ଦେଶ ଖୁବ୍‌ଶୀଘ୍ର ବୁଲେଟ୍‌ ଟ୍ରେନ ଦେଖିବ: ମୋଦି

ରାୟଗଡ଼ା,୭ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଡିଭିଜନ ହେଡକ୍ୱାର୍ଟର୍ସ ପାଇଁ ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୨୦୨୫ ବର୍ଷରେ ଯୋଗାଯୋଗ ଦ୍ରୁତଗତିରେ ହେବ। ବିକଶିତ ଭାରତର ସଂକଳ୍ପ ନେଇ ଆମେ କାର୍ଯ୍ୟ କରୁଛୁ। ୨୦୧୪ ରେ ଅନେକ ସ୍ବପ୍ନ ଦେଖି କାମ ଆରମ୍ଭ କରିଥିଲୁ। ତେଣୁ ଗତ ଏକ ଦଶକ ଭିତରେ ଅନେକ ପରିବର୍ତ୍ତନ ଘଟିଛି। ଏହାଦ୍ୱାରା ଦେଶର ଛବି ବଦଳିଛି। ତେବେ ଏହା ଆରମ୍ଭ ମାତ୍ର। ଦେଶ ଖୁବ୍‌ଶୀଘ୍ର ବୁଲେଟ୍‌ ଟ୍ରେନ୍‌ ଦେଖିବ ବୋଲି ସୂଚନା ଦେଇଛନ୍ତି। ପୂର୍ବରୁ ମାତ୍ର ୩୫ ପ୍ରତିଶତ ରେଳ ଲାଇନ୍‌ ବିଦ୍ୟୁତୀକରଣ ହୋଇଥିଲା। ଆଉ ଏବେ ଶତ ପ୍ରତିଶତ ଛୁଇଁବା ପାଇଁ କାମ ଚାଲିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଦକ୍ଷିଣ ଓଡ଼ିଶାର ବିକାଶ କ୍ଷେତ୍ରରେ ରାୟଗଡ଼ା ରେଳ ଡିଭିଜନ ସହାୟକ ହେବ। ଆଦିବାସୀ ଅଞ୍ଚଳର ବିକାଶ ପାଇଁ ଏହି ନୂତନ ଡିଭିଜନାଲ ହେଡକ୍ୱାର୍ଟର୍ସ ସ୍ଥାପନ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନରେ ଏହି ପ୍ରକଳ୍ପର ଶିଳାନ୍ୟାସ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ରାୟଗଡ଼ା ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାୟଗଡ଼ା ଆଧୁନିକ ଶିଳ୍ପର ହବ୍‌ ହେବ। ଏହି ଜିଲାରେ ୧ ଲକ୍ଷ ୫୦ହଜାର କୋଟି ଟଙ୍କା ଶିଳ୍ପ କ୍ଷେତ୍ରରେ ନିବେଶ ହେବାକୁ ଯାଉଛି। ଆଗାମୀ ଦିନରେ ଜିଲାରେ ଥିବା ଖଣିଜ ସମ୍ପଦର ଉପଯୋଗ କରି ଅନେକ ଶିଳ୍ପ ଗଢ଼ିଉଠିବ। ରାୟଗଡ଼ା ରେଳ ଡିଭିଜନ ଏଥିରେ ସମସ୍ତ ଆବଶ୍ୟକତା ପୂରଣ କରିବ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓ ରେଳମନ୍ତ୍ରୀଙ୍କ ସହଯୋଗରେ ଚଳିତବର୍ଷ ବଜେଟରେ ୧୦ ହଜାର ୫୮୬ କୋଟି ଟଙ୍କା ଓଡ଼ିଶାକୁ ମିଳିଛି। ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଅଧିକ ଫୋକସ୍‌ କରୁଥିବାରୁ ଗତ ୬ ମାସରେ ୩ ଥର ଆସିଛନ୍ତି। ଆସନ୍ତା ୮ ତାରିଖରେ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦି ଅସୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମାଝି କହିଛନ୍ତି।

କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିଡିଓ କନଫରେନ୍ସରେ ଯୋଡ଼ିହୋଇ ଆକାଂକ୍ଷୀ ଜିଲା ପାଇଁ ରାୟଗଡ଼ା ରେଳ ଡିଭିଜନ ସ୍ଥାପନ ହୋଇଥିବା ସୂଚନା ଦେଇଛନ୍ତି। ରାୟଗଡ଼ା ରେଳ ଡିଭିଜନ ଅଧୀନରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ ଗଜପତି ଜିଲା ସମେତ ଛତିଶଗଡ଼ର କିରଣ୍ଡୁଲ ପର୍ଯ୍ୟନ୍ତ ଅଞ୍ଚଳ ରହିବ ବୋଲି ସୂଚନା ଦିଆଯାଇଥିଲା। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କବାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରେଳ ରାଷ୍ଟ୍ରମନ୍ତ୍ରୀ ରଭନୀତ ସିଂ ବିଟ୍ଟୁ, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା, ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝୀ, କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ, ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ, ବିଧାୟକ ଆପଲାସ୍ବାମୀ କାଡ୍ରାକା ପ୍ରମୁଖ ମଞ୍ଚାସୀନ ରହି ନିଜର ଅଭିଭାଷଣ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶାଖାପାଟଣା ଡିଆରଏମ୍‌ ମନୋଜ କୁମାର ସାହୁ, ଡିଆଇଜି ନୀତି ଶେଖର, ଜିଲାପାଳ ପାରୁଲ ପଟୱାରି, ଏସ୍‌ପି ସ୍ବାଥୀ ଏସ୍‌. କୁମାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଡ଼ିସୂତାରେ କଟି ୨ ଜଣ ଆହତ

କଟକ,୧୪ା୧(କାର୍ତ୍ତିକ ସାହୁ) ମକରରେ ଗୁଡ଼ିଉଡ଼ାକୁ ନେଇ ପୁଣି ଘଟିଛି ଅଘଟଣ। ଗୁଡ଼ିସୂତା ଲାଗି ଦୁଇଜଣଙ୍କ ବେକ ଓ ନାକ କଟିଛି। କଟକ ନୂଆ ବଜାର ରେଲୱେ...

ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ପୁରୁଷୋତ୍ତମପୁର,୧୪ା୧(ସିମାଞ୍ଚଳ ମିଶ୍ର): ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନା ମଙ୍ଗଳବାର ସନ୍ଧ୍ୟାରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୂତସରସିଙ୍ଗି ଗସ୍ତ କରିଛନ୍ତି। ଏହି...

ଶତୃତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୪ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଅଧିନ ମେଘଝୋଳି ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଜାଗିଲି ନାୟକଙ୍କୁ ହ୍ଯଯା ଉଦ୍ୟମ...

ସହିପାରିଲେନି ପ୍ରେମିକଙ୍କ ଆତ୍ମହତ୍ୟା ଖବର, ଶୁଣୁଶଣୁ  ହାରିଦେଲେ ଜୀବନ  

ବାଙ୍କୀ,୧୪ା୧ (ଶୁଭେନ୍ଦୁ ମହାପାତ୍ର): ସହିପାରିଲେନି ପ୍ରେମିକଙ୍କ ଆତ୍ମହତ୍ୟା ଖବର, ଶୁଣୁଶଣୁ ହାରିଦେଲେ ଜୀବନ।  ପ୍ରେମିକଙ୍କ ଆତ୍ମହତ୍ୟା ଖବର ଶୁଣି ପ୍ରେମିକା ରଶିରେ ଝୁଲିପଡ଼ିଥିବା ଚର୍ଚ୍ଚା ହେଉଛି।...

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ : ସ୍ବାମୀଙ୍କ ପରେ ଶାଶୁ,ଶ୍ୱଶୁର ଗଲେ ଜେଲ

ଦିଗପହଣ୍ଡି,୧୪।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଏସ୍‌. ଗୋପାଳପୁର ଗ୍ରାମରେ ଗତ ଡ଼ିସେମ୍ବର ୨୪ ତାରିଖ ରାତିରେ ଜଣେ ନବବଧୂଙ୍କ...

ରାଜକୋଟ୍‌ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡ଼ିଲା ପରିବାର

କର୍ଲାମୁଣ୍ଡା,୧୪ା୧(ପ୍ରଦୀପ କୁମାର ସାହୁ): ରାଜକୋଟ୍‌ ସହରରେ ରହି ଦାଦନ ଶ୍ରମିକ (ଦିନମଜୁରିଆ) ଭାବେ କାମ କରୁଥିବା କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ରେଗଡ଼ା ପଞ୍ଚାୟତ ଯୋଗିପଲା...

Featured Video Play Icon

ମକର ସଂକ୍ରାନ୍ତିରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ

ବାହାରୁନି ସମାଧାନର ବାଟ, ଖାଡ଼ା ଉପାସରେ ପ୍ରଭୁ ଲିଙ୍ଗରାଜ । ମକର ସଂକ୍ରାନ୍ତିରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି।

ଖଣ୍ଡଗିରି ଯାତ୍ରାକୁ ନେଇ ବଡ଼ ଖବର, ନିଶା-ସାହୁ ଭାଉଜ…

ଭୁବନେଶ୍ୱର,୧୪।୧:ଏଣିକି ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ମନା। ଆଉ ଭୁବନେଶ୍ବର ଖଣ୍ଡଗିରିରେ ନାଚି ପାରିବେନି ଆଇଟମ ଡ୍ୟାନ୍ସର। ଚଳିତବର୍ଷ ଭୁବନେଶ୍ୱର ଖଣ୍ଡଗିରି ଯାତ୍ରାରେ ହେବନି ଅଶ୍ଲୀଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri