Posted inଜାତୀୟ

ଅଗଷ୍ଟ ୫କୁ ମନେ ରଖିବ ଦେଶ, ବିରୋଧୀ କରୁଛନ୍ତି ସେଲ୍ଫ ଗୋଲ, କହିଲେ ମୋଦି…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉତ୍ତରପ୍ରଦେଶରେ ’ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରୁଥିବାବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାରାଣାସୀର ଏହି କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଦେଶ କୀର୍ତ୍ତି ସ୍ଥାପନ କରୁଥିବାବେଳେ ବିରୋଧୀ ଦଳ ସେଲ୍ଫ ଗୋଲ କରିବାରେ ବ୍ୟସ୍ତ ରହିଛନ୍ତି। ନୂଆ ଭାରତ ଆଗକୁ ବଢ଼ିବାରେ ଲାଗିଛି। ଅଗଷ୍ଟ ୫ କୁ ଦେଶ ସବୁବେଳେ ମନେ ରଖିବ। ଅଗଷ୍ଟ ୫ର, ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ହଟାଇ ଦିଆଯାଇଥିଲା । ସେହିପରି ଗତ ବର୍ଷ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏହି ଦିନ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଅଗଷ୍ଟ ୫ରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍‌ରେ ୪୧ ବର୍ଷ ପରେ ବିଜୟୀ ହୋଇ ବ୍ରୋଞ୍ଜ ପଦକ ହାସଲ କରିଛି। ଅଲିମ୍ପିକ୍ସରେ ଦେଶର ଖେଳାଳିମାନେ ଭଲ ପ୍ରଦର୍ଶନ କରୁଥିବାବେଳେ କରୋନା ଟିକାକରଣର ସଂଖ୍ୟା ୫୦ କୋଟିରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇଏଫଏଫ ନିର୍ବାଚନ ସପ୍ତାହେ ଘୁଞ୍ଚାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୨।୮ : ସୁପ୍ରିମକୋର୍ଟ ଅଲ୍‌ ଇଣ୍ଡିଆ ଫୁଟବଲ ଫେଡ଼େରେଶନ (ଏଆଇଏଫଏଫ) ନିର୍ବାଚନକୁ ଏକ ସପ୍ତାହ ସ୍ଥଗିତ ରଖିଛନ୍ତି। ଫିଫା ଏଆଇଏଫଏଫକୁ ନିଲମ୍ବିତ କରିଥିବାରୁ କେନ୍ଦ୍ର...

ଶରଦ ପାଓ୍ବାରଙ୍କ ୪ କର୍ମଚାରୀ କରୋନା ପଜିଟିଭ

ମୁମ୍ବାଇ,୧୭।୮: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କ ଦକ୍ଷିଣ ମୁମ୍ବାଇରେ ଥିବା ଘରେ କାମ କରୁଥିବା ୪ କର୍ମଚାରୀ କରୋନାରେ ପୀଡ଼ିତ ହୋଇଥିବା ସୂଚନା...

ଗ୍ୟାସ୍‌ ଲିକ୍‌: ୨ ଅଫିସର ମୃତ, ୨୦ରୁ ଅଧିକ କର୍ମଚାରୀ ଅସୁସ୍ଥ

ପ୍ରୟାଗରାଜ,୨୩।୧୨: ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଫୁଲପୁର ଇଫ୍‌କୋ କାରଖାନାରୁ ଗ୍ୟାସ୍‌ ଲିକ୍‌ ଘଟଣାରେ ୨ ଜଣ ଅଫିସରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ କର୍ମଚାରୀ...

କରୋନା ମାତା ମନ୍ଦିର ଉପରେ ପୋଲିସ ଚଳାଇଲା ବୁଲ୍‌ଡୋଜର…

ପ୍ରତାପଗଡ଼,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନାରୁ ଦୂରେଇ ରହିବା ପାଇଁ ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଲୋକେ କରୋନା...

ଉପନିର୍ବାଚନ ପୂର୍ବରୁ ବାକ୍‌ଯୁଦ୍ଧ: କମଳନାଥଙ୍କୁ କଳଙ୍କନାଥ କହିଲେ ଇମର୍ତି ଦେବୀ

ଭୋପାଳ, ୧୯।୧୦: ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ଦିନ ପାଖେଇ ଆସୁଛି। ଏପରି ସ୍ଥଳେ କଂଗ୍ରେସ ଏବଂ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ବଢ଼ିବାରେ ଲାଗିଛି।...

ଚାଇନାକୁ ପୁଣି ଝଟ୍‌କା: ବିଏସ୍‌ଏନ୍‌ଏଲ-ଏମ୍‌ଟିଏନ୍‌ଏଲ୍‌ ରଦ୍ଦ କଲା ୪ଜି ଟେଣ୍ଡର

ନୂଆଦିଲ୍ଲୀ,୧।୭: ଭାରତ ପୁଣି ଚାଇନାକୁ ଏକ ବଡ଼ ଝଟ୍‌କା ଦେଇଛି। ବୁଧବାର ବିଏସ୍‌ଏନ୍‌ଏଲ ଓ ଏମ୍‌ଟିଏନ୍‌ଏଲ୍‌ ସେମାନଙ୍କ ୪ଜି ଟେଣ୍ଡରକୁ ବାତିଲ କରିଦେଇଥିବା ଜଣାପଡ଼ିଛି। ଏବେ...

ବାଣିଜି୍ୟକ ବିବାଦ ତୁଟାଇବ ମଧ୍ୟସ୍ଥତା: ସିଜେଆଇ

ନୂଆଦିଲ୍ଲୀ,୬ା୭: ବାଣିଜି୍ୟକ ବିବାଦ ତୁଟାଇବା ଲାଗି ମଧ୍ୟସ୍ଥତା ପ୍ରମୁଖ ପନ୍ଥା ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା କହିଛନ୍ତି। ଲଣ୍ଡନରେ ଅନୁଷ୍ଠିତ ଭାରତ-ବ୍ରିଟେନ୍‌...

ଅକ୍ଟୋବର ୨ରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ବିରୋଧରେ ଗଣଆନ୍ଦୋଳନ ଆହ୍ବାନ

ନୂଆଦିଲ୍ଲୀ,୨୬ା୮(ପି.ଟି.): ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରାଯିବାକୁ ଥିବାବେଳେ ଏହିଦିନକୁ ସ୍ମରଣୀୟ କରିବା ପାଇଁ ଭାରତକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ...

Advertisement
Archives

Model This Week