ରସୁଲପୁର ବ୍ଲକରେ ବ୍ୟାପୁଛି ଗୋ ଚର୍ମ ବିଣ୍ଡି ରୋଗ

ରସୁଲପୁର,୮ା୧୨(ଡି.ଏନ.ଏ.):ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗୋ-ଚର୍ମ ବିଣ୍ଡି(ଲମ୍ଫି) ରୋଗ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ଯାଜପୁର ଜିଲା ରସୁଲପୁର ବ୍ଲକରେ ସେପ୍ଟେମ୍ବରରୁ ଲମ୍ଫି ରୋଗ ବଢିବାରେ ଲାଗିଛି ା ଏହି ରୋଗରେ ବହୁ ଗାଈ ବାଛୁରୀଙ୍କ ମୃତ୍ୟୁ ଘଟି ସାରିଲାଣି ା ଏ ଦିଗରେ ବ୍ଲକ ପ୍ରାଣୀ ଚିକିତ୍ସା ବିଭାଗ ବହୁ ବିଳମ୍ବରେ ଚେତିଛି ା ରୋଗ ବ୍ୟାପିବାର ୨ମାସ ପରେ ଟିକାକରଣ ଆରମ୍ଭ ହୋଇଛି ା ଫଳରେ ବହୁ ଗାଈ ବାଛୁରୀଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି ା ଇତିମଧ୍ୟରେ ଏହି ରୋଗରେ ଆକ୍ରାନ୍ତ ଶତାଧିକ ଗାଈ ବାଛୁରୀଙ୍କ ମୃତ୍ୟୁ ଘଟି ସାରିଥିବା ଅଭିଯୋଗ ହେଉଛି ା ପ୍ରତିଶୋଧକ ପାଇଁ ଟିକାକରଣ କରାଯାଉଛି ା ଏହି କାମରେ ପ୍ରାଣୀ ନିରୀକ୍ଷକମାନେ ନିୟୋଜିତ ହୋଇଛନ୍ତି ା ଜଣେ ପ୍ରାଣୀ ନିରୀକ୍ଷଙ୍କ ଉପରେ ୧୫ରୁ ଉର୍ଦ୍ଧ୍ୱ ଗାଁରେ ଟୀକାକରଣ ଦାୟିତ୍ୱ ଦିଆଯାଇଛି ା ଫଳରେ ଟିକାକରଣ କାମ ଅତି ମନ୍ଥର ଗତିରେ ଚାଲିଛି ା ତେବେ ପ୍ରଥମ ପର୍ଯ୍ୟାୟରେ ବ୍ଲକ ଅଞ୍ଚଳରେ ୧୦ହଜାର ଗାଈଗୋରୁଙ୍କୁ ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ା ବ୍ଲକ ଅଞ୍ଚଳରେ ୨୦ହଜାରରୁ ଊର୍ଦ୍ଧ୍ୱ ଗାଈଗୋରୁ ଥିବା ବେଳେ ଆରମ୍ଭରୁ ବାଛୁରୀମାନଙ୍କୁ ଟିକାକରଣରେ ସାମିଲ କରାଯାଇଛି ବୋଲି ବ୍ଲକ ପ୍ରାଣୀ ଚିକିତ୍ସା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ା
ଲମ୍ଫି ରୋଗର ଅନ୍ୟ ନାମ ଚର୍ମବିଣ୍ଡି। କେତେଜଣ ଏହାକୁ ଗୋ-ବସନ୍ତ ବୋଲି କହୁଛନ୍ତି ା ଏହି ରୋଗ ରାଜ୍ୟର ସୀମାନ୍ତ ଅଞ୍ଚଳ ପଶ୍ଚିମବଙ୍ଗରୁ ଆମ ରାଜ୍ୟକୁ ବ୍ୟାପୁଛି। ଉକ୍ତ ରୋଗରେ ପ୍ରଥମେ ସୀମାବର୍ତ୍ତୀ ଜିଲା ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳରେ ଗାଈଗୋରୁଙ୍କଠାରେ ଦେଖାଦେଇଥିଲା ା ଏହା ଏକ ବାୟୁବାହିତ ଓ ଭୁତାଣୁ ଜନିତ ରୋଗ ା ମଶା, ମାଛି, ଡାଆଁସ ଦ୍ୱାରା ବ୍ୟାପୁଥିବାରୁ କ୍ରମଶଃ ଯାଜପୁର ଜିଲାକୁ ପ୍ରଭାବିତ କରି ସାରିଛି ା ଏହି ରୋଗକୁ ନେଇ ପୂର୍ବରୁ ଯାଜପୁର ଜିଲାରେ ଆଗୁଆ ଟିକାକରଣ ଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲେ ବୋଧହୁଏ ଏହି ରୋଗରୁ ଗାଈଗୋରୁମାନଙ୍କୁ ରକ୍ଷା କରାଯାଇ ପାରିଥାଆନ୍ତା ବୋଲି ଗୋପାଳକମାନେ ମତ ରଖିଛନ୍ତି ା ଯେଉଁ ଗୋରୁମାନଙ୍କଠାରେ ରୋଗ ପ୍ରତିଶୋଧକ ଶକ୍ତି କମ୍‌ ରହୁଛି ା ସେହି ଗୋରୁମାନଙ୍କୁ ଲମ୍ଫି ରୋଗ ବିଶେଷ ଭାବେ ଆକ୍ରାନ୍ତ କରୁଛି ା ଏହି ରୋଗ ସାଧାରଣତଃ ବାଛୁରୀ ଓ ଗର୍ଭବତୀ ଗାଈମାନଙ୍କୁ ପ୍ରଭାବିତ କରୁଛି ା ରୋଗରେ ଆକ୍ରାନ୍ତ ପ୍ରାଣୀମାନଙ୍କ ଚର୍ମରେ ବିଣ୍ଡି ଭଳି ଗଣ୍ଠି ସ୍‌ୃଷ୍ଟି ହେଉଛି ା ସେହି ଗଣ୍ଠି ଫାଟି ରକ୍ତ ଝରୁଥିବା ଲକ୍ଷ୍ୟ କରାଯାଉଛି ା ଏହି ରୋଗରେ ଆକ୍ରାନ୍ତ ପଶୁମାନଙ୍କ ପାଟିରୁ ନାଳ ଗଡୁଛି, ଖାଇବା ଛାଡି ଦେଉଛନ୍ତି, ଘୁମାଇବା ସ୍ଥିତି ଦେଖାଯାଉଛି ା ଏ ଭଳି ସ୍ଥିତି ଲାଗି ରହିବାର ୩ରୁ ୪ଦିନ ପରେ ଆକ୍ରାନ୍ତ ଗୋରୁର ମୃତ୍ୟୁ ଘଟୁଛି ା ତେବେ ଆବଶ୍ୟକ ଔଷଧ ସେବନ କରାଗଲେ ଆକ୍ରାନ୍ତ ପଶୁମାନେ ସପ୍ତାହକ ପରେ ସୁସ୍ଥ ହୋଇ ଯାଉଥିବା ପ୍ରାଣୀଧନ ଚିକିତ୍ସକମାନେ କହିଛନ୍ତି ା ଅର୍ଥାତ୍‌ ରୋଗ ପ୍ରତିଶେଧକ ଶକ୍ତି ଅଧିକ ଥିବା ଗାଈ ବାଛୁରୀ ଏହି ରୋଗରେ ଆକ୍ରାନ୍ତ ହେଲେ ଆରୋଗ୍ୟ ହେବାର ସମ୍ଭାବନା ଅଧିକ ବୋଲି ମତ ପ୍ରକାଶ ପାଇଛି ା ଏହି ସମୟରେ ଗୋ-ପାଳକମାନେ ସେମାନଙ୍କ ଗାଈଗୋରୁଙ୍କୁ ଭିଟାମିନ ଯୁକ୍ତ ଖାଦ୍ୟ ଦେବାକୁ ଗୋପାଳକମାନଙ୍କୁ ଚିକିତ୍ସକମାନେ ପରାମର୍ଶ ଦେଉଛନ୍ତି ା ଏହାଛଡା ହଳଦୀ ଓ ଲିମ୍ବପତ୍ରକୁ ଆକ୍ରାନ୍ତ ଗୋରୁମାନଙ୍କ ଚର୍ମରେ ଲେପନ କରିବାକୁ କୁହାଯାଉଛି ା ଏଭଳି ହେଲେ ସେମାନଙ୍କ ଶରୀରରେ ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧି ଘଟିବ ା ଗୋରୁମାନେ ଏହି ରୋଗରେ ଆକ୍ରାନ୍ତ ହେଲେ ବି ବିପଦରୁ ମୁକୁଳି ପାରିବ ବୋଲି ଆଶା କରାଯାଉଛି ା ଏ ସଂକ୍ରାନ୍ତରେ ରସୁଲପୁର ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ସୁବ୍ରତ କୁମାର ନାୟକଙ୍କୁ ପଚାରିବାରୁ ଲମ୍ଫି ରୋଗ ପାଇଁ ଟିକା ବାହାରି ନାହିଁ ା ଛେଳିମାନଙ୍କ ଦେହରେ ଦେଖାଦେଉଥିବା ଗୋଟ ପକ୍ସ ଭାକ୍ସିନକୁ ଗୋରୁମାନଙ୍କୁ ପ୍ରଦାନ କରାଯାଉଛି ା ଏହା ଗୋରୁମାନଙ୍କ ଦେହରେ ପ୍ରଭାବୀ ହୋଇପାରୁଥିବା ଦେଖାଯାଉଛି ା ଏହି ରୋଗ ପାଇଁ ଟିକାକରଣ ଚାଲିଛି ା ଆବଶ୍ୟକ ମୁତାବକ ପ୍ରାଣୀ ନିରୀକ୍ଷକ ନ ଥିବାରୁ ଟିକାକରଣରେ ବିଳମ୍ବ ହେଉଛି ା ପ୍ରଥମ ପର୍ଯ୍ୟାୟରେ ବ୍ଲକ ଅଞ୍ଚଳରେ ୧୦ହଜାର ଗୋରୁଙ୍କୁ ଟିକା ଦିଆଯିବ ା ୨୫ନଭେମ୍ବରରୁ ଟିକାକରଣ ଆରମ୍ଭ ହୋଇଛି ା ଇତିମଧ୍ୟରେ ୫ହଜାରରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଟିକା ଦିଆସରିଲାଣି ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri