କରୋନା ଟିକା ଓମିକ୍ରନ୍‌ରୁ ରକ୍ଷା କରି ପାରିବ କି? ଜାଣନ୍ତୁ ଏ ସମ୍ପର୍କରେ…

ବ୍ରିସବେନ,୪ା୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭାଇରସର ନୂଆ ଭାରିଆଣ୍ଟ ‘ଓମିକ୍ରନ’। ଯାହାକି ସମଗ୍ର ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଛି। ଏହି ନୂଆ ଭାରିଆଣ୍ଟକୁ ନେଇ ଅନେକ ପ୍ରଶ୍ନବାଚୀ ବି ସୃଷ୍ଟି ହୋଇଛି। ଏହି ଭାଇରସ ବୈଜ୍ଞାନିକମାନଙ୍କୁ ତଥା ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ମଧ୍ୟ ଅସୁବିଧାରେ ପକାଇଛି। ବିଶ୍ୱର ଅନୁସନ୍ଧାନକାରୀମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, କରୋନା ଟିକା ଆମକୁ ନୂତନ ଭାଇରସ ଓମିକ୍ରନରୁ ରକ୍ଷା କରିପାରିବ କି ନା? ତେବେ ଏ ବିଷୟରେ ଜାଣନ୍ତୁ ଅଧିକ କିଛି…

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ଓମିକ୍ରନକୁ ଏକ ଚିନ୍ତାର ବିଷୟ ଭାବରେ ତାଲିକାଭୁକ୍ତ କରିଛି। ଏହା ବିଶ୍ୱ ପ୍ରତି ଅଧିକ ବିପଦ ବୋଲି ଚେତାବନୀ ଦେଇଛି। ଡବ୍ଲୁଏଚ୍‌ଓ କହିଛି, କରୋନା ଭୂତାଣୁ ପରିବର୍ତ୍ତନ ହେବା ପରେ ମିଳିଥିବା ଏହି ନୂଆ ଭାରିଆଣ୍ଟ ସାଂଘାତିକ ହୋଇପାରେ। ତେଣୁ ସୁରକ୍ଷା ପାଇଁ ଯଥାଶୀଘ୍ର ଟିକାକରଣ ପ୍ରକ୍ରିୟା ଶେଷ କରିବାକୁ ଡବ୍ଲ୍ୟୁଏଚ୍‌ଓ ସମସ୍ତ ଦେଶକୁ ନିର୍ଦ୍ଦେଶ ଦେଇଛି ।

କରୋନା ଭାଇରସ ମ୍ୟୁଟେସନର ସବୁଠାରୁ ଖରାପ ପରିସ୍ଥିତିରେ ଅଛି। ଏହି ଭୂତାଣୁ ଅନ୍ୟ ଭୂତାଣୁରେ ପରିବର୍ତ୍ତନ ହୋଇ କରୋନା ଟିକାକରଣରୁ ରକ୍ଷା ପାଇପାରିବେ। ତେଣୁ ଅଧ୍ୟୟନରେ ଏହା ଜଣାପଡିଛି, କରୋନା ଟିକା ବର୍ତ୍ତମାନ ପର୍ଯ୍ୟନ୍ତ ଓମିକ୍ରନ ଭାରିଆଣ୍ଟରୁ ରକ୍ଷା କରିପାରିବ। ଯେପରି କରୋନା ଟିକା ପୂର୍ବ ପ୍ରକାର ଥିଲା।

ବର୍ତ୍ତମାନ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (WHO) କହିଛି, ଏନେଇ କ’ଣ ଘଟୁଛି ଜାଣିବା ପାଇଁ ଆମକୁ ଆହୁରି ଦୁଇରୁ ଚାରି ସପ୍ତାହ ଅଧିକ ସମୟ ଲାଗିବ। ଯେତେବେଳେ କି ବିଶ୍ୱର ବୈଜ୍ଞାନିକମାନେ ଏହା ଜାଣିବାକୁ ତତ୍ପର ହେଉଛନ୍ତି।

ଅନୁସନ୍ଧାନକାରୀମାନେ ସଂକ୍ରମିତ ଲୋକଙ୍କଠାରୁ ଓମିକ୍ରନ ନମୁନା ଗ୍ରହଣ କରୁଛନ୍ତି ଏବଂ ଲାବୋରେଟୋରୀରେ ଭାଇରସ ମ୍ୟୁଟେସନ ଏବଂ ଏହାର ପ୍ରଭାବ ପରୀକ୍ଷା କରୁଛନ୍ତି। ସମ୍ଭବତଃ କରୋନା ଟିକା ଓମିକ୍ରନଠାରୁ ରକ୍ଷା କରିବାରେ ସମ୍ଭବ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ

ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ…

ଜନ୍ମଗତ ନାଗରିକତ୍ୱ: ଟ୍ରମ୍ପ୍‌ଙ୍କ ନୂତନ ନିର୍ଦ୍ଦେଶନାମା ଉପରେ ରୋକ

ଓ୍ବାଶିଂଟନ,୪।୯(ପି.ଟି.): ଆମେରିକାର ସୁପ୍ରିମକୋର୍ଟ ତାଙ୍କର ପୂର୍ବ ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜାରି କରିଥିବା ଜନ୍ମଗତ ନାଗରିକତା ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟାକୁ…

ପମ୍ପ ଅପରେଟର ପାଇନାହାନ୍ତି ୬ ମାସର ପାରିଶ୍ରମିକ: ୭ରୁ କାର୍ଯ୍ୟବନ୍ଦ ଚେତାବନୀ

ଲୋଇସିଂହା, ୩ା୯: ଲୋଇସିଂହା ଏନ୍‌ଏସି ଅଧୀନ ଲୋଇସିଂହା ଓ ବୁର୍ଡା ଅଞ୍ଚଳରେ କାର୍ଯ୍ୟରତ ଏସିଏମ୍‌ ଓ ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟରମାନେ ଦୀର୍ଘ ୬ ମାସ ଧରି…

ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି।…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

ଇସ୍ରୋର ଆଉ ଏକ ବଡ଼ ସଫଳତା, ଲଞ୍ଚ ହେଲା EOS-05 ସାଟେଲାଇଟ୍

ନୂଆଦିଲ୍ଲୀ,୪ା୯: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ଅନ୍ତରୀକ୍ଷ କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରର…

କଳାହାଣ୍ଡି ଜିଲାରେ ଶିକ୍ଷାର ବିକଳ ଚିତ୍ର: ୩୮୨୦ ଡ୍ରପ୍‌ଆଉଟ ଛାତ୍ରୀଛାତ୍ର

ଭବାନୀପାଟଣା, ୪ା୯(ଉତ୍ତମ କୁମାର ଦାଶ):ଶିକ୍ଷାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାଗଣାରେ ଛାତ୍ରୀଛାତ୍ରଙ୍କୁ ବହି,…

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ…

ଭୁବନେଶ୍ୱର,୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଫଳରେ ରାଜ୍ୟକୁ ଏବେ ଲଘୁଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri