Video: ସରୁନି ବଲାଙ୍ଗିର ମଦ ବ୍ୟବସାୟୀଙ୍କ ଟଙ୍କା ଗଣତି, ଆସିଲା SBI ଭିତରେ ଟଙ୍କା ଗଣା ଦୃଶ୍ୟ

ବଲାଙ୍ଗୀର,୧୦ା୧୨: ରବିବାର ବଲାଙ୍ଗୀର ସୁଦପଡା ମଦଭାଟିରେ ଚଢାଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୧୪୦ଟି ବ୍ୟାଗର ଗଣତି ଶେଷ ହୋଇଥିବା ବେଳେ ଏହା ଆଗକୁ ମଧ୍ୟ ଚାଲିବ ବୋଲି ସୂଚନା ମିଳିଛି। ସେହିପରି ବଲାଙ୍ଗିର ସୁଦପଡା SBI ମ୍ୟାନେଜର ଭଗତ ବେହେରା ସୂଚନା ଦେଇଛନ୍ତି ଯେ, ୧୭୬ରୁ ୧୪୦ ବ୍ୟାଗର ଗଣତି ଶେଷ ହୋଇଛି। ଟଙ୍କା ଗଣିବା ସହ ବଣ୍ଡଲିଂ ପାଇଁ ମେଶିନ ଅଣାଯାଇଛି, ମେଶିନ ଖରାପ ହେଲେ ଟେକ୍ନିକାଲ ଟିମ୍‌ ରହିଛନ୍ତି। ବର୍ତମାନ ଟଙ୍କା ଗଣା ପାଇଁ ୩ଟି ବ୍ୟାଙ୍କର କର୍ମଚାରୀ ଟଙ୍କା ଗଣାରେ ନିୟୋଜିତ ହୋଇଥିବା କହିଛନ୍ତି।

ଏହାରି ମଧ୍ୟରେ ସୁଦପଡା ମଦଭାଟି ମ୍ୟାନେଜର ବଣ୍ଟି ସାହୁ ଓ ତିଓ୍ବାରୀଙ୍କୁ ମଧ୍ୟ ବ୍ୟାଙ୍କରୁ ଅଜ୍ଞାତ ସ୍ଥାନକୁ ନେଇଛନ୍ତି ଆୟକର ବିଭାଗ । ଏତେ ଟଙ୍କା କେଉଁଠୁ ଆସିଲା କଣ ପାଇଁ ରଖାଯାଇଥିଲା ଆୟକର ବିଭାଗ ଖୋଲ ତାଡ଼ ଆରମ୍ଭ କରିଛି।

ମ୍ୟାନେଜର ବଣ୍ଟି ସାହୁଙ୍କ ସୁଦପଡ଼ା ଭଡାଘରେ ଚଢ଼ାଉ କରିବାରୁ ୧୯ଟି ବ୍ୟାଗ ଭର୍ତ୍ତି ଟଙ୍କା ମିଳିଥିଲା। ଏହା ୫୦ କୋଟି ଟଙ୍କା ହୋଇଥିବା ଅନୁମାନ କରାଯାଇଥିଲା। ପୂର୍ବରୁ ୧୫୭ଟି ବ୍ୟାଗ୍‌ ଟଙ୍କା ଜବତ କରାଯାଇଥିଲା। ବ୍ୟାଙ୍କ କ୍ଷେତ୍ରୀୟ ପରିଚାଳକ ବେହେରା କହିଛନ୍ତି ଯେ, ଏବେବି ତାଙ୍କ ପାଖରେ ୭୪ଟି ବ୍ୟାଗ୍‌ରେ ଟଙ୍କା ଗଣତି ପାଇଁ ରହିଛି। ରବିବାର ସେଗୁଡ଼ିକୁ ଗଣାଯିବ। ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ଥିବାରୁ ଟଙ୍କା ଗଣତି କାର୍ଯ୍ୟ ତ୍ୱରାନ୍ବିତ କରାଯାଇଥିଲା। ବଲାଙ୍ଗୀର ଆଖପାଖ ଚୁଡାପାଲି, ପାଟଣାଗଡ଼, ଲୋଇସିଂହା ଓ ଅନ୍ୟ ବ୍ୟାଙ୍କରେ ଥିବା ପ୍ରାୟ ୫୦ଟି ଟଙ୍କା ଗଣତି ମେଶିନ ବଲାଙ୍ଗୀର ଏସ୍‌ବିଆଇ ମୁଖ୍ୟ ଶାଖାକୁ ଅଣାଯାଇଥିଲା।

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ବଲାଙ୍ଗୀରସ୍ଥିତ କ୍ଷେତ୍ରୀୟ ବ୍ୟବସାୟିକ କାର୍ଯ୍ୟାଳୟର ପରିଚାଳକ ଭଗତ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ବଲାଙ୍ଗୀର ଏସ୍‌ବିଆଇ ଶାଖାକୁ ଆଇଟି ବିଭାଗ ବିଭିନ୍ନ ସ୍ଥାନରୁ ଟଙ୍କାଭର୍ତ୍ତି ୧୭୬ଟି ବ୍ୟାଗ୍‌ ଆଣି ପହଞ୍ଚାଇଥିଲା। ଶନିବାର ପୂର୍ବାହ୍ନ ୧୦ଟାରୁ ୫୦ଟି ମେଶିନରେ ୫୦ ଜଣ କର୍ମଚାରୀ ଟଙ୍କା ଗଣିବା ଆରମ୍ଭ କରିଥିଲେ। ରବିବାର ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ପ୍ରାୟ ୧୦୦ କର୍ମଚାରୀ ଟଙ୍କା ଗଣା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri