ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି। କଂଗ୍ରେସ ଛାଡ଼ି ପ୍ରଦୀପ ମାଝି ବିଜେଡିରେ ମିଶିବା ପରେ ଝରିଗାଁ ନିର୍ବାଚନମଣ୍ଡଳୀରେ ଦଳରେ ପୂର୍ବରୁ ରହିଥିବା ଅସନ୍ତୋଷ ଫାଟ ସୃଷ୍ଟି କରିଥିଲା। ଏହି ନିର୍ବାଚନମଣ୍ଡଳୀରେ ୨ ଟାଣୁଆ ନେତା ରମେଶ ଚନ୍ଦ୍ର ମାଝି ଏବଂ ପ୍ରଦୀପ ମାଝିଙ୍କ ଗଡ଼ ରହିଥିବାବେଳେ ତାହା ଗୋଟିଏ ଦଳ ମଧ୍ୟରେ ଦୁଇ ଗୋଷ୍ଠୀର ରୂପ ନେଇଥିଲା। ବିଜେଡିର ଅସନ୍ତୋଷ ଗୋଷ୍ଠୀ ପ୍ରଦୀପ ଗୋଷ୍ଠୀରେ ସାମିଲ ହୋଇଥିଲେ l ଏହା ମଧ୍ୟରେ ଗତ ପଞ୍ଚାୟତ ନିର୍ବାଚନରୁ ସାଧାରଣ ନିର୍ବାଚନ ବିଗୁଲ୍‌ ବାଜିଲା ହେଲେ ରମେଶ ଗୋଷ୍ଠୀ ଏବଂ ପ୍ରଦୀପଙ୍କ ଗୋଷ୍ଠୀ ଗୋଟିଏ ଦଳ ଗୋଟିଏ ନିର୍ବାଚନମଣ୍ଡଳୀରେ ରହି ଏକ ହୋଇପାରି ନ ଥିଲେ l
ବିଜେଡି ଜିଲା ପର୍ଯ୍ୟବେକ୍ଷକ ଈଶ୍ୱର ପାଣିଗ୍ରାହୀଙ୍କ ନେତୃତ୍ୱରେ ଝରିଗାଁ ବ୍ଲକ୍‌ ଦେଉଳକୋଣାଠାରେ ବ୍ଲକ୍‌ ସଭାପତିଙ୍କ ସହାୟତାରେ ଏକ ବୈଠକ ଆୟୋଜନ କରାଯାଇଥିଲା। ବିଜେଡିର ଜୋନ୍‌ ସଭାପତି ମୋହନ ନାୟକ, ଚୈତନ୍ୟ ଗଣ୍ଡ, ୨୩ ପଞ୍ଚାୟତ ସଭାପତି, ୧୬ ପଞ୍ଚାୟତ ସରପଞ୍ଚ, ଜିଲା ପରିଷଦ ସଭ୍ୟ ଯମୁନା ଗଣ୍ଡ, ଶ୍ୟାମସୁନ୍ଦର ନାୟକ, ତ୍ରମିଳା ପୂଜାରୀ, ଜିଲା ଛାତ୍ର ଉପସଭାପତି ହିରଣ୍ୟ ହରିଜନ, ବ୍ଲକ୍‌ ଛାତ୍ର ସଭାପତି ମଦନମୋହନ କହାଳିଆ, ନିର୍ବାଚନମଣ୍ଡଳୀ ଯୁବ ସଭାପତି ଚିତ୍ତରଞ୍ଜନ ପାଣ୍ଡେଙ୍କ ସହ ବିଜେଡି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝି ମିଶ୍ରଣ ବୈଠକ ନେଇ ପୂର୍ବାହ୍ନରୁ ଉପସ୍ଥିତ ଥିଲେ। ଅପରାହ୍ନ ପ୍ରାୟ ୨ଟାରେ ବିଜେଡି ଜିଲା ପର୍ଯ୍ୟବେକ୍ଷକଙ୍କ ସହ ଏମ୍‌ପି ପ୍ରାର୍ଥୀ ପ୍ରଦୀପ ମାଝି ଏବଂ ତାଙ୍କ ସହଯୋଗୀମାନେ ବୈଠକ ସ୍ଥଳୀରେ ପହଞ୍ଚିଥିଲେ। ବୈଠକ ଆରମ୍ଭ ପୂର୍ବରୁ ହିଁ ଉଭୟ ଗୋଷ୍ଠୀ କର୍ମୀ ମଧ୍ୟରେ କନ୍ଦଳ ସୃଷ୍ଟି ହୋଇ ପାଟିତୁଣ୍ଡ ହୋଇଥିଲା। ଫଳରେ ୨ ଗୋଷ୍ଠୀ ମଧ୍ୟରେ ମିଶ୍ରଣ ନ ହୋଇ ପୁଣି ଅସନ୍ତୋଷ ଦେଖାଯାଇଥିଲା। ଘଟଣା ସମ୍ପର୍କରେ ଏମ୍‌ପି ପ୍ରାର୍ଥୀ ପ୍ରଦୀପ ମାଝି ଓ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝିଙ୍କୁ ପଚାରିବାରୁ ସେମାନେ ଏହାକୁ ଅସ୍ବୀକାର କରିଛନ୍ତି। ଏନେଇ ଜିଲା ପର୍ଯ୍ୟବେକ୍ଷକ ଈଶ୍ୱର ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାରୁ ୨ ନେତାଙ୍କ ମଧ୍ୟରେ କନ୍ଦଳ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ବ୍ଲକ ସଭାପତି କୌଣସି ପ୍ରକାର ବୈଠକ ଆୟୋଜନ କରୁ ନ ଥିବା ନେଇ କେତେଜଣ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ସେ କହିଥିଲେ। ଏ ନେଇ ବ୍ଲକ୍‌ ସଭାପିତ ଟିକ୍‌ଚାନ୍ଦ ମାଝିଙ୍କୁ ପଚାରିବାରୁ ଆମର ନେତା ନବୀନ ପଟ୍ଟନାୟକ। ଆମେ ଜଣେ ଜଣେ ଶୃଙ୍ଖଳିତ କର୍ମୀ। ଦଳର ସୁପ୍ରିମୋ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା କିଭଳି ସଫଳ ହେବ, ଉଭୟ ଲୋକ ସଭା ଓ ବିଧାନସଭାରେ ବିଜେଡି କିଭଳି ବିପୁଳ ବିଜୟ ହାସଲ କରିବ ତାହା କର୍ମୀଙ୍କୁ ଜଣାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri