୧୩ ଲକ୍ଷ ଟଙ୍କାର ନକଲି ନୋଟ୍‌ ସହ ଛପା ମେଶିନ ଜବତ

ସମ୍ବଲପୁର ଅଫିସ,୮ା୮: ସମ୍ବଲପୁର ପୋଲିସ ପକ୍ଷରୁ ନକଲି ନୋଟ୍‌ କାରବାର ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରାଯାଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ନକିଲ ଟଙ୍କା ଜବତ କରିବା ସହ ୬ ଜଣଙ୍କୁ ଗରିଫ କରିଛି ପୋଲିସ।

ସୂଚନାନୁଯାୟୀ, ଦୀର୍ଘଦିନ ସମ୍ବଲପୁର ଅଞ୍ଚଳରେ ନକଲି ନୋଟ୍‌ କାରବାର ହେଉଥିବାର ପୋଲିସକୁ ସୂଚନା ମିଳିଥିଲା। ଏହାପରେ ପୋଲିସ ରବିବାର ଚଢ଼ାଉ କରିଛି। ଘଟଣାସ୍ଥଳରୁ ୧୩ ଲକ୍ଷ ୮୫ ହଜାର ଟଙ୍କାର ନକଲି ନୋଟ୍‌ ସହ ନୋଟ୍‌ ଛପାଯାଉଥିବା ମେଶିନ ମଧ୍ୟ ଜବତ ହୋଇଛି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବରଗଡ଼ ଓ ଛତିଶଗଡ଼ର ରହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ର ଭଟଲି ଗୋପାଳପୁରର ସାଗର ସାହା, ଅଶୋକ ସାହୁ, ବରଗଡ଼ ଅମ୍ବାଭୋନାର ଶିବଶଙ୍କର ବନିଆ, ଅମ୍ବାଭୋନା କାଶିପାଲିର ଗୁଣନିଧି ଭୋଇ, ଛତିଶଗଡ଼ ରାୟଗଡ଼ କୋଶିରର ସୂର୍ଯ୍ୟନାରାୟଣ ନିରାଲୀ, ଅଭିରାମ ଝାଙ୍ଗଡେ। ତେବେ ଏମାନଙ୍କ ଲିଙ୍କ୍‌ ଅନ୍ତଃରାଜ୍ୟ ଲିଙ୍କ୍‌ ରହିଥିବାବେଳେ ଏସବୁ ଟଙ୍କା ଚାଲାଣ ହେଉଥିଲା। ଜବତ ହୋଇଥିବା ୧୩ ଲକ୍ଷ ୮୫ ହଜାର ଟଙ୍କା ମଧ୍ୟ ୨ ହଜାର, ୫୦୦ ଏବଂ ୧୦୦ ଟଙ୍କିଆ ନୋଟ୍‌ ରହିଥିବା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ପି। ଏମାନଙ୍କଠାରୁ ଗୋଟିଏ ମୋଟରସାଇକେଲ, ଧଳା ପେପର ବଣ୍ଡଲ, କଟର ମେଶିନ, ପ୍ରିଣ୍ଟର ଓ ହ୍ବାଇଟନର୍‌ ଜବତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନାମୁହିଁରେ ଦାମୋଦର ମେଳା

ବାରିପଦା ଅଫିସ,୧୭ା୧-ମୟୂରଭଞ୍ଜ ଜିଲାର ଗଣପର୍ବ ମକର ଅବସରରେ ସୁନାମୁହିଁ(ବାରୁଣୀ) ଘାଟରେ ଶନିବାର ଆରମ୍ଭ ହୋଇଛି ଦାମୋଦର ମେଳା। ତିନିଦିନ ଧରି ଏହି ମେଳା ହେବାକୁ ଥିବାବେଳେ...

ଚିକିତ୍ସାରେ ଅବହେଳାରୁ ଶିଶୁଙ୍କ ମୃତ୍ୟୁ ଅଭିଯୋଗ, ହସ୍ପିଟାଲରେ ଉତ୍ତେଜନା

ଗଜପତି,୧୧।୧୦: ଗଜପତି ଜିଲା ପାରଳାଖେମୁଣ୍ଡି ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଏନେଇ ହସ୍ପିଟାଲରେ ପରିସରରେ ଉତ୍ତେଜନା ପରିସ୍ଥତି...

କୋଟିପତି ଗଞ୍ଜେଇ ବ୍ୟବସାୟୀ ଗିରଫ

ବାରିପଦା,୨।୪- ସ୍ପେଶାଲ ସ୍କ୍ବାଡ୍‌ ୮ ମାସ ହେଲା ଜଣେ ଚୋରା ଗଞ୍ଜେଇ ବ୍ୟବସାୟୀଙ୍କ ଉପରେ ରଖିଥିଲା ନଜର। ଶେଷରେ ଗୁରୁବାର ରାତିରେ ଉକ୍ତ ବ୍ୟବସାୟୀ ଘରେ...

ସୁସ୍ଥ ହେଲେ ଆଉ ୨୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩ା୯(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୨୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୭୪,୪୯୨ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ମିଠା ପ୍ୟାକଟରେ ଗୋ ମାଂସ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ମିଠା ପ୍ୟାକଟରେ ଗୋ ମାଂସ ଭରି ହେଉଥିଲା ଚଲାଣ। ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର କାଇମାଟିଆ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ...

ନୂଆ ବଜାର-ବାଲିତରା ସେତୁ ପାଇଁ ୯୭.୨୪ କୋଟି ଟଙ୍କାର ଟେଣ୍ଡରକୁ ମଞ୍ଜୁରୀ

ଭୁବନେଶ୍ୱର,୧୧ା୭(ଅନିଲ ଦାସ):ରାଜ୍ୟ ସରକାର ଇଞ୍ଜିନିୟରିଂ, ପ୍ରୋକ୍ୟୋର୍‌ମେଣ୍ଟ ଆଣ୍ଡ କନ୍‌ଷ୍ଟ୍ରକ୍‌ସନ୍‌ (ଇପିସି) ମୋଡ୍‌ ଚୁକ୍ତି ମାଧ୍ୟମରେ ଖରସ୍ରୋତା ନଦୀରେ କେନ୍ଦ୍ରାପଡ଼ା ଜିଲାର ନୂଆ ବଜାର-ବାଲିତରା ଘାଟ ରାସ୍ତାରେ...

ଘରକୁ ବନ୍ଧୁ ଆଣିବାରୁ ହତ୍ୟା ଘଟଣା, ୪ ଗିରଫ

ଜଗନ୍ନାଥପ୍ରସାଦ,୧୪ା୮(ଡି.ଏନ.ଏ)- ଜଗନ୍ନାଥପ୍ରସାଦ ଥାନା କରଡ଼ାପଲ୍ଲୀ ଗ୍ରାମରେ ବୁଧବାର ରାତିରେ କରୋନା କଟକଣା ବେଳେ ଘରକୁ ବନ୍ଧୁ ଆଣିଥିବାରୁ ପ୍ରମୋଦ ବେହେରାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ...

କଲେଜ ଅଧ୍ୟକ୍ଷଙ୍କ ଗିରଫ ଦାବି କଲେ ବାପା

ଭୁବନେଶ୍ୱର,୬।୭(ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ମଙ୍ଗଳବାର ୪ଦିନ ବିତିଛି। ହେଲେ ସୁଇସାଇଡ୍‌ ନୋଟରେ ଉଲ୍ଲେଖ ଥିବା ୩...

Advertisement
Archives

Model This Week