Posted inଜାତୀୟ

୧୪ ଦିନିଆ ରିମାଣ୍ଡରେ ଅଲ୍‌କାଏଦାର ୨ ଆତଙ୍କବାଦୀ

ଲକ୍ଷ୍ନୌ,୧୨।୭: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ରବିବାର ଗିରଫ ହୋଇଥିବା ଅଲ୍‌କାଏଦା ସଂଗଠନର ୨ଜଣ ଆତଙ୍କବାଦୀଙ୍କୁ ସୋମବାର କୋର୍ଟରେ ହାଜର କରାଯାଇଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କୁ ହାଜର କରାଯାଇଥିଲା। ଆଣ୍ଟି ଟେରୋରିଷ୍ଟ ସ୍କ୍ବାର୍ଡ(ଏଟିଏସ୍‌) କରିଥିବା ରିମାଣ୍ଡ ଆବେଦନର କୋର୍ଟ ଶୁଣାଣି କରିଛନ୍ତି। ୨ଜଣ ଆତଙ୍କବାଦୀଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ତେବେ ଗିରଫ ହୋଇଥିବା ୨ଜଣ ଆତଙ୍କବାଦୀ ମୁଶିରୁଦ୍ଦିନ ଓ ମିନହାଜ ଅହମଦ ଜୁଲାଇ ୨୬ ପର୍ଯ୍ୟନ୍ତ ଏବେ ଜେଲ୍‌ରେ ରହିବେ। ମଙ୍ଗଳବାର ସକାଳ ୧୦ଟାରୁ ମଶିରୁଦ୍ଦିନ ଓ ମିହାଜଙ୍କ ପୋଲିସ ହେପାଜତ ଆରମ୍ଭ ହେବ। ଅନ୍ୟପଟେ ଏହି ଆତଙ୍କବାଦୀଙ୍କ ଗିରଫଦାରୀ ପରେ ସହରରେ ସୁରକ୍ଷା ବଢ଼ାଇବା ସହ ବିଭିନ୍ନ ସ୍ଥାନରେ ଜୋରଦାର ଯାଞ୍ଚ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା କ୍ଷମତାକୁ ଆସିଲେ ପ୍ରଥମେ ଅଣାଯିବ ସମାନ ନାଗରିକ ସଂହିତା,କହିଲେ ମୁଖ୍ୟମନ୍ତ୍ରୀ…

ଡେରାଡୁନ୍‌, ୧୨।୨ : ଉତ୍ତରାଖଣ୍ଡ ବିଧାନସଭା ପ୍ରଚାରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶନିବାର କହିଛନ୍ତି ଯେ, ଭାଜପା କ୍ଷମତାକୁ ଆସିଲେ ପ୍ରଥମେ ସମାନ...

ସ୍ତ୍ରୀଙ୍କୁ ମାସିକ ୨୫ ହଜାର ଭରଣ ପୋଷଣ ମାଗିଲେ ସ୍ବାମୀ

ନୂଆଦିଲ୍ଲୀ,୨୯।୧୧: ଛାଡ଼ପତ୍ର ମାମଲାରେ ସ୍ତ୍ରୀଙ୍କ ପକ୍ଷରୁ ସ୍ବାମୀଙ୍କ ଉପରେ ଭରଣ ପୋଷଣ ଦାବି କରାଯାଇଥାଏ। ତେବେ ଦିଲ୍ଲୀର ଏକ କୋର୍ଟରେ ଜଣେ ସ୍ବାମୀ ନିଜର ଆର୍ଥିକ...

ପୁଣି ଜନତା ଦଳ ୟୁନାଇଟେଡ୍‌ର ଅଧ୍ୟକ୍ଷ ହେଲେ ନୀତୀଶ

ନୂଆଦିଲ୍ଲୀ,୩୦।୧୦: ଦ୍ବିତୀୟଥର ପାଇଁ ଜନତା ଦଳ ୟୁନାଇଟେଡର ଅଧ୍ୟକ୍ଷ ହେଲେ ନୀତୀଶ କୁମାର। ବୁଧବାର ନୂଆଦିଲ୍ଲୀ ସ୍ଥିତ ମାବଲଙ୍କର ହଲ୍‌ରେ ଜନତା ଦଳ ୟୁନାଇଟେଡ୍‌ର ବୈଠକ...

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୧୬୫ ବିଧାନସଭା ଆସନ ପାଇଁ ମତଦାନ ଜାରି…

ଲକ୍ଷ୍ନୌ/ପଣଜୀ/ଡେରାଡୁନ୍‌,୧୪ା୨: ସୋମବାର ୩ ରାଜ୍ୟର ୧୬୫ ଆସନରେ ମତଦାନ ଆରମ୍ଭ ହୋଇଛି। ସେଥିମଧ୍ୟରେ ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ୯ ଟି ଜିଲାର ୫୫ ଆସନରେ ଭୋଟିଂ...

ଘରେ ମଶା ନହେବା ପାଇଁ ଆପଣାନ୍ତୁ ଏହି ଉପାୟ…

ଘର ପାଖରେ ସନ୍ତସନ୍ତିଆ ହେଲେ ମଶା ହୋଇଥାନ୍ତି। ତେବେ ମଶା ସମସ୍ୟାରୁ ଦୂରେଇ ରହିବା ପାଇଁ ଘର ପାଖରେ ଗେଣ୍ଡୁ ଫୁଲ ଲଗାଇଲେ ଭଲ। ଏହାର...

କଂଗ୍ରେସ ସବୁ ଧର୍ମକୁ ସମ୍ମାନ ଦିଏ: ଆଜାଦ୍‌

ଜମ୍ମୁ,୨୭।୨: ଦେଶର ସମସ୍ତ ଲୋକଙ୍କ ହିତ ପାଇଁ କାମ କରିବାକୁ କଂଗ୍ରେସ ସର୍ବଦା ତତ୍ପର। ଦଳ ସବୁ ଧର୍ମକୁ ସମ୍ମାନ ଦେଇଥାଏ। କଂଗ୍ରେସ ସମ୍ମୁଖରେ ସଭିଏଁ...

୧୫ରୁ ୧୭ ବର୍ଷ ବୟସ୍କ ପିଲାଙ୍କ ଟିକାକରଣ, ୧.୧୯ କୋଟି ଦ୍ୱିତୀୟ ଡୋଜ୍‌ ନେଇ ନାହାନ୍ତି…

ନୂଆଦିଲ୍ଲୀ,୧୭।୩ : କରୋନା ବିରୋଧୀ ଲଢ଼େଇରେ ଦେଶରେ ଇତିମଧ୍ୟରେ ୧୨ରୁ ୧୪ ବର୍ଷ ବୟସର ପିଲାମାନଙ୍କର ଟିକାକରଣ ଆରମ୍ଭ ହୋଇଛି। କିନ୍ତୁ ତୃତୀୟ ଲହର ପରେ...

ଟିକା ନୀତି ସ୍ବେଚ୍ଛାଚାରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ା୬(ପି.ଟି.): କରୋନା କାଳରେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲିଯାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ଟିକା କିଣିବା...

Advertisement
Archives

Model This Week