Posted inଜାତୀୟ

୭.୧ କୋଟିଙ୍କୁ ଦରିଦ୍ର କରିଛି କୋଭିଡ୍‌

ନୂଆଦିଲ୍ଲୀ,୮ା୧୦: ଭାରତ ସମେତ ସାରା ବିଶ୍ୱରେ ଦାରିଦ୍ର୍ୟ ହ୍ରାସର ଧାରାକୁ କୋଭିଡ୍‌-୧୯ ମହାମାରୀ ବଦଳାଇଦେଇଛି। ୨୦୨୦ରେ ଭାରତରେ ଦାରିଦ୍ର୍ୟ ସଂଖ୍ୟା ୨.୩ରୁ ୫.୬ କୋଟି ମଧ୍ୟରେ ବୃଦ୍ଧି ପାଇଥିବା ବିଶ୍ୱବ୍ୟାଙ୍କର ନୂଆ ରିପୋର୍ଟରୁ ଜଣାପଡ଼ିଛି। ୧୯୯୮ରୁ ବିଶ୍ୱସ୍ତରରେ ଦାରିଦ୍ର୍ୟ ହ୍ରାସ ପାଇବା ଆରମ୍ଭ କରିଥିବାବେଳେ ୨୦୨୦ରେ ପ୍ରଥମ ଥର ପାଇଁ ଏହା ବୃଦ୍ଧି ପାଇଥିଲା। ଭାରତରେ ୨୦୧୧ରୁ ଗରିବୀ କମିବା ଆରମ୍ଭ ଧାରା ୨୦୨୦ରେ ପ୍ରଥମ ଥର ପାଇଁ ବିପରୀତମୁଖୀ ହୋଇଥିବା ରିପୋର୍ଟରେ କୁହାଯାଇଛି।
ବିଶ୍ୱବ୍ୟାଙ୍କର ‘ଦାରିଦ୍ର୍ୟ ଓ ଭାଗୀଦାରି ସମୃଦ୍ଧି ୨୦୨୨’ ରିପୋର୍ଟ ଅନୁଯାୟୀ ୨୦୨୦ରେ ଅତ୍ୟଧିକ ଦାରିଦ୍ର୍ୟ (ଯେଉଁମାନଙ୍କ ଦୈନିକ ଖର୍ଚ୍ଚ ୧୭୭ ଟଙ୍କାରୁ କମ୍‌) ୯.୩ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୯ରେ ଏହା ୮.୪ ପ୍ରତିଶତ ରହିଥିଲା। ଅର୍ଥାତ୍‌ ବିଶ୍ୱସ୍ତରରେ ଗରିବଙ୍କ ସଂଖ୍ୟା ୭.୧ କୋଟି ବଢ଼ିଛି, ଯେଉଁଥିରୁ ୩୩ରୁ ୮୦ ପ୍ରତିଶତ ଭାରତରେ ରହିଛନ୍ତି। ଭାରତଠାରୁ ଚାଇନା ଜନସଂଖ୍ୟା ଅଧିକ ହୋଇଥିଲେ ମଧ୍ୟ ବିଶ୍ୱ ଦାରିଦ୍ର୍ୟ ବୃଦ୍ଧିରେ ଏହାର ଭାଗ ଯଥେଷ୍ଟ କମ୍‌ ରହିଛି। ୨୦୨୦ରେ ଭାରତରେ ଦାରିଦ୍ର୍ୟ କେତେ ବଢ଼ିଛି, ତାହା ସରକାରଙ୍କ ପକ୍ଷରୁ ଆକଳନ କରାଯାଇ ନାହିଁ। ତେଣୁ ବିଶ୍ୱବ୍ୟାଙ୍କ ଦାରିଦ୍ର୍ୟ ଆକଳନ ଲାଗି ବିଭିନ୍ନ ପଦ୍ଧତି ଆପଣାଇଛି। ଭାରତର ଜାତୀୟ ଆକାଉଣ୍ଟସ୍‌ ଆଧାରରେ ହୋଇଥିବା ଆକଳନ ଅନୁଯାୟୀ ୨୦୨୦ରେ ଦାରିଦ୍ର୍ୟ ସଂଖ୍ୟା ୨.୩ କୋଟି ବଢ଼ିଛି। ଅନ୍ୟପକ୍ଷରେ ଘରୋଇ ଡାଟା କମ୍ପାନୀ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମ୍‌ଆଇଇ)ର ସର୍ଭେ ଆଧାରରେ ହୋଇଥିବା ଆକଳନରୁ ଦେଶରେ ଦାରିଦ୍ର୍ୟ ୫.୬ କୋଟି ବଢ଼ିଥିବା କୁହାଯାଇଛି।
୨୦୧୧ରୁ ଭାରତର ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ଯଥେଷ୍ଟ ହ୍ରାସ ପାଇବା ଆରମ୍ଭ ହୋଇଥିଲା। ୨୦୧୭ରେ ବିଶ୍ୱବ୍ୟାଙ୍କର ଏକ ଆକଳନ ଅନୁଯାୟୀ ଭାରତରେ ୧୩.୬ ପ୍ରତିଶତ ଲୋକ ଅତ୍ୟଧିକ ଦାରିଦ୍ର୍ୟ ମଧ୍ୟରେ ରହିଥିଲେ, ଯେଉଁମାନଙ୍କ ଦୈନିକ ଖର୍ଚ୍ଚ ୧୫୬ ଟଙ୍କା ୩୪ ପଇସାରୁ କମ୍‌ ଥିଲା। ୨୦୧୯ରୁ ଅତ୍ୟଧିକ ଦାରିଦ୍ର୍ୟ ବ୍ୟକ୍ତିଙ୍କ ଦୈନିକ ଖର୍ଚ୍ଚ ସୀମା ୧୭୭ ଟଙ୍କା ଧାର୍ଯ୍ୟ ହୋଇଥିଲା। ସେହି ଅନୁଯାୟୀ ୨୦୧୯-୨୦ ବର୍ଷରେ ଭାରତରେ ଦାରିଦ୍ର୍ୟ ହାର ୧୦ ପ୍ରତିଶତ ରହିଥିଲା। ସେହି ସମୟରେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ୧୨% ଏବଂ ସହରାଞ୍ଚଳରେ ୬% ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri