Posted inଫୁରସତ

ବାଣ ଓ ଚନ୍ଦ୍ରୟାନ

ଦୀପାବଳିରେ ଦୀପ ଜାଳି ଅନ୍ଧକାର ବିପକ୍ଷରେ ଆଲୋକର ବିଜୟ ଦିବସ ପାଳନ କରାଯାଏ। କିନ୍ତୁ ଅଧିକାଂଶ ବିଶେଷକରି ଆଜିର ଯୁବପିଢ଼ି ଦୀପ ଜାଳିବା ବଦଳରେ ବାଣ ଫୁଟେଇବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। କାରଣ, ବାଣର ଶବ୍ଦ ଓ ଆଲୋକ ସେମାନଙ୍କୁ ଆନନ୍ଦ ଦିଏ।
କିନ୍ତୁ ଦୁଃଖର କଥା, ବାରୁଦ ତିଆରିଠାରୁ ବାଣ ଫୁଟିଲା ପର୍ଯ୍ୟନ୍ତ ଜୀବନ ପ୍ରତି ବିପଦ ରହିଥାଏ ଏବଂ ଫୁଟିଲା ପରେ ପରିବେଶ ଖରାପ ହୁଏ। ବାରୁଦରୁ ବାହାରୁଥିବା ରାସାୟନିକ ଧୂଆଁ ବାୟୁମଣ୍ଡଳରେ ବିଷ ଭରିଦିଏ। ବାରୁଦ ଆଖିରେ ପଡ଼ିଲେ କିମ୍ବା ପେଟ ଭିତରକୁ ଗଲେ ରୋଗ ସୃଷ୍ଟି କରେ।
ଅଧିକାଂଶ ରାସାୟନିକ ବାଣର ଧ୍ୱନିସ୍ତର ୧୪୦ ଡେସିବେଲରୁ ଅଧିକ। ତେଣୁ ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା କ୍ଷେତ୍ରରେ ରାସାୟନିକ ବାଣର ଅନେକ ଭୂମିକା ରହିଛି। ଅତଏବ, ବାଣ ବାବଦରେ ଆମେ ଖର୍ଚ୍ଚ କରୁଥିବା ଟଙ୍କା ଆମ ପାଇଁ ସମସ୍ୟା ସୃଷ୍ଟି କରେ।
ପ୍ରତିବର୍ଷ ଭାରତରେ ବାଣ ଫୁଟେଇବାରେ ପାଖାପାଖି ୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୁଏ। ଗୋଟିଏ ଭାରତୀୟ ପରିବାର ବାଣ ବାବଦରେ ହାରାହାରି ୫୦୦୦ ରୁ ୧୦୦୦୦ ଟଙ୍କା ଖର୍ଚ୍ଚ କରିଥାଏ । କୋଟି କୋଟି ଟଙ୍କାର ବାଣ ଫୁଟିବା କଥା କହିଲେ, ଆମର ଚନ୍ଦ୍ରୟାନ କଥା ମନେପଡେ। ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ସହାୟତାରେ ଭାରତ ୩ ଥର ଚନ୍ଦ୍ରକୁ ମହାକାଶଯାନ ପଠେଇ ସାରିଛି। ଆମର ବୈଜ୍ଞାନିକମାନେ ପ୍ରଥମ ଅଭିଯାନରୁ ସଫଳତାର ସ୍ବାଦ ଚାଖିଥିଲେ ଓ ଦେଶର ଗୌରବ ବଢେଇଥିଲେ। ଏବେ ତୃତୀୟ ଅଭିଯାନର ସଫଳତା ଭାରତକୁ ଶ୍ରେଷ୍ଠ ଆସନରେ ବସେଇଛି । କିନ୍ତୁ, ଦିନେ ଭାରତକୁ ଗରିବ ବୋଲି କହି ଚନ୍ଦ୍ରଯାତ୍ରାକୁ ବିଭିନ୍ନ ମହଲରେ ଅଗ୍ରାହ୍ୟ କରାଯାଉଥିଲା ।
ହେଲେ ସେଇ ଦେଶରେ ଗୋଟିଏ ରାତିରେ ବାଣ ପୋଡିବାର ବଜେଟ ଚନ୍ଦ୍ରଯାନ ପଠେଇବା ଖର୍ଚ୍ଚଠାରୁ ବି ଅଧିକ।
୨୦୦୮ ମସିହାରେ ପ୍ରଥମ ଚନ୍ଦ୍ରଯାନ ସକାଶେ ଖର୍ଚ୍ଚ ହୋଇଥିଲା ୩୮୬ କୋଟି ଟଙ୍କା। ଏହା ଥିଲା ମୁଣ୍ଡପିଛା ୩ ଟଙ୍କା ୨୦ ପଇସା। ୨୦୧୯ ମସିହାରେ ଦ୍ୱିତୀୟ ଚନ୍ଦ୍ରୟାନ ପାଇଁ ଖର୍ଚ୍ଚ ଥିଲା ୯୭୮ କୋଟି ଟଙ୍କା, ଯାହାକି ମୁଣ୍ଡପିଛା ୭ ଟଙ୍କା ୧୦ ପଇସା। ୨୦୨୩ ମସିହାରେ ତୃତୀୟ ଚନ୍ଦ୍ରୟାନ ପାଇଁ ଖର୍ଚ୍ଚ ଥିଲା ୬୧୫ କୋଟି ଟଙ୍କା, ଯାହାକି ମୁଣ୍ଡପିଛା ୪ ଟଙ୍କା ୩୦ ପଇସା। ଏତେ କମ୍‌ ଟଙ୍କାରେ ବି ଭାରତର ଚନ୍ଦ୍ରଯାତ୍ରା ମହାକାଶ ଗବେଷଣାରେ ବିପ୍ଳବ ସୃଷ୍ଟି କରିପାରିଛି। ଆଜି ଦେଶର ଅର୍ଥନୈତିକ ବିକାଶରେ ମହାକାଶ ଗବେଷଣା ସହାୟତା କରୁଛି। ଆମେ ମହାକାଶ ବିଜ୍ଞାନୀଙ୍କ ଉପରେ ବିଶ୍ୱାସ ନ କରିବା ପାଇଁ କେଇଟା ମାତ୍ର କାରଣ ଥାଇପାରେ, କିନ୍ତୁ ସେମାନଙ୍କର ଦକ୍ଷତା ଉପରେ ପୂରା ଭରସା କରିବା ପାଇଁ ଯଥେଷ୍ଟ କାରଣ ରହିଛି ା ଯଦି ଆମେମାନେ ବାଣ ନ ଫୁଟେଇ ପରିବେଶକୁ ଦୂଷିତ ନକରି ସେଇ ଟଙ୍କାରେ ବର୍ଷକୁ ୨ ଥର ମହାକାଶଯାନ ପଠେଇବା କାମରେ ସହାୟତା କରନ୍ତେ, ତେବେ ଆମ ଦେଶ ମହାକାଶ ଗବେଷଣାରେ ସାରା ପୃଥିବୀରେ ଅଧିକରୁ ଅଧିକ ଗୌରବ ଅର୍ଜନ କରିପାରନ୍ତା। ଏବେ ସମସ୍ତେ ଭାବନ୍ତୁ, ହାବେଳି ବାଣରେ ନିଆଁ ଲଗେଇ ପରିବେଶକୁ ନଷ୍ଟ କରିବେ ନା ଚନ୍ଦ୍ରକୁ ମହାକାଶଯାନ ପଠେଇବା ପାଇଁ ଅଗ୍ନି ସଂଯୋଗ କରିବେ ।
– ଡ. କମଳାକାନ୍ତ ଜେନା, ଓ.ଇ.ଏସ୍‌-୧, ବିଜ୍ଞାନ ଏକାଡେମୀ ସଦସ୍ୟ, ଭଦ୍ରକ ସ୍ବୟଂଶାସିତ ସରକାରୀ ମହାବିଦ୍ୟାଳୟ,
ମୋ-୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri