ଶ୍ରାବଣରେ ଫାଟିଲା ଭୂଇଁ: ମରୁଡ଼ି ଆଶଙ୍କା

ନିଶ୍ଚିନ୍ତକୋଇଲି,୧୪ା୭(ଅଶୋକ କୁମାର ମହାପାତ୍ର): ଆଷାଢ ଯାଇ ଶ୍ରାବଣ ହେଲାଣି ଏହାସତ୍ତ୍ୱେ ବର୍ଷା ହେଉନାହିଁ। ଫଳରେ ଜ୍ୟେଷ୍ଠ ଓ ଆଷାଢରୁ ପଡ଼ିଥିବା ତଳି ଏବେ ନଷ୍ଟ ହେବାକୁ ବସିଲାଣି। ଅପରପକ୍ଷେ କେନାଲରେ ପାଣି ଆସୁ ନ ଥିବାରୁ ଏପର୍ଯ୍ୟନ୍ତ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ପାଣିର ଅଭାବ ଫଳରେ ଚଳିତ ଖରିଫ ଋତୁରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଫଳରେ ନିଶ୍ଚିନ୍ତକୋଇଲି ବ୍ଲକରେ ମରୁଡି ଆଶଙ୍କା ସୃଷ୍ଟି ହୋଇଛି। ଅନେକ ସମୟରେ କଳା ହାଣ୍ଡିଆ ମେଘ ଘୋଟିଆସୁଥିଲେ ମଧ୍ୟ ବର୍ଷା ହେଉନାହିଁ। ଚାଷୀମାନେ କ୍ଷେତ ପ୍ରସ୍ତୁତି କରିଥିଲେ ମଧ୍ୟ ପାଣି ଅଭାବରୁ ରୁଆପୋତା କାର୍ଯ୍ୟ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। କିଛି ସ୍ଥାନରେ ଚାଷୀ ତଳି ବଞ୍ଚାଇବା ପାଇଁ ପାଣି ମୋଟର ସାହାଯ୍ୟରେ ପାଣି ମଡାଉଥିବା ଦେଖିବାକୁ ମିଳିଛି। ଏପରିକି ସଦର କେନାଲରେ ପାଣି ଆସିଥିଲେ ମଧ୍ୟ ଶାଖା କୋନାଲ ଏପର୍ଯ୍ୟନ୍ତ ସଫା ନ ହୋଇ ପଡ଼ି ରହିଛି। ଜଳସମ୍ପଦ ବିଭାଗର ଦାୟିତ୍ୱହୀନତା ଓ ଅବହେଳା ଯୋଗୁ ଏଭଳି ପରସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।
ନିଶ୍ଚିନ୍ତକୋଇଲି ଅଞ୍ଚଳର ବହୁ ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ। ଚଳିତ ବର୍ଷ ଧାନଚାଷ କରିବା ନିମନ୍ତେ ବହୁ ଚାଷୀ ଚଢା ଦରରେ ବିହନ ଆଣି ପକାଇଥିଲେ। ତେବେ ଚଳିତ ବର୍ଷ ମୌସୁମୀରେ ଅନିୟମିତତା ଦେଖାଦେଇଛି। ଶ୍ରାବଣରେ ବର୍ଷା ପରିବର୍ତ୍ତେ ଅସହ୍ୟ ଗୁଳୁଗୁଳି ଓ ପ୍ରଚଣ୍ଡ ରୌଦ୍ରତାପ ହେଉଛି। ଫଳରେ ଚାଷୀମାନେ ତଳି ନିମନ୍ତେ ପକାଇଥିବା ବିହନଗୁଡିକ ମଧ୍ୟରୁ ଅଧିକାଂଶ ମରିଗଲାଣି। ଏପରିକି କିଛି ବିଲରେ ତଳିଗୁଡ଼ିକ ପାଚି ହଳଦିଆ ପଡ଼ିଗଲାଣି। ବହୁ ସ୍ଥାନରେ ଜଳ ଅଭାବରୁ ବିଲ ଫାଟି ଆଁ କଲାଣି । ଚାଷୀମାନେ ବର୍ଷାକୁ ଅପେକ୍ଷା କରି ନିରାଶ ହୋଇପଡିଲେଣି। ଏପରିସ୍ଥିତିରେ ସ୍ଥାନୀୟ ଜଳ ସମ୍ପଦ ବିଭାଗ ଚାଷୀଙ୍କ ନିମନ୍ତେ କାଳ ସାଜିଛି। ସ୍ଥାନୀୟ କେନ୍ଦୁପାଟଣା,ଛତା, ନଗସପୁର ଓ ବ୍ୟାରେଜ ଡିଭିଜନ ଅଧୀନରେ ଥିବା ମୁଖ୍ୟ କେନାଲ ଓ ଶାଖା କେନାଲ ଗୁଡିକ ମଧ୍ୟରୁ ଅଧିକାଂଶ ଏପର୍ଯ୍ୟନ୍ତ ସଫେଇ ହୋଇନାହିଁ। କେନାଲ ଗୁଡିକ ଘାସ ଓ ଅଳିଆ ଆବର୍ଜନାରେ ଭରି ରହିଛି। ନାମକୁ ମାତ୍ର କିଛି ସ୍ଥାନରେ କେନାଲ ସଫେଇ ହୋଇଛି। ଫଳରେ କେନାଲର ଶେଷ ମୁଣ୍ଡକୁ ପାଣି ଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏସମ୍ପର୍କରେ କେନ୍ଦୁପାଟଣା ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ ମଲିକ କୁହନ୍ତି, ସଦର କେନାଲରେ ପାଣି ଛଡାଯାଇଛି। ବହୁ ଶାଖା କେନାଲର ଉନ୍ନୟନ କାର୍ଯ୍ୟ ଚାଲୁରହିଛି, ଖୁବ ଶୀଘ୍ର ସମସ୍ତ କେନାଲରେ ପାଣି ଛଡାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri