Posted inଖେଳ

କୋଭିଡ୍‌ ସ୍ବାସ୍ଥ୍ୟକର୍ମୀ ଜିତିଲେ ସ୍ବର୍ଣ୍ଣ

ଟୋକିଓ, ୨୬ା୭ (ପି.ଟି.)-ଇରାନର ଜଣେ କୋଭିଡ୍‌ ସ୍ବାସ୍ଥ୍ୟକର୍ମୀ ଜାଭେଦ୍‌ ଫରୋଚି ଅଲିମ୍ପିକ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଚାମ୍ପିୟନ ହୋଇଛନ୍ତି। ଟୋକିଓ ଗେମ୍ସରେ ଅଂଶଗ୍ରହଣ କରିବା ଲାଗି ଆସିବା ପୂର୍ବରୁ ସେ ଏକ ହସ୍ପିଟାଲର କୋଭିଡ୍‌ ଓ୍ବାର୍ଡରେ ଜଣେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟକରୁଥିଲେ। ୪୧ ବର୍ଷୀୟ ଫରୋଚି ଶନିବାର ୨୪୪.୮ ପଏଣ୍ଟ ସହ ଅଲିମ୍ପିକ ରେକର୍ଡ କରି ସ୍ବର୍ଣ୍ଣ ଜିତିଛନ୍ତି। ଏହି ଇଭେଣ୍ଟର କ୍ୱାଲିଫିକେଶନରେ ଭାରତର ସୌରଭ ଚୌଧାରୀ ଶୀର୍ଷରେ ରହିବା ପରେ ୭ମ ସ୍ଥାନରେ ରହିଥିଲେ। ସେ କହିଛନ୍ତି ଅଲିମ୍ପିକ ଇତିହାସରେ ପିସ୍ତଲ ଓ ରାଇଫଲରେ ଚାମ୍ପିୟନ ହେବାରେ ଇରାନର ପ୍ରଥମ ଶୁଟର। ଏପରିକି ତାଙ୍କ ଦେଶରୁ ପୂର୍ବରୁ ଜଣେ କେହିହେଲେ ଏକ ବ୍ରୋଞ୍ଜ ଜିତିବାରେ ସକ୍ଷମ ହୋଇପାରି ନ ଥିଲେ। ସେ ସ୍ବର୍ଣ୍ଣ ଜିତିପାରିଥିବାରୁ ଖୁବ୍‌ ଆନନ୍ଦିତ ଅଛନ୍ତି। କୋଭିଡ୍‌ ମହାମାରୀ ସମୟରେ ଜଣେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରୁଥିବାରୁ ସେ ଲୋକମାନଙ୍କ ନିକଟରେ ବିଶେଷ ଜଣାଶୁଣା ନୁହନ୍ତି। ଗତବର୍ଷ ସେ କରୋନା ସଂକ୍ରମିତ ହୋଇଥିଲେ। ସୁସ୍ଥ ହେବାପରେ ସେ ପୁଣି ହସ୍ପିଟାଲ କାର୍ଯ୍ୟରେ ଯୋଗ ଦେଇଥିଲେ ଏବଂ ଅଲିମ୍ପିକ୍ସ ପାଇଁ ପୁଣି ଟ୍ରେନିଂ ଆରମ୍ଭ କରିଥିଲେ। ପରେ ସେ ଦ୍ୱିତୀୟ ଥର କରୋନା ସଂକ୍ରମିତ ହୋଇଥିଲେ। ଏଥିଯୋଗୁ ସେ ଏକମାସରୁ ଊର୍ଦ୍ଧ୍ୱ ସମୟ ଟ୍ରେନିଂ ଛାଡ଼ି ଦେଇଥିଲେ। ପରେ ସେ ପୁଣି ଅଲିମ୍ପିକ୍ସ ପାଇଁ ଟ୍ରେନିଂ ଆରମ୍ଭ କରିଦେଇଥିଲେ। ଏହି ଭେଟେରାନ ଶୁଟର ଚଳିତ ବର୍ଷ ଚମତ୍କାର ଫର୍ମରେ ଅଛନ୍ତି। ଜୁନ୍‌ରେ କ୍ରୋଏସିଆରେ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ସେ ସ୍ବର୍ଣ୍ଣ ଜିତିଥିଲେ। ମାର୍ଚ୍ଚରେ ଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱକପ୍‌ରେ ମଧ୍ୟ ସେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

୨୦୨୭ ଆଇପିଏଲ୍‌ ଆଗୁଆ ହୋଇପାରେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୮ା୬- ମେ’ ମାସର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ଲାଗି ବିସିସିଆଇ ଆଇପିଏଲ୍‌କୁ ଆଗୁଆ କରିବାକୁ ଯୋଜନା ଚଳାଇଛି। ଆସନ୍ତା ବର୍ଷଠାରୁ ପରବର୍ତ୍ତୀ ସଂସ୍କରଣ ଲାଗି ମାର୍ଚ୍ଚ…

ମ୍ୟାଚ୍‌ ପୂର୍ବରୁ ଟ୍ରେନିଂ କ୍ୟାମ୍ପ ପାଖରେ ଖସିଲା ଡ୍ରୋନ

ଗୁଆଡାଲାଜାରା,୧୮ା୬: ମେକ୍ସିକୋ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦକ୍ଷିଣ କୋରିଆର ଜାତୀୟ ଫୁଟବଲ ଦଳର ଟ୍ରେନିଂ କ୍ୟାମ୍ପ ପାଖରେ ଗୁରୁବାର ଉଡ଼ୁଥିବା ଏକ ଡ୍ରୋନକୁ ମେକ୍ସିକାନ ସାମରିକ ବାହିନୀ…

Video: ପ୍ରକୃତ ବିଜୟ ପୂର୍ବରୁ ଉତ୍ସବ ପାଳିଲେ ଖେଳାଳି, ତା’ପରେ ପୁଣି ପଡ଼ିଆକୁ ଫେରିଲେ, ହେଲେ ପୂର୍ବରୁ ଷ୍ଟମ୍ପଗୁଡ଼ିକୁ ଟାଣି ସାରିଥିଲେ

ନୂଆଦିଲ୍ଲୀ,୧୮।୬: ଛତିଶଗଡ଼ କ୍ରିକେଟ ପ୍ରିମିୟର ଲିଗର ତୃତୀୟ ସଂସ୍କରଣରେ ଶେଷ ଓଭରର ଘଟଣାଗୁଡ଼ିକ ବହୁତ ମଜାଦାର ଥିଲା। ପରାଜିତ ଦଳ ସ୍ବାଭାବିକ ଭାବରେ ନିରାଶ ହୋଇଥିଲେ ମଧ୍ୟ,…

ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା; ଦଳର ଅଧିନାୟକ ନୂଆ ଖେଳାଳି

ନୂଆଦିଲ୍ଲୀ,୧୮।୬: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଗୁରୁବାର (ଜୁନ ୧୮) ଭାରତୀୟ ମହିଳା ଦଳ ବିପକ୍ଷରେ ଐତିହାସିକ ଏକମାତ୍ର ଟେଷ୍ଟ ପାଇଁ ୧୫ ଜଣିଆ…

ବୈଭବ ସୂର୍ଯ୍ୟବଂଶୀଙ୍କ ଲଢ଼େଇ ଉପରେ ବିସିସିଆଇ ଦେଲା ଏଭଳି ବୟାନ, ସମସ୍ତେ ଚକିତ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ’ଏ’ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି, ଯେଉଁଠାରେ ତ୍ରିଦେଶୀୟ ସିରିଜ (ଟ୍ରାଇ-ନେସନ ସିରିଜ) ଖେଳାଯାଉଛି। ଏହି ସିରିଜରେ ଶ୍ରୀଲଙ୍କା ‘ଏ’ ଏବଂ…

ଏମିତି ରେକର୍ଡ କଲେ ସ୍ମୃତି ମନ୍ଧାନା, କୋଶେ ଦୂରରେ ରିହିବେ ପୁରୁଷ କ୍ରିକେଟର

ନୂଆଦିଲ୍ଲୀ,୧୮।୬: ସ୍ମୃତି ମନ୍ଧାନା ଆଇସିସି ମହିଳା ବିଶ୍ୱକପ 2026 ରେ ତାଙ୍କର କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ; ପାକିସ୍ତାନ ବିପକ୍ଷରେ ୬୮ ରନର ଇନିଂସ ପରେ,…

ଫିଫା ବିଶ୍ୱକପ୍‌: ରୋନାଲ୍ଡୋଙ୍କ ରେକର୍ଡ ଭାଙ୍ଗିଲେ ମେସି

ଇଷ୍ଟ ରଦରଫୋର୍ଡ (ଆମେରିକା),୧୮।୬: ଫୁଟ୍‌ବଲ ସୁପର ଷ୍ଟାର ଲିଓନେଲ ମେସିଙ୍କ ହାଟ୍ରିକ୍‌ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ୩-୦ ଗୋଲରେ ଆଲ୍‌ଜେରିଆକୁ ପରାସ୍ତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri