Posted inଜାତୀୟ

ଡେଲିଭରି ଏଜେଣ୍ଟଙ୍କୁ କାର୍‌ ମଡ଼ାଇ ହତ୍ୟା କଲେ ଦମ୍ପତି, ଜାଣନ୍ତୁ ହତ୍ୟା ପଛର କାରଣ…

ବେଙ୍ଗାଲୁରୁ,୩୦ା୧୦: ଜଣେ ଡେଲିଭରି ଏଜେଣ୍ଟଙ୍କ ବାଇକ୍‌କୁ ପିଛାକରି କାର୍‌ ମଡ଼ାଇ ହତ୍ୟା କରିବା ପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରୁଥିବା ଏକ ଦମ୍ପତିଙ୍କୁ ବେଙ୍ଗାଲୁରୁ ପୋଲିସ ଗିରଫ କରିଛି।

ଗତ ୨୫ ତାରିଖ ରାତିରେ ଦକ୍ଷିଣ ବେଙ୍ଗାଲୁରୁର ଶ୍ରୀରାମ ମନ୍ଦିର ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ଡେଲିଭରି ଏଜେଣ୍ଟ ଦର୍ଶନଙ୍କର ମୃତ୍ୟୁ ଘଟିଥିବା ବେଳେ ପଛ ସିଟ୍‌ରେ ବସିଥିବା ତାଙ୍କ ବନ୍ଧୁ ବରୁଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାଜନିତ ମୃତ୍ୟୁ ନେଇ ପ୍ରଥମେ ମାମଲା ଦାଏର ହୋଇଥିଲା। ତେବେ ସିସିଟିଭି ଫୁଟେଜ୍‌ ଅନୁଧ୍ୟାନ କରିବା ସହ ତଦନ୍ତରୁ କାର୍‌ ଚାଳକ ଜାଣିଶୁଣି ବାଇକ୍‌କୁ ପିଛା କରିବା ସହ ଧକ୍କା ଦେଇଥିବା ଜଣାପଡ଼ିଥିଲା।

ଡିସିପି ଲୋକେଶ ଜଗଲସୁରଙ୍କ କହିବା ଅନୁଯାୟୀ ଦର୍ଶନଙ୍କ ବାଇକ୍‌ ଘସି ହୋଇଯିବାରୁ କାର୍‌ ସାଇଡ୍‌ ମିରର ଭାଙ୍ଗିଯାଇଥିଲା। ଏହାକୁ ନେଇ କାର୍‌ ଚାଳକ ଏବଂ ଦର୍ଶନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ କାର୍‌ ଚାଳକ ବାଇକ୍‌କୁ ପିଛା କରି ଜାଣିଶୁଣି ଧକ୍କା ଦେଇଥିଲେ।

ଅଭିଯୁକ୍ତ କାର୍‌ଚାଳକ ମନୋଜ ଶର୍ମା ଜଣେ ଶିକ୍ଷକ। ଧକ୍କା ଦେବା ପରେ ସେ ଓ ତାଙ୍କ ସ୍ତ୍ରୀ ମୁହଁରେ ମାସ୍କ ପିନ୍ଧି ଘଟଣାସ୍ଥଳକୁ ଆସି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ କାର୍‌ ପାଟର୍‌ସକୁ ସଂଗ୍ରହ କରିଥିଲେ। ଘଟଣା ଜଣାପଡ଼ିବା ପରେ ହତ୍ୟା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ମନୋଜ ଓ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରାଯିବା ସହ କୋର୍ଟରେ ହାଜର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଅନେକ ପେଟ୍ରୋଲ ପମ୍ପ ବନ୍ଦ; ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀ ବୈଠକ, ଜାଣନ୍ତୁ କେଉଁଠି..

ନୂଆଦିଲ୍ଲୀ,୨୮ା୪: ପ୍ରତିଦିନ ଆମେ ପେଟ୍ରୋଲ ଦରରେ ପରିବର୍ତ୍ତ ଦେଖୁଛେ । ପେଟ୍ରୋଲ ଦର ପ୍ରତିଦିନ ସକାଳ ୬ଟାରେ ନୂଆ ଦର ଜାରି କରିଥାଏ । କିନ୍ତୁ ଏବେ…

୨୪ ଘଣ୍ଟାରେ ଏହି ୭ ଜିଲ୍ଲାରେ ପ୍ରବଳ ବର୍ଷା! ୫ ଯାଏ ବର୍ଷା ଆଲର୍ଟ ଜାରି

ତାତିରେ ଲାଗିବ ବ୍ରେକ। ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରବଳ ଖରା ଓ ଗରମ ଭିତରେ କାଳବୈଶାଖୀ ବର୍ଷା କିଛିମାତ୍ରାରେ…

ବିଳମ୍ବରେ ଚିକିତ୍ସା ପାଇଁ ଚାଲିଗଲା ରୋଗୀଙ୍କ ଜୀବନ! ସାକ୍ଷୀଗୋପାଳ ଡାକ୍ତରଖାନାରେ ଉତ୍ତେଜନା, ଅବହେଳାରୁ…

ସାକ୍ଷୀଗୋପାଳ,୨୮। ୪ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀଗୋପାଳ ଡାକ୍ତରଖାନାକୁ ଆସିଥିବା ଜଣେ ରୋଗୀଙ୍କର ମଙ୍ଗଳବାର ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିବା ଅଭିଯୋଗ ହୋଇଛି। ଏହି ଘଟଣାକୁ…

‘ ବୁଢ଼ୀ ଠାକୁରାଣୀଙ୍କ  ଯାତ୍ରା ମହୋତ୍ସବ : ଆଗାମୀ ୨ ବର୍ଷ ପାଇଁ ମା ‘ଙ୍କୁ ମେଲାଣି

ଦିଗପହଣ୍ଡି,୨୮|୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମରେ ଚୈତ୍ର ଶୁକ୍ଳ ନବମୀ ତିଥି ଗତ ମାର୍ଚ୍ଚ ୨୭ ତାରିଖରୁ ୧ ମାସ…

ସରପଞ୍ଚଙ୍କ ତତ୍ତ୍ୱାବଧାନରେ ପରିବେଶର ସୁରକ୍ଷା

ପୁରୁଷୋତ୍ତମପୁର,୨୮ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେଏନପୁର ପଞ୍ଚାୟତ ପକ୍ଷରୁ ପରିବେଶ ସୁରକ୍ଷା ଓ ପରିମଳ ସଚ୍ଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ସରପଞ୍ଚ ରାଜଲକ୍ଷ୍ମୀ ବେହେରାଙ୍କ ତତ୍ତ୍ୱାବଧାନରେ…

ଭଞ୍ଜନଗରରେ ଝଡ ତୋଫାନ ସହ ପ୍ରବଳ ବର୍ଷା: ଭାଙ୍ଗିଲା ଗଛ ବିଦ୍ୟୁତ୍‌ ସେବା ବ୍ୟାହତ

ଭଞ୍ଜନଗର,୨୮।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ୧ ଟା ରୁ ୪ ଟା ପର୍ଯ୍ୟନ୍ତ ଝଡ଼ତୋଫାନ ସହ ମଝିରେ ମଝିରେ ତୁହାକୁ ତୁହା…

HDFC ୟୁଜର୍ସ ସାବଧାନ! ମେ ୧୫ରୁ ବଦଳିବ ଏହି ନିୟମ…

ନୂଆଦିଲ୍ଲୀ,୨୮।୪: HDFC ବ୍ୟାଙ୍କ ଏହାର Regalia Gold କ୍ରେଡିଟ କାର୍ଡର ରିଓ଼୍ବାର୍ଡ ଗଠନ ଏବଂ ଯାତ୍ରା ଲାଭରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏହି ନୂତନ ନିୟମଗୁଡ଼ିକ…

ବିଳମ୍ବରେ ରାତିରେ ଶୋଇବା ଅର୍ଥାତ୍‌ ମୃତ୍ୟୁକୁ ନିମନ୍ତ୍ରଣ କରିବା, ଆପଣ ଏହି ୫ ଗମ୍ଭୀର ରୋଗର ହୋଇପାରନ୍ତି ଶିକାର

ଆଜିକାଲିର ଦ୍ରୁତ ଗତିରେ ଜୀବନରେ, ଲୋକମାନେ ପ୍ରାୟତଃ ରାତି ୧୦ଟା ପରେ ମଧ୍ୟ ଘଣ୍ଟା ଘଣ୍ଟା ଫୋନରେ ଏବଂ କାମରେ ବିତାଇ ଦିଅନ୍ତି। କିନ୍ତୁ ଆପଣ କ’ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri