Posted inଫୁରସତ

ଓୟୋ ବୁକ୍‌ କରିଥିଲେ କପଲ, ରୁମ୍‌ ଭିତରେ ଦେଖିଲେ ଅଦ୍ଭୁତ ଦୃଶ୍ୟ, ଭିଡିଓ ଦେଖିଲେ…

ରାଜସ୍ଥାନର ରାଜଧାନୀ ଜୟପୁରରେ ସବୁ ସମୟରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ପ୍ରତିବର୍ଷ ଲକ୍ଷଲକ୍ଷ ପର୍ଯ୍ୟଟକ ଏଠାକୁ ଆସନ୍ତି। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଏଠାରେ ଅନେକ ହୋଟେଲ ନିର୍ମାଣ କରାଯାଇଛି। ଲୋକମାନେ ସେମାନଙ୍କର ବଜେଟ୍‌ ଅନୁଯାୟୀ ଏଠାରେ ରୁମ୍‌ ପାଆନ୍ତି। ନିକଟରେ ଏକ ଓୟୋ ରୁମ୍‌ର ଭିଡିଓ ଭାଇରାଲ ହେଉଛି। ଏହା ଭିତରର ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ଉଠିବ।

ଏହି ମାମଲା ଜୟପୁରର କନୋଟାରେ ଘଟିଛି। ଏଠାରେ ଥିବା ଓୟୋ ରୁମ୍‌ରେ ଏକ ଚିତାବାଘ ଲୁଚି ରହିଥିଲା। ରୁମ୍‌ ବୁକ୍‌ କରିଥିବା କପଲ ଏହି ରୁମ୍‌ ଭିତରେ ଧଡ୍‌ଧାଡ୍‌ ଶବ୍ଦ ଶୁଣି ଭୟଭୀତ ହୋଇପଡ଼ିଥିଲେ। ସେମାନେ ଦୌଡ଼ି ଆସି ରିସେପ୍‌ସନରେ କହିଥିଲେ। ପ୍ରଥମେ ସେମାନେ ଯାହା କହିଲେ, କେହି ବିଶ୍ୱାସ କଲେ ନାହିଁ। କିନ୍ତୁ ଯେତେବେଳେ ସେମାନେ ଝରକା ପଟରେ ଦେଖିଲେ ସେଠାରେ ଏକ ଚିତାବାଘ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।

 

View this post on Instagram

 

A post shared by Jaipur Buzz (@jaipurbuzz)

କୁହାଯାଉଛି, ଏହି କପଲ୍‌ ରୁମ୍‌ ଭିତରେ ଶୋଇଥିବା ବେଳେ ଏହି ଘଟଣା ଘଟିଥିଲା। ଦିନସାରା ଜୟପୁରରେ ବୁଲିବା ପରେ ଏହି କପଲ ଥକ୍କି ଯାଇଥିଲେ। ସେ ରୁମ୍‌ରେ ଆରାମରେ ଶୋଇଥିଲେ। ଯେତେବେଳେ ହଠାତ୍‌ ସେ ଅନୁଭବ କଲେ ଯେ, ରୁମ୍‌ ଭିତରେ କେହି ଅଛି। ସେତେବେଳେ ସେ ଲାଇଟ ଅନ୍‌ କଲେ ଆଉ ତା’ ପରେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ଗୋଟିଏ ଚିତାବାଘ ରୁମ୍‌ ଭିତରକୁ ପଶିଆସିଥିଲା। ଏହା ପରେ କପଲ ତୁରନ୍ତ ସେଠାରୁ ଦୌଡ଼ି ପଳାଇଲେ।

ରୁମ୍‌ ଭିତରେ ଚିତାବାଘ ଥିବା ଖବର ଚାରିଆଡ଼େ ବ୍ୟାପିଗଲା। ସେଠାକୁ ତୁରନ୍ତ ପଶୁ ଉଦ୍ଧାରକାରୀ ଦଳ ଡକାଯାଇଥିଲା। ଚିତାବାଘଟି ରୁମ୍‌ରେ ଥିବା ସମସ୍ତ ଜିନିଷ ଏଣେ ତେଣେ ଫିଙ୍ଗି ଦେଇଥିଲା। ଉଦ୍ଧାରକାରୀ ଦଳ ପହଞ୍ଚିବା ପର୍ଯ୍ୟନ୍ତ ହୋଟେଲ କର୍ମଚାରୀମାନେ ରୁମ୍‌ର କବାଟ ବନ୍ଦ ରଖିଥିଲେ। ଉଦ୍ଧାରକାରୀ ଦଳ ପ୍ରଥମେ ଝରକା ଦେଇ ଚିତାବାଘକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଝରକା ପଟେ ଇଞ୍ଜେକ୍ସନ ଦେଇ ତାଙ୍କୁ ଚେତାଶୂନ୍ୟ କରିବା ପରେ ରୁମ୍‌ର କବାଟ ଖୋଲାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri