୬ ସ୍ଥାନରେ ଖୋଲିଲା କୋର୍ଟ

କଟକ ଅଫିସ,୧୯ା୧: ରାଜ୍ୟର ୬ଟି ସ୍ଥାନରେ ନୂତନ କୋର୍ଟ ବୁଧବାର ଉଦ୍‌ଘାଟିତ ହୋଇଛି। ସେଗୁଡିକ ହେଲା ମାଲକାନଗିରି ଜିଲା କୁଡୁମୁଲୁଗୁମାଠାରେ ସିଭିଲ ଜଜ ତଥା ଜେଏମ୍‌ଏଫ୍‌ସି, କଳାହାଣ୍ଡି ଜିଲା ଭବାନୀପାଟଣାଠାରେ ସିନିୟର ସିଭିଲ ଜଜ୍‌ ତଥା ସହକାରୀ ସେସନ ଜଜ୍‌(ମହିଳା ଅଦାଲତ), କେନ୍ଦ୍ରାପଡାରେ ସିନିୟର ସିଭିଲ ଜଜ୍‌, ଯାଜପୁରରେ ସିନିୟର ସିଭିଲ ଜଜ୍‌, ବଲାଙ୍ଗୀରରେ ସିନିୟର ସିଭିଲ ଜଜ୍‌ ଓ କେନ୍ଦୁଝରରେ ସିନିୟର ସିଭିଲ ଜଜ୍‌ ତଥା ସହକାରୀ ସେସନ ଜଜ୍‌(ମହିଳା ଅଦାଲତ)। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଭର୍ଚୁଆଲ ମାଧ୍ୟମରେ ଏହାର ଉଦ୍‌ଘାଟନ କରି କହିଥିଲେ, ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବିଚାରପତି, ଜୁଡିସିଆଲ ଅଧିକାରୀ, ଓକିଲ ସଂଘର ସଦସ୍ୟ, ସ୍ଥାନୀୟ ପ୍ରଶାସନ ଓ ପୋଲିସର ପ୍ରମୁଖ ଭୂମିକା ରହିଛି। କୁଡୁମୁଲୁଗୁମା ପରି ଉପାନ୍ତ ଅଞ୍ଚଳରେ କୋର୍ଟ ଖୋଲିବା ଦ୍ୱାରା ଆଦିବାସୀମାନେ ବିଶେଷଭାବେ ଉପକୃତ ହେବେ। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟ ବିଚାରପତି ଏସ୍‌. ପୂଜାହାରୀ, ଜଷ୍ଟିସ ବିଶ୍ୱନାଥ ରଥ, ଏସ୍‌.କେ. ସାହୁ, ବି.ପି. ରାଉତରାୟ, ହାଇକୋର୍ଟ ରେଜିଷ୍ଟ୍ରାର ଅଧିକାରୀଙ୍କ ସମେତ ସମସ୍ତ କୋର୍ଟର ବିଚାରପତି ଏବଂ ଓକିଲ ସଂଘର ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୱାର୍ଡମେମ୍ବରଙ୍କ ଘର ଉପରେ ବୋମାମାଡ଼

ସାଲେପୁର, ୮।୬(ଡି.ଏନ୍‌.ଏ.): ସାଲେପୁର ଥାନା ଅଧୀନ ବାରିଗୋଳ ଗ୍ରାମର ଓ୍ବାର୍ଡମେମ୍ବରଙ୍କ ଘର ଉପରେ ରବିବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଏଥିରେ ମୋକିମ୍‌ ଖାଁଙ୍କ ଘର...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ବସ୍‌ ଚାଳକ ଅଟକ

ଦାରିଙ୍ଗବାଡ଼ି,୫।୧୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଘରୋଇ ବସ୍‌ ଚାଳକଙ୍କ ଆକ୍ରମଣରେ ଗ୍ରାମର ମହାଦେବ ମାଝୀ ଗୁରୁତର ଆହତ ହୋଇଛନ୍ତି। ବୁଧବାର...

ଗଞ୍ଜାମ-ଗଜପତି ସୀମାନ୍ତରେ ଅବକାରୀ ଚଢ଼ାଉ: ୧୧୪୦୦ ଲିଟର ପୋଚ୍‌ ନଷ୍ଟ, ଅଭିଯୁକ୍ତ ଚମ୍ପଟ

ଦିଗପହଣ୍ଡି,୨୬ା୧୦(ଡି.ଏନ୍‌.ଏ.): ଦୀର୍ଘଦିନ ହେଲା ଗଞ୍ଜାମ-ଗଜପତି ସୀମାନ୍ତ ଶ୍ୟାମସୁନ୍ଦରପୁର, ବାଦପୁର ଓ ପ୍ରତାପପୁର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚୋରା ଦେଶୀମଦ ପ୍ରସ୍ତୁତ କାରବାର ଚାଲିଥିଲା। ଏହି ଖବର...

ସଷ୍ଟେନେବଲ୍‌ ଫ୍ୟାଶନ, ଓଡ଼ିଶା ହସ୍ତତନ୍ତ

ଭୁବନେଶ୍ୱର,୬ା୨(ବ୍ୟୁରୋ): ଗ୍ଲୋବାଲ ଓ୍ବାର୍ମିଂ ଏବେ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଥିବାବେଳେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ସମସ୍ତ ରାଷ୍ଟ୍ର ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏବେଠାରୁ...

ଝାଡ଼ାବାନ୍ତି ପ୍ରଭାବିତ ଗ୍ରାମରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଦଶମନ୍ତପୁର, ୨୩ା୭(ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁରରେ ଝାଡ଼ାବାନ୍ତି ବ୍ୟାପୀ ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇଦେଇଛି। ଏହି ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ୧୪...

ମକର ବେଢ଼ା ପରିକ୍ରମା ଲାଗି ତାରାତାରିଣୀ ପୀଠରେ ପ୍ରବଳ ଜନସମାଗମ

ପୁରୁଷୋତ୍ତମପୁର,୧୪।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ପୀଠରେ ଗୁରବାର ପବିତ୍ର ମକର ସଂକ୍ରାନ୍ତି ହେତୁ ଦର୍ଶନ ଲାଗି ହଜାର ହଜାର...

ହସ୍ପିଟାଲରେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି

ଭୁବନେଶ୍ୱର,୨୭।୭(ବ୍ୟୁରୋ): ସୁପରିଚିତ ଆଦିବାସୀ କବି ଓ ଗାୟିକା ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି ଅସୁସ୍ଥତା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଜ୍ୱର ଓ ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା...

ଉଚ୍ଛେଦ ହେବ ମର୍ଦ୍ଦରାଜ ଭେଣ୍ଡିଂ ଜୋନ

ବ୍ରହ୍ମପୁର ଅଫିସ,୫।୧୧: ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ କୋର୍ଟପେଟାସ୍ଥିତ ମର୍ଦ୍ଦରାଜ ଭେଣ୍ଡିଂ ଜୋନ ଉଚ୍ଛେଦ କରାଯିବ। ବ୍ୟବସାୟୀଙ୍କୁ କମାପଲ୍ଲୀ ଓଭର ବ୍ରିଜ ନିକଟରେ ବ୍ୟବସାୟ...

Advertisement
Archives

Model This Week