଟ୍ରକ୍‌ ଆଦି ଯାତାୟାତ କରିଥାଏ। ଏହି ଫାଟ ସୃଷ୍ଟି ହେବା ଫଳରେ ଯାନବାହାନ ଯାତାୟାତରେ ଅସୁବିଧା ହେବାର ଆଶଙ୍କା ରହିଛି। ନିମ୍ନମାନର ମରାମତି ଯୋଗୁ ବାରମ୍ବାର ଏଭଳି ଫାଟ ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ୨୦୧୫ ଠାରୁ ଏହି ସ୍ଥାନରେ ରାସ୍ତା ବାରମ୍ବାର ଦବିବା ଓ ଧସିବା ଯୋଗୁ ଅଭାବନୀୟ ପରିସ୍ଥିତି ଉପୁଜୁଥିବା ବେଳେ ନିମ୍ନମାନର ମରାମତି କାର୍ଯ୍ୟ ତଦନ୍ତ ସାପେକ୍ଷ ବୋଲି କହିଛନ୍ତି ପୂର୍ବତନ ସରପଞ୍ଚ କିଶୋର ନାୟକ। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶୁଭସ୍ମିତା ପାଣିଙ୍କୁ ପଚାରିବାରୁ ଉକ୍ତ ସ୍ଥାନରେ ବୈତରଣୀ ନଦୀର ପାଣି ମାଡ଼ ହେଉଥିବାରୁ ରାସ୍ତା ବାରମ୍ବାର ଧସିବା ସହ ଫାଟ ମଧ୍ୟ ସୃଷ୍ଟି ହେଉଛି। ଏଠାରେ ଆଉ ଏକ ସୁରକ୍ଷା ବନ୍ଧର ଆବଶ୍ୟକତା ରହିଛି। ଏଥିଲାଗି ଅଧିକ ଅର୍ଥ ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚିଛପି ଏହି କାମ କରୁଛନ୍ତି ବିରାଟ କୋହଲି: ଫଟୋ ଭାଇରାଲ ପରେ ଜଣାପଡ଼ିଲା…

ଲଣ୍ଡନ,୩।୭:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଚାଲିଛି। ପ୍ରଥମ ମ୍ୟାଚ ବର୍ଷା ଯୋଗୁ ଧୋଇ ଯାଇଥିଲା। ଦ୍ୱିତୀୟ ମ୍ୟାଚ ଆଜି ଖେଳାଯିବ।…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୩ା୭:  ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସ୍ଥିତି ଉପରେ ଅନୁଧ୍ୟାନ କରୁଛୁ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ…

ଚମତ୍କାର କଲେ ରାହୁଲ ଦ୍ରାବିଡଙ୍କ ପୁଅ: ମହାରାଜା ଟ୍ରଫିରେ…

ନୂଆଦିଲ୍ଲୀ,୩।୭: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରାହୁଲ ଦ୍ରାବିଡଙ୍କ ବଡ଼ ପୁଅ ସମିତ ଦ୍ରାବିଡ ପୁଣିଥରେ ତାଙ୍କ ବ୍ୟାଟିଂ ଦକ୍ଷତା ସହିତ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ମହାରାଜା ଟ୍ରଫି…

କରୁର୍ ଦଳାଚକଟା; ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୪୧ ମୃତକଙ୍କ ପରିବାରକୁ ମିଳିବ ସରକାରୀ ଚାକିରି!

ଚେନ୍ନାଇ,୩ା୭: କରୁରରେ ଟିଭିକେ ନେତା ବିଜୟଙ୍କ ପ୍ରଚାର ସମୟରେ ଦଳାଚକଟାରେ ୪୧ଜଣଙ୍କ ଜୀବନ ଯଆଇଥିଲେ । ଏହି ଘଟଣାରେ ଗୁରୁବାର ଦିନ ସି ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ…

ମେଡିକାଲ ଆଗରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ

ବେଲପାହାଡ଼,୩ା୭(ସୁବାସ ପ୍ରଧାନ): ବେଲପାହାଡ଼ ପୌରାଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ କାଣ୍ଡ ଘଟିଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଉତ୍ତେଜନା ପ୍ରକାଶ…

ସବୁଜ ଭବିଷ୍ୟତ ଗଢ଼ିବା ପାଇଁ ଶପଥ ନେଲେ ଛାତ୍ରୀଛାତ୍ର, ଜଳବାୟୁ ପରିବର୍ତ୍ତନରେ…

ମହାକାଳପଡ଼ା,୩ା ୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡ଼ାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହେବ ସଜୁବ ବନାନୀ। ଏଥିପାଇଁ ସ୍କୁଲ…

Cristiano Ronaldo Retirement Plans: ବିଶ୍ୱକପ ପରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଅବସର ନେବେ? ଭଉଣୀ କହିଲେ ବଡ଼ କଥା

ଲିସବନ,.୩।୭: କ୍ରିଷ୍ଟିଆନୋ ରୋନାଲ୍ଡୋ ଗୁରୁବାର ଫିଫା ବିଶ୍ୱକପ ନକଆଉଟ ମ୍ୟାଚରେ ସବୁଠାରୁ ବୟସ୍କ ଖେଳାଳି ହୋଇ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି। ଗୁରୁବାର ରାଉଣ୍ଡ ଅଫ…

ମାଲାମାଲ ଅକ୍ଷୟ: ଗୋଟିଏ ମାସରେ ୪ ଫ୍ଲାଟ୍‌ ବିକି ଏତିକି ଟଙ୍କା କଲେ ଲାଭ

ବଲିଉଡ ଅଭିନେତା ଅକ୍ଷୟ କୁମାର କେବଳ ଚଳଚ୍ଚିତ୍ରରୁ ନୁହେଁ ବରଂ ରିଅଲ ଇଷ୍ଟେଟରୁ ମଧ୍ୟ ରୋଜଗାର କରୁଛନ୍ତି। ସାମ୍ପ୍ରତିକ ମାସ ଗୁଡ଼ିକରେ ତାଙ୍କର ପ୍ରୋଜେକ୍ଟ ‘ଭୂତ ବଙ୍ଗଳା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri