ଟିକାକରଣରେ ଇତିହାସ ରଚିବ ଭାରତ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୧ ।୧୦: ଦେଶରେ କରୋନା ମହାମାରୀକୁ ଦୂରେଇବା ପାଇଁ ଦ୍ରୁତ ଗତିରେ ଚାଲିଛି ଟିକାକରଣ କାର୍ଯ୍ୟକ୍ରମ । ଏବେସୁଦ୍ଧା ଦେଶରେ ଏହି ଟିକାକରଣ ୯୫ କୋଟି ଅତିକ୍ରମ କରିଥିବା ଜଣାପଡିଛି । କୋ-ୱିନ ପୋର୍ଟଲର ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟା ୭ଟା ସୁଦ୍ଧା ୪୪ ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ କହିଛନ୍ତି ଆଗାମୀ ଦିନରେ ଟିକାକରଣରେ ଭାରତ ଇତିହାସ ରଚିବ । ଏକ ଟୁଇଟ୍ କରି ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେବାସହ ସମସ୍ତେ ଟିକା ନେବାକୁ ସେ ଅପିଲ କରିଛନ୍ତି । କହିଛନ୍ତି ଆପଣ ଟିକା ନେବା ସହ ଆପଣଙ୍କ ପ୍ରିୟ ପରିଜନଙ୍କୁ ବି ଟିକା ନେବାକୁ କୁହନ୍ତୁ । ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ଚାଲିଯାଇଥିବା ବେଳେ ଏବେ ଆରମ୍ଭ ହୋଇଯାଇଛି ଏହାର ତୃତୀୟ ଲହର । ଆଗକୁ ପାର୍ବଣ ଋତୁ ସହ ଶୀତ ପାଖେଇ ଆସୁଥିବାରୁ ଏବେଠାରୁ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଲାଣି । ତେଣୁ ସମସ୍ତେ କରୋନା ନିୟମ ମାନି ଚଳିଳେ ଏହାକୁ ସହଜରେ ଏଡାଇ ଦେଇ ହେବ ବୋଲି ସରକାରଙ୍କ ପକ୍ଷରୁ ଅପିଲ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ପାଇଁ ଭୋଟ ମାଗିବାବେଳେ ଭାବପ୍ରବଣ ହେଲେ କଂଗ୍ରେସ ନେତା

ଡେରାଡୁନ,୨।୨:କଂଗ୍ରେସ ନେତା ହରିଶ ରାୱତ ବୁଧବାର ଝିଅ ଅନୁପମା ରାୱତଙ୍କ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି। ଅନୁପମା ହେଉଛନ୍ତି ହରିଦ୍ୱାର ଗ୍ରାମୀଣ ବିଧାନସଭାର କଂଗ୍ରେସ ପ୍ରାର୍ଥୀ। ହରିଶ...

ସିରିଞ୍ଜ୍‌ ନିର୍ମାଣକାରୀ ସର୍ବବୃହତ୍‌ କମ୍ପାନୀରେ ତାଲା …

ନୂଆଦିଲ୍ଲୀ ୧୧।୧୨: କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ନେଇ ଦେଶରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ସିରିଞ୍ଜ୍‌ ନିର୍ମାଣକାରୀ ସର୍ବବୃହତ୍‌ କମ୍ପାନୀରେ ତାଲା ପଡ଼ିଛି। କରୋନା ମହାମାରୀ...

ଜମ୍ମୁ-କଶ୍ମୀର: ୭ ମାସ ପରେ ସୋସିଆଲ ମିଡିଆ ଉପରୁ ହଟିଲା କଟକଣା

ଶ୍ରୀନଗର,୪।୩: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଯିବା ପରେ ଘାଟିରେ ସୋସିଆଲ ମିଡିଆ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ବୁଧବାର ଦୀର୍ଘ ୭ମାସ ପରେ ଘାଟିରୁ...

ଦାଉଦ ଇବ୍ରାହିମ୍‌ଙ୍କ ମୃତ୍ୟୁ ନେଇ ଚର୍ଚ୍ଚା ଜାରି

ନୂଆଦିଲ୍ଲୀ, ୬।୬: ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କ ମୃତ୍ୟୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜୋର୍‌ ଧରିଛି। କରୋନା ସଂକ୍ରମଣରେ ତାଙ୍କର ମୃତ୍ୟୁ...

ପଲିଟିକାଲ୍‌ ଜେନେରାଲ

ଭାରତୀୟ ସ୍ଥଳସେନାର ପୂର୍ବତନ ମୁଖ୍ୟ ଜେନେରାଲ ବିପିନ ରାଓ୍ବତ୍‌ଙ୍କୁ ଅବସର ପରେ ତତ୍କାଳ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ନିଯୁକ୍ତ କରାଯାଇଥିଲା।...

୨୦୧୪ରେ ଆସିଥିବା ଲୋକେ ୨୦୨୪ରେ ରହିବେ କି, ମୋଦିଙ୍କୁ ନୀତୀଶଙ୍କ ପ୍ରଶ୍ନ…

ପାଟନା, ୧୦।୮ : ଜେଡ଼ିୟୁ ନେତା ନୀତୀଶ କୁମାର ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ସେ...

ଜେଏନୟୁରେ ଦି କେରଲା ଷ୍ଟୋରିର ସ୍କ୍ରିନିଂ: ବିରୋଧ କଲେ କଂଗ୍ରେସ-ବାମପନ୍ଥୀ ଛାତ୍ର ସଂଗଠନ…

ନୂଆଦିଲ୍ଲୀ,୩।୫ : ଜିହାଦ, ଧର୍ମାନ୍ତରୀକରଣ ଏବଂ ଆତଙ୍କବାଦ ସହ ଜଡିତ ପ୍ରକୃତ ଘଟଣା ଉପରେ ଆଧାରିତ ବୋଲି ଦାବି କରୁଥିବା ଫିଲ୍ମ ଦି କେରଲା ଷ୍ଟୋରି...

ମମତାଙ୍କୁ ଧମକ ଦେଲେ ଟିଏମସି ବିଧାୟକ ଅବଦୁଲ କରିମ

କୋଲକାତା,୧୭।୭: ତ୍ରୁଣ ମୂଳ କଂଗ୍ରେସ(ଟିଏମସି)ର ଜଣେ ବିଧାୟକ ରବିବାର ନିଜ ଦଳକୁ ଧମକ ଦେଇଛନ୍ତି। ସେ କହିଛନ୍ତି ବିରୋଧୀମାନଙ୍କ ଦ୍ୱାରା ତାଙ୍କ ପରିଚିତ ଲୋକଙ୍କ ଉପରେ...

Advertisement
Archives

Model This Week