କରୋନା ଭ୍ୟାକ୍ସିନକୁ ନେଇ ସତର୍କ କଲା ଇଣ୍ଟରପୋଲ!

ଲଣ୍ଡନ,୬ ।୧୨: କରୋନା ଭାଇସରଠାରୁ ଦୂରେଇ ରହିବାକୁ ବିଶ୍ୱବାସୀଙ୍କୁ ଖୁବ୍‌ଶୀଘ୍ର ଏହାର ଭ୍ୟାକ୍ସିନ ମିଳିଯିବ ବୋଲି କୁହାଯାଉଛି । ହେଲେ ଏହା ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବା ଏତେ ସହଜ ମନେ ହେଉନାହିଁ । ଇତିମଧ୍ୟରେ ଇଣ୍ଟରନ୍ୟାଶନାଲ ପୋଲିସ ଅର୍ଗାନାଇଜେଶନ ବା ଅନ୍ତର୍ଜାତୀୟ ଆପରାଧିକ ପୋଲିସ ସଙ୍ଗଠନ(ଇଣ୍ଟରପୋଲ) ସତର୍କ କରିଛି ଯେ କରୋନା ଭ୍ୟାକ୍ସିନ ଉପରେ ଅପରାଧି ସଙ୍ଗଠନର ନଜର ରହିଛି । ଆଉ ଏହି ସଙ୍ଗଠନ ଭ୍ୟାକ୍ସିନ ସପ୍ଲାଇରେ ବାଧା ସୃଷ୍ଟି କରିପାରନ୍ତି । ଏହାକୁ ନେଇ ଇଣ୍ଟରପୋଲ ଏଜେନ୍ସି ଏକ ଅରେଞ୍ଜ ନୋଟିସ ଜାରି କରିଛି । ଯାହା ସାର୍ବଜନିକ ଭାବେ ଏକ ଗମ୍ଭିର ଓ ସମ୍ଭାବ୍ୟ ଅସୁବିଧା ସମ୍ପର୍କରେ ସୂଚାଇ ଦେଉଛି । ଇଣ୍ଟରପୋଲ କହିଛି ଅପରାଧି ସଙ୍ଗଠନ କୋଭିଡ-୧୯ ଟିକାର ନକଲି ଟିକା ପ୍ରସ୍ତୁତ କରିପାରନ୍ତି ଅଥବା ଏହାକୁ ଚୋରୀ କରିବାକୁ ଚେଷ୍ଟା କରିପାରନ୍ତି । ଏବେ ଏହି ଟିକା ସେମାନଙ୍କ ପାଇଁ ‘ଗୋଲଡେନ୍ ଲିକ୍ୱିଇଡ’ ସଦୃଶ । ୧୯୪ ସଦସ୍ୟ ଦେଶର ଏଜେନ୍ସି ଇଣ୍ଟରପୋଲ ବୁଧବାର ଏହାକୁ ନେଇ ଏକ ଅରେଞ୍ଜ ନୋଟିସ ଜାରି କରି ଲୋକଙ୍କୁ ସତର୍କ ରହିବାକୁ କହିଛି । ତେବେ ଆସନ୍ତା ମାସରୁ ଧୀରେ ଧୀରେ ବିଦେଶ ଯାତ୍ରା ଆରମ୍ଭ କରାଯିବ । ଏହି ସମୟରେ ଅପରାଧି ସଙ୍ଗଠନ ପକ୍ଷରୁ ନକଲି ଟିକା ଅଥବା କରୋନା ଭାଇରସ ପରୀକ୍ଷଣର ଚେତାବନୀ ଦିଆଯାଇପାରେ । ଇଣ୍ଟରପୋଲର ମହାସଚିବ କହିଛନ୍ତି ଟିକାର ନକଲି ଅଥବା ଚୋରୀ ପାଇଁ ଆମେ ସର୍ବଦା ପ୍ରସ୍ତୁତ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ଦେଖାଯାଉଥିବା ତାରା ଜିଅନ୍ତା ଅଟନ୍ତି? ସତ ଜାଣିଲେ ଚମକି ପଡିବେ…

ଆକାଶରେ ଚମକୁଥିବା ପ୍ରତ୍ୟେକ ତାରା ପଛରେ ଆଶ୍ଚର୍ଯ୍ୟଜନକ ରହସ୍ୟ ଲୁଚି ରହିଛି। ରାତିରେ ଆପଣ ଯେଉଁ ତାରାସବୁ ଦେଖନ୍ତି, ତାହା ହୁଏତ ସେଗୁଡ଼ିକର ବର୍ତ୍ତମାନ ନୁହେଁ ବରଂ…

ଆନ୍ଦୋଳନକୁ ଓହ୍ଲାଇଲେ Gen-Z କୃଷକ, କଲେ ଏହି ୨ ଦାବି; ବଢିଲା ସରକାରଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ, ୨୯।୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବୁଧବାରକୃଷକମାନଙ୍କର ପ୍ରଦର୍ଶନ ଜାରି ରହିଛି। ‘କିଷାନ କ୍ରାନ୍ତି ପଦଯାତ୍ରା’ ଭୋପାଳରେ ପହଞ୍ଚିସାରିଛି ଏବଂ ବର୍ତ୍ତମାନ ଆନ୍ଦୋଳନରତ କୃଷକମାନେ ଭୋପାଳରେ ମୁଖ୍ୟମନ୍ତ୍ରୀ…

ଚାଇନାକୁ ବଡ଼ ଝଟକା ଦେଲେ ଟ୍ରମ୍ପ; କାହିଁକି ଏହି ନିଷ୍ପତ୍ତି ନେଲା ଟ୍ରମ୍ପ ପ୍ରଶାସନ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକା ଏପରି ଏକ ନିଷ୍ପତ୍ତି ନେଇଛି ଯାହା ଚାଇନା ପାଇଁ ଏକ ଆଘାତ ସୃଷ୍ଟି କରୁଛି। ଟ୍ରମ୍ପ ପ୍ରଶାସନ ଚାଇନାରୁ ଆମଦାନି ହେଉଥିବା କିଛି ପ୍ରଯୁକ୍ତିବିଦ୍ୟା…

‘ରାହୁଲ ଗାନ୍ଧୀଙ୍କୁ ବିବାହ ପାଇଁ ମନାନ୍ତୁ’, କାହାକୁ ଏମିତି ଅନୁରୋଧ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୨୯।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନରୁ ଚର୍ଚ୍ଚାକୁ ଆସିଥିବା ମହମ୍ମଦ ଇରଫାନ ସୋସିଆଲ ମିଡ଼ିଆରେ ବେଶ ଛାଇ ହୋଇ ରହିଛନ୍ତି। ଜନ୍ତର-ମନ୍ତରରେ ପ୍ରଦର୍ଶନ ସମୟର ତାଙ୍କର…

ଜାପାନରେ ଭୟଙ୍କର ଭୂମିକମ୍ପ: ୧୩ ମୃତ ଅନେକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଟୋକିଓ,୨୯।୭: ମଙ୍ଗଳବାର, ଜୁଲାଇ ୨୮ରେ ଜାପାନର ଦକ୍ଷିଣ-ପଶ୍ଚିମ ଭାଗରେ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା। ରଏଟର୍ସ ଅନୁଯାୟୀ, ଶକ୍ତିଶାଳୀ ଭୂମିକମ୍ପ ପରେ ପ୍ରଥମେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ…

ଜିଲାପାଳଙ୍କ ବଡ଼ ସୂଚନା: ଗଞ୍ଜାମ ଲକ୍ଷ୍ୟ ନିକେତନ ଭଳି ପ୍ରଶିକ୍ଷଣ ଏବେ ପଞ୍ଚାୟତସ୍ତରରେ, ଛାତ୍ରୀଛାତ୍ରଙ୍କୁ…

ଛତ୍ରପୁର, ୨୯।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ) : ଭାରତବର୍ଷରେ ପ୍ରଶାସନିକ ସେବା ଗୌରବମୟ ଏବଂ ଉଚ୍ଚକୋଟୀ ଚାକିରି ଭାବେ ପରିଚିତ ଅଟେ। ଏହାକୁ ପାଇବାକୁ ହେଲେ ଆଶାୟୀ…

ମୋଦି ସରକାରଙ୍କୁ ଚେତାବନୀ: ସାବଧାନ ହୋଇଯାଅ ନଚେତ୍‌…

ନୂଆଦିଲ୍ଲୀ,୨୯।୭: ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ (AIMIM) ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ପେପର ଲିକ ବିରୋଧୀ ବିଲ ସମ୍ପର୍କରେ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ ସରକାରଙ୍କୁ…

ଏତେ ଟଙ୍କା ବକେୟା ପଡିଛି ବିଦ୍ୟୁତ୍‌ ବିଲ: ବନ୍ଦ ହେଲା ପାଣି ପମ୍ପ, ସମସ୍ୟାର ସମାଧାନ ନ ହେଲେ…

ମୋହନା, ୨୯।୭( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ପାନୀୟ ଜଳ ସଙ୍କଟ ଆଶଙ୍କା। ବକେୟା ବିଦ୍ୟୁତ୍‌ ବିଲ ପୈଠ ନହେବାରୁ ପଞ୍ଚାୟତର ପାନୀୟ ଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri