Posted inଖେଳ

ଆଇପିଏଲ୍‌ରେ କୋଭିଡ୍‌ର କଳାବାଦଲ: ବିଦେଶୀ ଖେଳାଳିଙ୍କୁ ପଠାଇବା ବ୍ୟବସ୍ଥା କରିବ ବିସିସିଆଇ

ନୂଆଦିଲ୍ଲୀ/ମେଲବୋର୍ନ,୨୮ା୪(ପି.ଟି.)-ଭାରତରେ କୋଭିଡ୍‌ର ଦ୍ୱିତୀୟ ଲହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ପାଉଥିବାରୁ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅଂଶଗ୍ରହଣ କରିବାକୁ ଆସିଥିବା ବିଦେଶୀ ଖେଳାଳିଙ୍କ ଲାଗି ଏହା ଚିନ୍ତାର କାରଣ ହୋଇଛି। ସଂକ୍ରମିତଙ୍କ ଲାଗି ଦେଶରେ ଅକ୍ସିଜେନ ଓ କିଛି ଗୁରୁତ୍ୱପୂର୍ଣ୍ଣ ଔଷଧର ଅଭାବ ଦେଖା ଦେଇଥିବାରୁ ଅନେକ ପ୍ରାଣ ହରାଉଛନ୍ତି। ତେଣୁ ଟୁର୍ନାମେଣ୍ଟ ଶେଷ ହେଲେ ନିଜ ଦେଶକୁ କିପରି ସୁରକ୍ଷିତ ଭାବେ ଫେରିବେ ସେ ନେଇ ବିଦେଶୀ ଖେଳାଳିମାନେ ଆଶଙ୍କାରେ ରହିଛନ୍ତି। କରୋନା ଏହାର କାୟାବିସ୍ତାର କରି ଚାଲିଥିବାରୁ ଆଗକୁ ଭାରତକୁ ଯାତାୟାତ କଟକଣା ଆଶଙ୍କାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ବିଦେଶୀ ଖେଳାଳି। ଭୟରେ ଆଣ୍ଡ୍ର୍ୟୁ ଟାଇ ଆଗୁଆ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି। କେନ୍‌ ରିଚାର୍ଡସନ ଓ ଆଡାମ ଜାମ୍ପା ବାଙ୍ଗାଲୋରସ୍ଥିତ ରୟାଲ ଚ୍ୟାଲେଞ୍ଜର୍ସ ବାୟୋ-ବବଲ ଛାଡ଼ି ସୋମବାର ଘରମୁହାଁ ହୋଇଛନ୍ତି। ଏହାର ଦିନକ ପରେ ଅଷ୍ଟ୍ରେଲିଆ ମେ’ ୧୫ ତାରିଖ ପର୍ଯ୍ୟନ୍ତ ଭାରତରୁ ବିମାନ ଯାତ୍ରାକୁ ସସ୍‌ପେଣ୍ଡ କରିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କିନ୍ତୁ ବିଦେଶୀ ଖେଳାଳିଙ୍କୁ ନିର୍ଭର ପ୍ରତିଶ୍ରୁତି ଦିଆଯାଇଛି। ମେ’୩୦ରେ ଟୁର୍ନାମେଣ୍ଟ ଶେଷ ହେବାମାତ୍ରେ ଖେଳାଳିମାନଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଘରେ ପହଞ୍ଚାଇବା ଦାୟିତ୍ୱ ଆମର ବୋଲି ବୋର୍ଡର ସିଓଓ ହେମାଙ୍ଗ ଅମିନ ପ୍ରକାଶ କରିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ସେମାନଙ୍କ ଫେରିବା ଲାଗି ଏକ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରିବ ବୋଲି ମୁମ୍ବାଇ ଇଣ୍ଡିଆନ୍ସର ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ କ୍ରିସ୍‌ ଲିନ୍‌ ଆଶା ପ୍ରକାଶ କରିଥିଲେ। କାରଣ ପ୍ରତିଟି ଅଷ୍ଟ୍ରେଲିଆ ଖେଳାଳିଙ୍କର ପ୍ରତିଟି ଆଇପିଏଲ ଚୁକ୍ତିର ୧୦ ପ୍ରତିଶତ ଅର୍ଥ କ୍ରିକେଟ ଅଷ୍ଟ୍ରେଲିଆ ପାଣ୍ଠିକୁ ଯାଇଥାଏ ବୋଲି ସେ ଦର୍ଶାଇଛନ୍ତି। ଏଣେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ସ୍ପଷ୍ଟ କରିଦେଇଛନ୍ତି ଯେ, ତାଙ୍କ ଦେଶର ଯେଉଁମାନେ ଆଇପିଏଲ୍‌ ସହ ସଂଶ୍ଲିଷ୍ଟ ଅଛନ୍ତି ସେମାନଙ୍କୁ କୌଣସି ସରକାରୀ ସହାୟତା ଦିଆଯିବ ନାହିଁ। ସେମାନଙ୍କୁ ନିଜସ୍ବ ବ୍ୟବସ୍ଥାରେ ଫେରିବାକୁ ହେବ। କାରଣ ସେମାନେ ଅଷ୍ଟ୍ରେଲିଆ ଜାତୀୟ ଦଳ ସହ ନୁହେଁ ଘରୋଇ ଭାବେ ଭାରତ ଗସ୍ତ କରିଛନ୍ତି। ଭାରତରେ ବର୍ତ୍ତମାନ ଦୈନିକ ହାରାହାରି ୩ଲକ୍ଷରୁ ଊର୍ଦ୍ଧ୍ୱ ନୂଆ କରୋନା ସଂକ୍ରମିତ ବାହାରୁଛନ୍ତି। ଦୈନିକ ୨,୦୦୦ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। କରୋନା ରୋଗୀଙ୍କ ଲାଗି ଦେଶରେ ଅକ୍ସିଜେନ୍‌ ଓ କିଛି ଗୁରୁତ୍ୱପୂର୍ଣ୍ଣ ଔଷଧର ଅଭାବ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri