Posted inଜାତୀୟ

୭.୧ କୋଟିଙ୍କୁ ଦରିଦ୍ର କରିଛି କୋଭିଡ୍‌

ନୂଆଦିଲ୍ଲୀ,୮ା୧୦: ଭାରତ ସମେତ ସାରା ବିଶ୍ୱରେ ଦାରିଦ୍ର୍ୟ ହ୍ରାସର ଧାରାକୁ କୋଭିଡ୍‌-୧୯ ମହାମାରୀ ବଦଳାଇଦେଇଛି। ୨୦୨୦ରେ ଭାରତରେ ଦାରିଦ୍ର୍ୟ ସଂଖ୍ୟା ୨.୩ରୁ ୫.୬ କୋଟି ମଧ୍ୟରେ ବୃଦ୍ଧି ପାଇଥିବା ବିଶ୍ୱବ୍ୟାଙ୍କର ନୂଆ ରିପୋର୍ଟରୁ ଜଣାପଡ଼ିଛି। ୧୯୯୮ରୁ ବିଶ୍ୱସ୍ତରରେ ଦାରିଦ୍ର୍ୟ ହ୍ରାସ ପାଇବା ଆରମ୍ଭ କରିଥିବାବେଳେ ୨୦୨୦ରେ ପ୍ରଥମ ଥର ପାଇଁ ଏହା ବୃଦ୍ଧି ପାଇଥିଲା। ଭାରତରେ ୨୦୧୧ରୁ ଗରିବୀ କମିବା ଆରମ୍ଭ ଧାରା ୨୦୨୦ରେ ପ୍ରଥମ ଥର ପାଇଁ ବିପରୀତମୁଖୀ ହୋଇଥିବା ରିପୋର୍ଟରେ କୁହାଯାଇଛି।
ବିଶ୍ୱବ୍ୟାଙ୍କର ‘ଦାରିଦ୍ର୍ୟ ଓ ଭାଗୀଦାରି ସମୃଦ୍ଧି ୨୦୨୨’ ରିପୋର୍ଟ ଅନୁଯାୟୀ ୨୦୨୦ରେ ଅତ୍ୟଧିକ ଦାରିଦ୍ର୍ୟ (ଯେଉଁମାନଙ୍କ ଦୈନିକ ଖର୍ଚ୍ଚ ୧୭୭ ଟଙ୍କାରୁ କମ୍‌) ୯.୩ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୯ରେ ଏହା ୮.୪ ପ୍ରତିଶତ ରହିଥିଲା। ଅର୍ଥାତ୍‌ ବିଶ୍ୱସ୍ତରରେ ଗରିବଙ୍କ ସଂଖ୍ୟା ୭.୧ କୋଟି ବଢ଼ିଛି, ଯେଉଁଥିରୁ ୩୩ରୁ ୮୦ ପ୍ରତିଶତ ଭାରତରେ ରହିଛନ୍ତି। ଭାରତଠାରୁ ଚାଇନା ଜନସଂଖ୍ୟା ଅଧିକ ହୋଇଥିଲେ ମଧ୍ୟ ବିଶ୍ୱ ଦାରିଦ୍ର୍ୟ ବୃଦ୍ଧିରେ ଏହାର ଭାଗ ଯଥେଷ୍ଟ କମ୍‌ ରହିଛି। ୨୦୨୦ରେ ଭାରତରେ ଦାରିଦ୍ର୍ୟ କେତେ ବଢ଼ିଛି, ତାହା ସରକାରଙ୍କ ପକ୍ଷରୁ ଆକଳନ କରାଯାଇ ନାହିଁ। ତେଣୁ ବିଶ୍ୱବ୍ୟାଙ୍କ ଦାରିଦ୍ର୍ୟ ଆକଳନ ଲାଗି ବିଭିନ୍ନ ପଦ୍ଧତି ଆପଣାଇଛି। ଭାରତର ଜାତୀୟ ଆକାଉଣ୍ଟସ୍‌ ଆଧାରରେ ହୋଇଥିବା ଆକଳନ ଅନୁଯାୟୀ ୨୦୨୦ରେ ଦାରିଦ୍ର୍ୟ ସଂଖ୍ୟା ୨.୩ କୋଟି ବଢ଼ିଛି। ଅନ୍ୟପକ୍ଷରେ ଘରୋଇ ଡାଟା କମ୍ପାନୀ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମ୍‌ଆଇଇ)ର ସର୍ଭେ ଆଧାରରେ ହୋଇଥିବା ଆକଳନରୁ ଦେଶରେ ଦାରିଦ୍ର୍ୟ ୫.୬ କୋଟି ବଢ଼ିଥିବା କୁହାଯାଇଛି।
୨୦୧୧ରୁ ଭାରତର ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ଯଥେଷ୍ଟ ହ୍ରାସ ପାଇବା ଆରମ୍ଭ ହୋଇଥିଲା। ୨୦୧୭ରେ ବିଶ୍ୱବ୍ୟାଙ୍କର ଏକ ଆକଳନ ଅନୁଯାୟୀ ଭାରତରେ ୧୩.୬ ପ୍ରତିଶତ ଲୋକ ଅତ୍ୟଧିକ ଦାରିଦ୍ର୍ୟ ମଧ୍ୟରେ ରହିଥିଲେ, ଯେଉଁମାନଙ୍କ ଦୈନିକ ଖର୍ଚ୍ଚ ୧୫୬ ଟଙ୍କା ୩୪ ପଇସାରୁ କମ୍‌ ଥିଲା। ୨୦୧୯ରୁ ଅତ୍ୟଧିକ ଦାରିଦ୍ର୍ୟ ବ୍ୟକ୍ତିଙ୍କ ଦୈନିକ ଖର୍ଚ୍ଚ ସୀମା ୧୭୭ ଟଙ୍କା ଧାର୍ଯ୍ୟ ହୋଇଥିଲା। ସେହି ଅନୁଯାୟୀ ୨୦୧୯-୨୦ ବର୍ଷରେ ଭାରତରେ ଦାରିଦ୍ର୍ୟ ହାର ୧୦ ପ୍ରତିଶତ ରହିଥିଲା। ସେହି ସମୟରେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ୧୨% ଏବଂ ସହରାଞ୍ଚଳରେ ୬% ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri