୮ ରାଜ୍ୟରେ ବଢ଼ୁଛି କୋଭିଡ୍‌ ସଂକ୍ରମଣ

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ଗତ କିଛି ଦିନ ହେବ ଦେଶରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କୋଭିଡ୍‌ ସ୍ଥିତି ଆକଳନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବଢୁଥିବା କୋଭିଡ୍‌-୧୯କୁ ପ୍ରତିହତ ଲାଗି ସ୍ବାସ୍ଥ୍ୟ ଭିତ୍ତିଭୂମି ଯଥା ଲଜିଷ୍ଟିକ୍ସ, ଔଷଧ, ଟିକାକରଣ ଅଭିଯାନର ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଦ୍ୱାରା ବିଶ୍ୱର କୋଭିଡ ସ୍ଥିତି ଉପରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଭାରତରେ କୋଭିଡ୍‌ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। କେରଳ, ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା, ଉତ୍ତରପ୍ରଦେଶ, ତାମିଲ୍‌ନାଡୁ, କର୍ନାଟକ ଏବଂ ରାଜସ୍ଥାନ ଆଦି ୮ଟି ରାଜ୍ୟରେ ଅଧିକାଂଶ ମାମଲା ଦେଖାଦେଇଛି। ଏହି ରାଜ୍ୟର ହାରାହାରି ୯୨ ପ୍ରତିଶତ ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି। ଜାନୁୟାରୀ ୨୦୨୩ଠାରୁ ବିଭିନ୍ନ ପ୍ରକାରର ଜେନୋମ ସିକ୍ୱେନ୍ସିଂର ସୂଚନା ବୈଠକରେ ଉପସ୍ଥାପନ କରାଯାଇଥିଲା। ଭାରତରେ ଦେଖାଯାଉଥିବା ଭାରିଏଣ୍ଟ, ଟିକାକରଣର ସ୍ଥିତି, ଔଷଧ ଉପଲବ୍ଧତା ଏବଂ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା। କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟକ୍ରମର ବ୍ୟୟ, ଔଷଧ ଏବଂ ଟିକା ଲାଗି ଆବଶ୍ୟକ କଞ୍ଚାମାଲ ପାଇଁ ବଜେଟ ବ୍ୟବସ୍ଥାର ମଧ୍ୟ ସମୀକ୍ଷା ହୋଇଥିଲା। ବିସ୍ତୃତ ଉପସ୍ଥାପନା ପରେ ଡ. ମିଶ୍ର ସ୍ଥାନୀୟ ଅଞ୍ଚଳରେ ବଢୁଥିବା ମାମଲାର ପରିଚାଳନା ପାଇଁ ଉପ-ଜିଲାସ୍ତରରେ ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପଲବ୍ଧ ହେବା ଜରୁରୀ ଏବଂ ରାଜ୍ୟମାନଙ୍କ ସହିତ ପରାମର୍ଶରେ ଏହା ନିଶ୍ଚିତ ହୋଇପାରିବ ବୋଲି କହିଥିଲେ। ବଢୁଥିବା ସ୍ଥିତିକୁ ଆଧାର କରି ରାଜ୍ୟଗୁଡିକୁ ମାର୍ଗଦର୍ଶନ କରିବା ପାଇଁ ଉପଦେଶଗୁଡ଼ିକ ମୂଲ୍ୟାଙ୍କନ କରାଯିବା ଉଚିତ୍‌ ଏବଂ ସେହି ଅନୁଯାୟୀ ଅପ୍‌ଡେଟ କରାଯିବା ଉଚିତ୍‌ ନେଇ ପରାମର୍ଶ ଦେଇଥିଲେ। ଟେଷ୍ଟ-ଟ୍ରାକ୍‌-ଟ୍ରିଟ୍‌-ଟିକାକରଣ ଏବଂ କୋଭିଡ୍‌ ଉପଯୁକ୍ତ ଆଚରଣ ପାଳନ ପାଇଁ ସମୟ ପରୀକ୍ଷିତ ପଞ୍ଚସୂତ୍ରୀ ରଣନୀତି ଲାଗୁ କରାଯିବା ଆବଶ୍ୟକ ବୋଲି ମିଶ୍ର କହିଥିଲେ। ବଢୁଥିବା ହଟ୍‌ସ୍ପଟ ଚିହ୍ନଟ ଉପରେ ଧ୍ୟାନ ଦେବା ସହ ରାଜ୍ୟଗୁଡିକ ଆଇଏଲ୍‌ଆଇ/ଏସ୍‌ଏଆର୍‌ଆଇ ମାମଲାର ଧାରା ଉପରେ ନଜର ରଖିବା ଉଚିତ୍‌ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ବୈଠକରେ କ୍ୟାବିନେଟ ସଚିବ ରାଜୀବ ଗୌବା, ନୀତି ଆୟୋଗର ସଦସ୍ୟ ଡ. ବିନୋଦ ପଲ, ଅର୍ଥ ସଚିବ ଟି.ଭି. ସୋମନାଥନ, ଫାର୍ମାସ୍ୟୁଟିକାଲ ସଚିବ ଏସ୍‌. ଅପର୍ଣ୍ଣା, ବେସାମରିକ ବିମାନ ଚଳାଚଳ ସଚିବ ରାଜୀବ ବଂଶଲ, ଆୟୁଷ ସଚିବ ରାଜେଶ କୋଟେଚା, ଆଇସିଏମ୍‌ଆର ମହାନିର୍ଦ୍ଦେଶକ ରାଜୀବ ଭାଲ୍‌, ବାୟୋଟେକ୍ନୋଲୋଜି ସଚିବ ରାଜେଶ ଏସ ଗୋଖଲେ ଏବଂ ସୂଚନା ଏବଂ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ରା ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri