Posted inଜାତୀୟ

କୋଲକାତା ବଳାତ୍କାର ମାମଲାରେ ନୂଆ ଟ୍ବିଷ୍ଟ, ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବୟାନ ଉପରେ ସିବିଆଇର ସନ୍ଦେହ, ଖୋଲିବ ନୂଆ ରାଜ୍‌

ନୂଆଦିଲ୍ଲୀ,୨୩।୮: କୋଲକାତାରେ ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ମାମଲା ସମ୍ପର୍କରେ ସିବିଆଇ ତଦନ୍ତ ଚଳାଇଛି। ସିବିଆଇ ଗୁରୁବାର ଆର୍‌.ଜି କର କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସିଆଲଦହ କୋର୍ଟରେ ହାଜର କରାଇଥିଲା। ଯାହା ପରେ କୋର୍ଟ ସନ୍ଦୀପ ଘୋଷଙ୍କ ପଲିଗ୍ରାଫି ଟେଷ୍ଟକୁ ଅନୁମୋଦନ ଦେଇଛନ୍ତି। ଏହା ବ୍ୟତୀତ ଚାରିଜଣ ଟ୍ରେନି ଡାକ୍ତରଙ୍କ ପଲିଗ୍ରାଫି ଟେଷ୍ଟ ମଧ୍ୟ କରାଯିବ।

୮-୯ ଅଗଷ୍ଟ ରାତିରେ ଘଟିଥିବା ବଳାତ୍କାର-ହତ୍ୟା ମାମଲାର ପ୍ରକୃତ ସତ୍ୟତା ଏଯାଏ ସିବିଆଇ ହାତରେ ଲାଗିନାହିଁ। ଏହି କାରଣରୁ ସିବିଆଇ ସଞ୍ଜୟ ରୟ, ସନ୍ଦୀପ ଘୋଷ ଏବଂ ସେହି ଚାରିଜଣ ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ଚାହୁଁଛି, ଯେଉଁ ୪ ଜଣ ମୃତକଙ୍କ ସହ ରାତ୍ରୀ ଭୋଜନ କରିଥିଲେ। ସିବିଆଇ ଅନୁଭବ କରୁଛି ଯେ ଏହି ଲୋକମାନେ ପଚରାଉଚରା ସମୟରେ ସତ କହୁ ନାହାଁନ୍ତି କିମ୍ବା କିଛି ଲୁଚାଉଛନ୍ତି।

ଏଥିରୁ ସ୍ପଷ୍ଟ ହୋଇଛି ଯେ ଗତ ୭ ଦିନ ପଚରାଉଚରା ବେଳେ ସନ୍ଦୀପ ଘୋଷ ଦେଇଥିବା ବିବୃତ୍ତି ସିବିଆଇକୁ ଠୋସ ପ୍ରମାଣ ବୋଲି ଲଗୁନାହିଁ। ସିବିଆଇ ପାଇଁ ସେହି ଚାରିଜଣ ଡାକ୍ତର ଗୁରୁତ୍ୱପୂର୍ଣ୍ଣ କାରଣ ସଞ୍ଜୟ ରୟଙ୍କ ବ୍ୟତୀତ ସେମାନେ ହିଁ ସେହି ରାତିରେ ପୀଡିତାଙ୍କୁ ଜୀବନ୍ତ ଦେଖିଥିଲେ। ମୁଖ୍ୟ ଅଭିଯୁକ୍ତ ତାଙ୍କ ଅପରାଧକୁ ସହଜରେ ସ୍ବୀକାର କରିଥିଲେ ମଧ୍ୟ ସିବିଆଇ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଏବଂ ତାଙ୍କ ବିବୃତ୍ତି ଉପରେ ସନ୍ଦେହ କରୁଛି।

ଅନ୍ୟପଟେ ପଲିଗ୍ରାଫ ଟେଷ୍ଟ ମାଧ୍ୟମରେ ସିବିଆଇ ଜାଣିବାକୁ ଚାହୁଁଛି ଯେ ହତ୍ୟା ରାତିରେ ସେହି ଚାରିଜଣ ଡାକ୍ତର ପୀଡିତାଙ୍କ ସହ କ’ଣ କଥା ହୋଇଥିଲେ? ଚାରିଜଣ କେଉଁ ଖାଦ୍ୟ ଖାଇଥିଲେ ଏବଂ ଖାଇବା ସମୟରେ ସେମାନେ କ’ଣ କଥାବାର୍ତ୍ତା କରିଥିଲେ? ରାତ୍ରୀ ଭୋଜନ ପରେ ପୀଡିତା କୁଆଡେ ଗଲେ ଏବଂ ଚାରି ଡାକ୍ତର କେଉଁଠାକୁ ଗଲେ? ସେହି ଦିନ ରାତିରେ ରାତ୍ରୀ ଭୋଜନ ପରେ ସମସ୍ତେ ପରସ୍ପରକୁ କେବେ ଭେଟିଲେ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବାକୁ ସିବିଆଇ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri