ଏହି ରାଜ୍ୟକୁ ଆସିଲେ ଆରଟି-ପିସିଆର ରିପୋର୍ଟ ବାଧ୍ୟତାମୂଳକ

ଡେରାଡୁନ,୧୨।୭: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ଆଉ କେତେକ ରାଜ୍ୟରେ ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଗତ କିଛି ଦିନରୁ ଉତ୍ତରାଖଣ୍ଡରେ ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ ସରକାର କିନ୍ତୁ କଟକଣା କୋହଳ କରିବାକୁ ଚାହୁଁନାହାନ୍ତି। ଇତିମଧ୍ୟରେ ଉତ୍ତରାଖଣ୍ଡକୁ ଅନ୍ୟ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କରୋନା ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ତେବେ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟରୁ ଉତ୍ତରାଖଣ୍ଡକୁ ଆସିଲେ ଆରଟିପିସିଆର, ଆଣ୍ଟିଜେନ କିମ୍ବା ରାପିଡ ଟେଷ୍ଟର ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ ରହିବ। ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ସୀମାରେ ପର୍ଯ୍ୟଟକଙ୍କ କରୋନା ନେଗେଟିଭ୍‌ ରିପୋର୍ଟ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ଯଦି କୌଣସି ପର୍ଯ୍ୟଟକ ବିନା ରିପୋର୍ଟରେ ଉତ୍ତରାଖଣ୍ଡକୁ ଆସନ୍ତି ତେବେ ସେମାନଙ୍କୁ ଫେରାଇ ଦିଆଯିବ ବୋଲି ଡିଆଇଜି ନିଲେଶ ଆନନ୍ଦ ଭରନେ ସୂଚନା ଦେଇଛନ୍ତି। ଏଥିସହ ସ୍ମାର୍ଟ ସିଟି ପୋର୍ଟାଲରେ ପଞ୍ଜିକରଣ ଓ ହୋଟେଲ ବୁକିଂ ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ସାଙ୍ଗରେ ଥିଲେ ହିଁ ରାଜ୍ୟରେ ପ୍ରବଶ କରିବାକୁ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ ବୋଲି ନିଲେଶ ଆନନ୍ଦ କହିଛନ୍ତି। ସୂଚନା ମୁତାବକ ନିକଟରେ ହରିଦ୍ୱାରରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଯୋଗୁ ପୋଲିସ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶକୁ ମିଳିଲା ନୂଆ ସ୍ବାସ୍ଥ୍ୟମନ୍ତ୍ରୀ, ସାମ୍ନାରେ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ବୁଧବାର ବଡ ଧରଣର ଅଦଳବଦଳ କରାଯାଇଛି। ଦେଶକୁ ମିଳିଛି ନୂଆ ସ୍ବାସ୍ଥ୍ୟମନ୍ତ୍ରୀ। ମନସୁଖ ମାଣ୍ଡଭ୍ୟଙ୍କୁ ମିଳିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ତେବେ...

ଚାଟିଂ ବେଶି, ପାଠପଢ଼ା କମ୍‌

ନୂଆଦିଲ୍ଲୀ, ୨୭ା୭: କରୋନା ମହାମାରୀ ଅଫ୍‌ଲାଇନ ପାଠପଢ଼ାରେ ଡୋରି ପକାଇଥିବାରୁ ଡିଜିଟାଲ ଶିକ୍ଷା ମୁହଁା ହୋଇଛନ୍ତି ଛାତ୍ରୀଛାତ୍ର। ପିଲାଙ୍କ ଶିକ୍ଷାରେ ବାଧା ସୃଷ୍ଟି ନ ହେବା...

କୋଭିଡ୍‌ ପରିଚାଳନାରେ ଡାକ୍ତରୀ ଛାତ୍ରଙ୍କୁ ନିୟୋଜିତ କଲେ ସରକାର

ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍‌ ଲାଗୁନି। ତେବେ ଏହାର ମୁକାବିଲା ଓ...

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରେଡିଓ ଜକିଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୭।୩: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢି ଚାଲିଛି। ଏହାକୁ କାବୁ କରିବାକୁ ସବୁ ସ୍ତରରେ ପ୍ରୟାସ ଜାରି ରହିଛି। ଏବେ କରୋନାକୁ...

ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ କର୍ତାରପୁର ଯାତ୍ରାରେ ସାମିଲ ହେଲେନି ସିଦ୍ଧୁ

ଚଣ୍ଡିଗଡ଼, ୧୮।୧୧: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ନେତୃତ୍ୱରେ ତାଙ୍କ କ୍ୟାବିନେଟ ସହକର୍ମୀ, ବିଧାୟକ ଓ ସେମାନଙ୍କ ପରିବାର ସଦସ୍ୟମାନେ କର୍ତାରପୁର ସାହିବକୁ ଯାତ୍ରା...

ଯୋଗୀ ସରକାରଙ୍କ ଦ୍ୱିତୀୟ ପାଳିର ୧୦୦ ଦିନ ପୂରଣ

ଲକ୍ଷ୍ନୌ,୪ ।୭: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ ପାଳିକୁ ୧୦୦ ଦିନ ପୂରଣ ହୋଇଛି । ଏହି ୧୦୦ ଦିନ ମଧ୍ୟରେ ଅଧିକାଂଶ...

କଶ୍ମୀରକୁ ଫେରାଅ ରାଜ୍ୟ ମାନ୍ୟତା

ନୂଆଦିଲ୍ଲୀ/ଶ୍ରୀନଗର,୧୭ା୩:ଜମ୍ମୁ-କଶ୍ମୀରର ରାଜ୍ୟ ମାନ୍ୟତା ଫେରସ୍ତ ଦାବିକୁ ଜାତୀୟ ସ୍ତରର ବିରୋଧୀ ନେତାମାନେ ଗୁରୁବାର ସମର୍ଥନ କରିଛନ୍ତି। ଏଥିସହ ଏହି ପ୍ରାକ୍ତନ ରାଜ୍ୟରେ ଅବିଳମ୍ବେ ବିଧାନସଭା ନିର୍ବାଚନ...

ଅମରନାଥ ଯାତ୍ରୀଙ୍କୁ ମିଳିବ ଆରଆଇଏଫ୍‌ଡି କାର୍ଡ

ନୂଆଦିଲ୍ଲୀ,୧୭।୫: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏଥିରେ ଅମରନାଥ ଯାତ୍ରାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଶାହା। ଏହି...

Advertisement
Archives

Model This Week