ପୌରପାଳିକା ନାଁରେ ନକଲି ଫେସବୁକ ଆକାଉଣ୍ଟ

ବାଲେଶ୍ୱର ଅଫିସ, ୬ା୨: ବାଲେଶ୍ୱର ପୌରାଞ୍ଚଳ ନାମରେ ଦୀର୍ଘ ୧ବର୍ଷ ଧରି ନକଲି ଫେସବୁକ୍‌ ଆକାଉଣ୍ଟ ଖୋଲାଯାଇ ବିଭିନ୍ନ ପ୍ରକାର ତଥ୍ୟ ସୋସିଆଲ ମିଡିଆରେ ଅପଲୋଡ୍‌ କରାଯିବା ସହ ଲୋକଙ୍କୁ ଭ୍ରମିତ କରାଯାଉଛି। ଏନେଇ ପୌର ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ଆଶିଷ ଈଶ୍ୱର ପାଟିଲ ଡିଏସ୍‌ପି (ସିଟି)ଙ୍କ ସହ ଆଲୋଚନା କରି ଥାନାରେ ଅଭିଯୋଗ କରିଛନ୍ତି। ପୌର ନିର୍ବାଚନ ପାଖେଇ ଆସୁଥିବା ବେଳେ ପୌରପାଳିକାର ନକଲି ଫେସବୁକ ଆକାଉଣ୍ଟରେ ୪ଜଣ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ଫଟୋ ଦେଇ ଲୋକଙ୍କର ମତାମତ ଲୋଡାଯାଇଛି। ଏଭଳି ବିଭ୍ରାନ୍ତିକର ପୋଷ୍ଟିଂ ଦେଖିବା ପରେ ପୌରନିର୍ବାହୀ ଅଧିକାରୀ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସୂଚନା ଯେ, ୨୦୨୦ ଜାନୁଆରୀ ୩୧ ତାରିଖରେ ଖୋଲାଯାଇଥିବା ଏହି ଆକାଉଣ୍ଟ ସରକାରୀ ବୋଲି ଉଲ୍ଲେଖ ରହିଛି। ୪୨ଜଣ ଏହାକୁ ଲାଇକ୍‌ କରିଥିବା ବେଳେ ୪୬ଜଣ ଏହାକୁ ଫଲୋ କରିଛନ୍ତି। ଏହି ଆକାଉଣ୍ଟରେ ଇଂରାଜୀ ଖବରକାଗଜରେ ପ୍ରକାଶିତ ଖବର ମଧ୍ୟ ପ୍ରକାଶିତ ହୋଇଛି, ଯାହା ପୌରପାଳିକା ବିରୋଧରେ ହଁି ଲେଖାଯାଇଛି। ସେହିପରି ଗତ ୨ତାରିଖ ଅପରାହ୍ନ ୧ଟା ବେଳେ କୋଷ୍ଟ କେନାଲକୁ ନେଇ ଅନ୍ୟ ଏକ ଖବର କାଗଜରେ ପ୍ରକାଶିତ ଖବରକୁ ପ୍ରୋଫାଇଲ ଛବି ଭାବେ ରଖାଯାଇଛି। ଏନେଇ ପୌର ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ପାଟିଲ କହିଛନ୍ତି, ପୌରପାଳିକାର ଗୋଟିଏ ଫେସବୁକ୍‌ ଆକାଉଣ୍ଟ ରହିଛି। ଏଥିରେ ପୌରପାଳିକା ସମ୍ପର୍କିତ ଖବର ପ୍ରକାଶିତ ହୁଏ ଓ ସଚେତନତା ବାର୍ତ୍ତା ପୋଷ୍ଟିଂ କରାଯାଇଥାଏ। ଏବେ ଯାହା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ତାହା ଆମ ଆକାଉଣ୍ଟ ନୁହେଁ। କେହି ଜଣେ ଫେକ ଆକାଉଣ୍ଟ ଖୋଲି ପୌରପାଳିକା ନାଁକୁ ବଦନାମ୍‌ କରୁଛି। ଏନେଇ ଥାନାରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri