ଅସମ୍ଭାଳ କଲାଣି ତାତି

ଭୁବନେଶ୍ୱର, ୨୦ା୪(ବ୍ୟୁରୋ): ନିୟନ୍ତ୍ରଣକୁ ଆସୁନି ତାତି। ଆଜି କମିବ କାଲି କମିବ ଶୁଣି ଶୁଣି ମନ ଭାଙ୍ଗିଗଲାଣି। କେବେ ତାତିରୁ ତ୍ରାହି ମିଳିବ ତାହା କହିବା ମୁସ୍କିଲ। ବେଳକୁ ବେଳ ଅସହ୍ୟ ହେଉଛି ଗ୍ରୀଷ୍ମର ଜ୍ୱାଳା। ପାଣିପାଗ ଅନୁମାନ ମଧ୍ୟ କାମ କରୁନି। ସାରା ରାଜ୍ୟରେ ଖରାର ପ୍ରକୋପ ଅସମ୍ଭାଳ କରି ପକାଇଛି। ପ୍ରତ୍ୟେକ ଦିନ ୧ରୁ ୨ ଡିଗ୍ରୀ ତାପମାତ୍ରା ବଢ଼ିଯାଉଛି। ପ୍ରଚଣ୍ଡ ଗ୍ରୀଷ୍ମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ସକାଳ ୮ଟାରୁ ମାଡ଼ିଆସୁଛି ପ୍ରଚଣ୍ଡ ଗ୍ରୀଷ୍ମ। ସନ୍ଧ୍ୟା ୬ଟା ଯାଏ ମଧ୍ୟ ଗରମ ପବନରୁ ନିସ୍ତାର ମିଳୁନି। ରାତିରେ ଖରା ନ ଥିଲେ ମଧ୍ୟ ଗୁଳୁଗୁଳି କଲବଲ କରୁଛି। ଫ୍ୟାନ୍‌ ପବନ କାମ ଦେଉନାହିଁ। ମଣିଷ, ଜୀବଜନ୍ତୁ ସମସ୍ତେ ଛଟପଟ। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ୨୨ ତାରିଖ ଯାଏ ତାତି ପ୍ରକୋପ ଜାରି ରହିବ। ଗୁରୁବାର ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଦେବଗଡ଼ ଏବଂ ଅନୁଗୋଳର କେତେକ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରି ଜାରି ରହିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ବୁଧବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୪୨ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଥିବା ବେଳେ ୨ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି ା ସେହିପରି ୧୦ଟି ସ୍ଥାନରେ ପାରଦ ୪୩ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ବାରିପଦାରେ ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ନୂଆପଡ଼ା ୪୪.୪, ବଲାଙ୍ଗୀର ୪୪, ବୌଦ୍ଧ ୪୩.୯, ତାଳଚେର ୪୩.୮, ଅନୁଗୋଳ ୪୩.୭, ଝାରସୁଗୁଡ଼ା ୪୩.୬, ରାଉରକେଲା ୪୩.୩, ସମ୍ବଲପୁର ୪୩.୨, ଟିଟିଲାଗଡ଼ ୪୩.୧, ସୁନ୍ଦରଗଡ଼ ୪୩, ସୋନପୁର ୪୨.୫, ଭୁବନେଶ୍ୱର ୪୨.୫, ଭବାନୀପାଟଣା ୪୨.୫, ହୀରାକୁଦ ୪୨.୪, କଟକ ୪୨.୨, ଢେଙ୍କାନାଳ ୪୨, ନୟାଗଡ଼ ୪୨, ପାରଳାଖେମୁଣ୍ଡି ୪୧.୮, କେନ୍ଦ୍ରାପଡ଼ା ୪୧.୮, ଜଗତ୍‌ସିଂହପୁର ୪୧.୫, ଦେବଗଡ଼ ୪୧.୪, ଯାଜପୁର ୪୧, କେନ୍ଦୁଝର ୪୧, ଭଦ୍ରକ ୪୧, ଚାନ୍ଦବାଲି ୪୦.୯, ମାଲକାନଗରି ୪୦.୯, ବରଗଡ଼ ୪୦.୬, ଖୋର୍ଦ୍ଧା ୪୦.୫ ଏବଂ ରାୟଗଡ଼ାରେ ସର୍ବାଧିକ ତାପମାତ୍ରା ୪୦.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri