ବିଶେଷଜ୍ଞଙ୍କ ଦାବି ସବୁଦିନ ପାଇଁ ରହିବ ନାହିଁ କରୋନା, ଖୁବଶୀଘ୍ର ହେବ ଶେଷ

ୱାଶିଂଟନ,୧୬ ।୧: ସାରା ବିଶ୍ୱ କରୋନା ମହାମାରୀର ନୂଆ ନୂଆ ଭାରିଏଣ୍ଟକୁ ଦେଖି ସାରିଲାଣି । ଏହାର ଭୟାବହତାକୁ ବି ଅଙ୍ଗେ ଲିଭାଇଲାଣି । କରୋନା ସବୁକ୍ଷେତ୍ରରେ ପ୍ରଭାବ ପକାଇ ସାରିଲାଣି । ଫଳରେ ଲୋକେ ବହୁ ସମସ୍ୟାର ସାମ୍ନା କଲେଣି । ଏହା ସହ ଭାରତ ୧୬ ଜାନୁୟାରୀ ୨୦୨୧ରେ କରୋନା ବିରୋଧରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଏକ ବର୍ଷ ମଧ୍ୟରେ ୧୫୭ କୋଟି ଡୋଜ ଟିକା ଦେଇ ଏକ ରେକର୍ଡ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।
ଇତିମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ୱାଶିଂଟନର ବୈଜ୍ଞାନିକ ତଥା ଭାଇରୋଲୋଜିଷ୍ଟ ଡା. କୁତୁବ ମେହେମ୍ମୁଦ ଗଣମାଧ୍ୟମକୁ କହିଛନ୍ତି କରୋନା ବିରୋଧରେ ଟିକାକରଣ ସବୁଠାରୁ ବଡ ଓ ମଜଭୁତ ଅସ୍ତ୍ର । ମହାମାରୀ ସବୁଦିନ ପାଇଁ ରହିବ ନାହିଁ । ଏବେ ଏହା ଶେଷ ହେବାର ସମୟ ଆସିଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ସତରଞ୍ଜ ବା ଏହି ଚେସ ଖେଳରେ କେହି ବିଜେତା ନୁହେଁ । ଏବେ ଏହା ଡ୍ର ହେବାକୁ ଯାଉଛି । ଯେଉଁଠି ଭାଇରସ ଲୁଚିଯିବ ଓ ଆମେ ବାସ୍ତବରେ ବିଜୟି ହେବା । ଏହାପରେ ଫେସମାସ୍କରୁ ଆମକୁ ଛୁଟି ମିିଳିଯିବ । ଏପଟେ ଗୋଟିଏ ବର୍ଷ ମଧ୍ୟରେ ୬୦ ପ୍ରତିଶତ ଟିକାକରଣ କରାଯାଇଥିବାରୁ ସେ ଭାରତର ପ୍ରଶଂସା କରିଛନ୍ତି ।
ଡା. କୁତୁବ ମେହେମ୍ମୁଦ କହିଛନ୍ତି ଆମେ ମହାମାରୀର ଶେଷ ପର୍ଯ୍ୟାୟରେ ଖୁବ୍‌ଶୀଘ୍ର ପହଞ୍ଚିଯିବା । ସେଥିପାଇଁ ସେ ଆଶା କରିଛନ୍ତି ଆମେ ଯେତେଶୀଘ୍ର ବର୍ଷର ଆଗକୁ ଆଗକୁ ଯିବା ସେତେ ଶୀଘ୍ର ଆମେ ମହାମାରୀଠାରୁ ବାହାରକୁ ଆସିଯିବା । ଭାଇରସ ତା’ର ସ୍ୱରୂପ ବଦଳାଇ ଚାଲିଛି । ମଣିଷ ଦେହରେ ଅନୁକୂଳ ହେବାକୁ ବା ବଞ୍ଚି ରହିବାକୁ ମ୍ୟୁଟେସନ ତିଆରି କରିବାକୁ ଚେଷ୍ଟା କରିଥାଏ, ଯାହା ଫଳରେ ସେ ବଞ୍ଚି ରହିବ । ଏହା ହେଉଛି ମଣିଷ-ଭାଇରସ ମଧ୍ୟରେ ଏକ ଚେସ ଖେଳ ସଦୃଶ ।
ଚେସ ଖେଳର ଉଦାହରଣ ସେ ଏଇଥିପାଇଁ ଦେଇଛନ୍ତି ଯେ, ଭାଇରସ ତା’ର ଚାଲ ଚଳାଉଥିବା ବେଳେ ମଣିଷ ବି ତା’ର ଚାଲ ଚଳାଇଛି । ଆମ ପାଖରେ ରହିଛି ଛୋଟ ଛୋଟ ଚାଲ, ଯେମିତିକି ଫେସ ମାସ୍କ, ସାନିଟାଇଜର ଓ ସୋସିଆଲ ଡିଷ୍ଟାନସିଂ । ଏହାସହ ଟିକା, ଆଣ୍ଟିଭାଇରାଲ ଓ ଆଣ୍ଟିବଡି । ଏସବୁ ପରେ ଭାଇରସ ନିଶ୍ଚିତ ଭାବେ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ଡା. କୁତୁବ ମେହେମ୍ମୁଦ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri