ନୟାଗଡ଼ ଅଫିସ,୨୧ା୧୦: ନୟାଗଡ଼ ସହରର ଅମରେନ୍ଦ୍ର ବଜାରରେ ଚାଲିଥିଲା ନକଲି ଟଙ୍କା ଛାପା କାରଖାନା। ବାଇକ୍ କିଣିବାବେଳେ ୧ ଲକ୍ଷ ୨୫ ହଜାର ନକଲି ୫୦୦ ଟଙ୍କିଆ ଜବତ ପରେ ଏହା ଦୃଷ୍ଟିକୁ ଆସିଛି। ଥାନାଠାରୁ ପ୍ରାୟ ୫୦୦ ମିଟର ଦୂରରେ ନକଲି ଟଙ୍କା ଛପାଯାଉଥିଲେ ମଧ୍ୟ ଟେର ନ ପାଇବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନକଲି ଟଙ୍କା ଛପାଇବା ଓ ବାଇକ୍ କିଣିବା ବେଳେ ଏହା ଦେବା ଅଭିଯୋଗରେ ଟାଉନ ଥାନା ପୋଲିସ ଓକିଲ ଖଣ୍ଡପଡ଼ା ଥାନା କୋସକା ଫାଣ୍ଡି ଶରଧାପୁର ଗଁାର ଦିବ୍ୟରଞ୍ଜନ ହୋତାଙ୍କୁ ଗିରଫ କରିଛି। ଏହି ଘଟଣାରେ ଅନ୍ୟ ଜଣଙ୍କୁ ପୋଲିସ ଅଟକ ରଖିଛି। ପୋଲିସ ଉକ୍ତ କାରଖାନା ଉପରେ ଚଢ଼ାଉ କରି ନଷ୍ଟ ହୋଇଥିବା କିଛି ୫୦୦ ଓ ୨ ହଜାର ଟଙ୍କିଆ ନୋଟ ଜବତ କରିଛି। ଏହାସହ କମ୍ପ୍ୟୁଟର, ପ୍ରିଣ୍ଟର ଓ ବିଭିନ୍ନ ସରଞ୍ଜାମ ଜବତ କରିଛି। ନକଲି ଟଙ୍କା ଜବତ ଓ ଛାପା କାରଖାନା ଠାବ ପରେ ବଜାରରେ ନକଲି ଟଙ୍କା ବୁଲୁଥିବା ଚର୍ଚ୍ଚା ହେଉଛି। ଆଇଆଇସି ଜୟଦୀପ ମହାନ୍ତିଙ୍କ ସୂଚନା ଅନୁସାରେ ଓକିଲ ଦିବ୍ୟରଞ୍ଜନ ଏକ ବାଇକ୍ କିଣିବାକୁ ମଙ୍ଗଳବାର ଶୋ’ରୁମ୍କୁ ଯାଇଥିଲେ। ସେଠାରେ ବାଇକ୍ ବାବଦକୁ ସେ ୧ ଲକ୍ଷ ୩୦ ହଜାର ଟଙ୍କା ଦେଇଥିଲେ। ତେବେ ଏଥିରୁ ୫ ହଜାର ଟଙ୍କାକୁ ଛାଡିଦେଲେ ଅବଶିଷ୍ଟ ୧ ଲକ୍ଷ ୨୫ ହଜାର ଟଙ୍କା ନକଲି ଥିଲା। ଏ ନେଇ ଶୋ’ରୁମ୍ କର୍ତ୍ତୃପକ୍ଷ ଅବଗତ ହେବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସି ନକଲି ଟଙ୍କା ଜବତ କରିବା ସହ ଓକିଲଙ୍କୁ ଗିରଫ କରିଥିଲା। ଏ ନେଇ ଦଫା ୪୮୯ ବି ଓ ୪୮୯ ସିରେ ମାମଲା (ନଂ.୧୬୬/୨୦) ରୁଜୁ ହୋଇଛି। ଦିବ୍ୟରଞ୍ଜନ ୬ବର୍ଷ ହେଲା ଅମରେନ୍ଦ୍ର ବଜାରରେ ଘରଭଡ଼ା ନେଇ ରହିଆସୁଥିଲେ।
Posted inHome, Home Left, ଆମ ଜିଲା ଖବର, ନୟାଗଡ଼ View All
ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….
ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…
ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…
ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…
ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର
ଭୁବନେଶ୍ବର,୨ା୪: ଖୁଵ୍ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…
ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ
ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…
ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ
ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…
ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି
ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…
ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ
ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…
ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା
କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍ କରିଛନ୍ତି। ରାଜ୍ୟର ପରିସ୍ଥିତି…
Archives

