ପୁଣି ଜାତୀୟ ରାଜପଥରେ ଫାଟ

ଆରଡ଼ି, ୧୯।୧ (ଡି.ଏନ.ଏ.): ଥରେ କି ଦୁଇଥର ନୁହେଁ ଲଗାତର ୭ ବର୍ଷ ହେଲା ୨୦ ନଂ. ଜାତୀୟ ରାଜପଥ ଦବୁଛି। ଯାହାକି ବୈତରଣୀ ନଦୀର ସୁରକ୍ଷା ବନ୍ଧ। ଏଠାରେ ପ୍ରତିବର୍ଷ ରାସ୍ତା ମରାମତି ହେଉଥିଲେ ମଧ୍ୟ ପୁଣି ଉକ୍ତ ନିର୍ଦ୍ଦିଷ୍ଟ ସ୍ଥାନରେ ଧସୁଛି। ଦୁଇବର୍ଷ ତଳେ ଏକ୍ସପର୍ଟ ଟିମ୍‌ ଏଠାକୁ ଆସି ମୃତ୍ତିକା ପରୀକ୍ଷା କରିବା ସହ ମରାମତି କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଫେରିଥିଲେ। ହେଲେ କିଛି ସୁଫଳ ମିଳି ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତ ସାଠିବାଙ୍କୁଡ଼ା ଓ ବୋଡ଼କ ମଝିରେ ଥିବା ଏହି ସୁରକ୍ଷା ବନ୍ଧରେ ବୁଧବାର ୩୦ ଫୁଟ ଲମ୍ବ ଓ ୧ ଫୁଟ ଗଭୀରର ଏକ ଫାଟ ସୃଷ୍ଟି ହୋଇଛି।
୨୦୨୦ରେ ହୋଇଥିବା ବନ୍ୟାରେ ଏଠାରେ ରାସ୍ତା ଦବିଥିଲା। ଗତବର୍ଷ ଠିକାଦାରଙ୍କ ଦ୍ୱାରା ମରାମତି କରାଯାଇଥିଲା। ହେଲେ ବର୍ଷକ ପରେ ରାସ୍ତାରେ ଫାଟ ସୃଷ୍ଟି ହେବାକୁ ସେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଆରଡ଼ିରୁ ଯାଜପୁର ଦେଇ କଟକ ଓ ଭୁବନେଶ୍ୱରକୁ ପ୍ରତିଦିନ ବସ୍‌, ଟ୍ରକ୍‌, ମିନି ଟ୍ରକ୍‌ ଆଦି ଯାତାୟାତ କରିଥାଏ। ଏହି ଫାଟ ସୃଷ୍ଟି ହେବା ଫଳରେ ଯାନବାହାନ ଯାତାୟାତରେ ଅସୁବିଧା ହେବାର ଆଶଙ୍କା ରହିଛି। ନିମ୍ନମାନର ମରାମତି ଯୋଗୁ ବାରମ୍ବାର ଏଭଳି ଫାଟ ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ୨୦୧୫ ଠାରୁ ଏହି ସ୍ଥାନରେ ରାସ୍ତା ବାରମ୍ବାର ଦବିବା ଓ ଧସିବା ଯୋଗୁ ଅଭାବନୀୟ ପରିସ୍ଥିତି ଉପୁଜୁଥିବା ବେଳେ ନିମ୍ନମାନର ମରାମତି କାର୍ଯ୍ୟ ତଦନ୍ତ ସାପେକ୍ଷ ବୋଲି କହିଛନ୍ତି ପୂର୍ବତନ ସରପଞ୍ଚ କିଶୋର ନାୟକ। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶୁଭସ୍ମିତା ପାଣିଙ୍କୁ ପଚାରିବାରୁ ଉକ୍ତ ସ୍ଥାନରେ ବୈତରଣୀ ନଦୀର ପାଣି ମାଡ଼ ହେଉଥିବାରୁ ରାସ୍ତା ବାରମ୍ବାର ଧସିବା ସହ ଫାଟ ମଧ୍ୟ ସୃଷ୍ଟି ହେଉଛି। ଏଠାରେ ଆଉ ଏକ ସୁରକ୍ଷା ବନ୍ଧର ଆବଶ୍ୟକତା ରହିଛି। ଏଥିଲାଗି ଅଧିକ ଅର୍ଥ ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri