ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ ଅର୍ଥନୈତିକ ସ୍ଥିରତାକୁ ପ୍ରଦର୍ଶିତ କରୁଛି। କିନ୍ତୁ ଏହି ସଂଖ୍ୟା ପଛରେ ଏକ ଚିନ୍ତାଜନକ ବାସ୍ତବତା ରହିଛି। ଫଳରେ ଚାକିରି ସୃଷ୍ଟି, ଆୟ ସୁରକ୍ଷା କିମ୍ବା ଗ୍ରାମୀଣ ଅର୍ଥନୈତିକ ସ୍ଥିରତାରେ ପର୍ଯ୍ୟାପ୍ତ ଭାବରେ ପରିଣତ ହୋଇନାହିଁ ବୋଲି କୋରାପୁଟ ଏମ୍‌ପି ତଥା ଗ୍ରାମୀଣ ବିକାଶ ଏବଂ ପଂଚାୟତିରାଜ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସପ୍ତଗିରି ଶଙ୍କର ଉଲାକା ପ୍ରେସ ବିବୃତ୍ତି ମାଧ୍ୟମରେ ଶୁକ୍ରବାର ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ସର୍ବେକ୍ଷଣ ଅନୁସାରେ ନିଯୁକ୍ତି ସୃଷ୍ଟିରେ ଏ ପର୍ଯ୍ୟନ୍ତ ଦୁର୍ବଳତା ରହିଛି ଏବଂ ଉତ୍ପାଦନ କ୍ଷେତ୍ର ବର୍ଦ୍ଧିତ କର୍ମଶକ୍ତିକୁ ପର୍ଯ୍ୟାପ୍ତ ଭାବେ ଗ୍ରହଣ କରିବାରେ ବିଫଳ ହୋଇଛି। ଯୁବ ବେକାରୀ, ଶ୍ରମର ଅନୌପଚାରିକିକରଣ ଏବଂ ବିଶେଷକରି ଗ୍ରାମୀଣ ଆଦିବାସୀ ଓ ପଛୁଆ ଅଞ୍ଚଳଗୁଡ଼ିକରେ ଏକ ସ୍ଥିର ମଜୁରୀ ପ୍ରଦାନ କରିବାରେ ଲକ୍ଷ ଲକ୍ଷ ଲୋକଙ୍କ ଦୈନନ୍ଦିନ ଜୀବନର ବିଫଳ ହୋଇଥିବା ଦେଖିବାକୁ ମିଳିଛି। ସରକାର ଆର୍ଥତ୍କ ଏକତ୍ରିକରଣକୁ ପ୍ରାଥମିକତା ଦେଉଥିବାବେଳେ ସର୍ବେକ୍ଷଣ ନିରନ୍ତର ନଗଦ ସ୍ଥାନାନ୍ତର, ସାମାଜିକ ଖର୍ଚ୍ଚର ସଙ୍କୋଚନ ଏବଂ ବିକାଶମୂଳକ ଖର୍ଚ୍ଚରୁ ବାହାରକୁ ଯିବାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ଚିନ୍ତା ପ୍ରକଟ କରୁଛି ବୋଲି ଏମ୍‌ପି ଉଲାକା ଉଲେଖ କରିଛନ୍ତି । ଆର୍ଥତ୍କ ଶୃଙ୍ଖଳା ନାମରେ ଏମଜିଏନଆରଇଜିଏସ୍‌କୁ ଦୁର୍ବଳ କରିବା, ମଜୁରୀକୁ ବିଳମ୍ବ, ପେନସନକୁ ସଙ୍କୁଚିତ ଏବଂ ଗ୍ରାମୀଣ ବିକାଶକୁ ଦୁର୍ବଳ କରିବା ପାଇଁ ଏହାକୁ ଏକ ଯଥାର୍ଥତା ଭାବରେ ବ୍ୟବହାର କରାଯାଉଛି ବୋଲି ଏମ୍‌ପି କହିଛନ୍ତି। ଫଳରେ ଏଭଳି ପଦକ୍ଷେପ ସିଧାସଳଖ ଗରିବ ଲୋକଙ୍କୁ ପ୍ରଭାବିତ କରୁଛି ଏବଂ ଅର୍ଥନୀତିର ଚାହିଦାକୁ ଦମନ କରୁଛି। ତୃଣମୂଳସ୍ତରରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡିକୁ କ୍ରମାଗତ ଭାବେ ଦୁର୍ବଳ କରାଯାଉଛି ବୋଲି ସପ୍ତଗିରି ଅଭିଯୋଗ କରିଛନ୍ତି। ବିଭିନ୍ନ ଯୋଜନା କାର୍ଯ୍ୟକାରୀ ପାଇଁ ଆବଶ୍ୟକୀୟ ଗ୍ରାମସଭାଗୁଡିକୁ ଅଣଦେଖା କରାଯାଉଛି ଏବଂ ଜଳ ଜୀବନ ମିଶନ ଓ ଗ୍ରାମୀଣ ନିଯୁକ୍ତି କାର୍ଯ୍ୟକ୍ରମ ପରି ପ୍ରମୁଖ ଯୋଜନାରେ ବିଳମ୍ବ ହେଉଛି। ବିକାଶମୂଳକ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ମଧ୍ୟ ବିଫଳତାର ଶିକାର ହେଉଛି ବୋଲି କହିଛନ୍ତି। ବର୍ତ୍ତମାନର ସରକାର ବଡ଼ ବଡ଼ କର୍ପୋରେଟ ସଂସ୍ଥାଗୁଡିକ ସପକ୍ଷରେ ଢ଼ଳି ରହୁଥିବା ବେଳେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୁଡିକ ବିଭିନ୍ନ ସମସ୍ୟା ନେଇ ଅନିଶ୍ଚିତତା ସହ ନିରନ୍ତର ଭାବେ ସଂଘର୍ଷ କରୁଛନ୍ତି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଲେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ଏବଂ ପ୍ରକୃତ ବିକାଶ ହେବ ବୋଲି ସେ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri