ଅଦିନିଆ ବର୍ଷା: ନଷ୍ଟହେଲା ଅମଳ ହେବାକୁ ଥିବା କପା

ଅମରପାଲି,୨୫ା୧(ପୀତାମ୍ବର ସାହୁ): ଗତ ମଙ୍ଗଳବାର ରାତିରୁ ଲାଗି ରହିଥିବା ଅଦିନିଆ ବର୍ଷାରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଅମଳ ହେବାକୁ ଥିବା କପା ମଧ୍ୟ ନଷ୍ଟ ହୋଇଛି। ପିତାମହୁଲ, ସଂଗ୍ରାମପୁର, କମିରା, ଜଟେସିଂହା, ଖଣ୍ଡହତା, ବହଳପଦର, ଲୁତୁରପଙ୍କ, କେନଝିରିଆପାଲି, ଦୁର୍ଜନତୈଲା, ମୁର୍ଷୁଣ୍ଢି, ହିଲୁଙ୍ଗ ଆଦି ପଞ୍ଚାୟତ ସମେତ ଅନ୍ୟ ଅଞ୍ଚଳରେ ଚଳିତବର୍ଷ ବ୍ୟାପକ କପା ଚାଷ ହୋଇଛି। ପର୍ଯ୍ୟାୟ କ୍ରମେ କପା ଅମଳ ହେଉଥିବା ବେଳେ ଏବେ ବି ବହୁ ପରିମାଣର କପା ଅମଳ ହେବାକୁ ଥିଲା। ମାତ୍ର ଅଦିନିଆ ବର୍ଷାରେ କପା ନଷ୍ଟ ହୋଇଯାଇଛି। କପା ଚାଷୀ ଧାର କରଜ କରି ଚାଷ କରିଥିବା ବେଳେ ଏବେ ସେମାନେ ହତାଶ ହୋଇ ପଡିଛନ୍ତି। ଡାଲି ଜାତୀୟ ଫସଲ ମଧ୍ୟ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।

ସେହିପରି ଆବଶ୍ୟକ ବ୍ୟବସ୍ଥା କରାଯାଇ ନ ଥିବାରୁ ମଣ୍ଡିଗୁଡ଼ିକରେ ଚାଷୀଙ୍କ ଧାନ ବର୍ଷାରେ ଭିଜି ନଷ୍ଟ ହେଉଛି। ଉପଖଣ୍ଡର ହିଲୁଙ୍ଗ ମଣ୍ଡିରେ ପ୍ରାୟ ୩୦ ହଜାର ପ୍ୟାକେଟ ଧାନ ବସ୍ତା ପଡ଼ି ରହିଛି। ଖଣ୍ଡହତା ମଣ୍ଡିରେ ପ୍ରାୟ ୫ ହଜାର ପ୍ୟାକେଟ, ଯାଲୋଏ ମଣ୍ଡିରେ ପ୍ରାୟ ୩୦ ହଜାର ପ୍ୟାକେଟ ଓ ମୁର୍ଷୁଣ୍ଢି ମଣ୍ଡିରେ ମଧ୍ୟ ଧାନ ପଡ଼ି ରହିଛି। ହିଲୁଙ୍ଗ ଓ ଯାଲୋଏ ମଣ୍ଡିରେ ସବୁଠୁ ବେଶି କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ଏଆରସିଏସ ପ୍ରେମାନନ୍ଦ ଦୀପ ଯାଲୋଏ ମଣ୍ଡିକୁ ପରିଦର୍ଶନ କରିଛନ୍ତି। ମଣ୍ଡିରେ ଧାନ ବର୍ଷାରେ ଭିଜିଥିବା ନେଇ ଏଆରସିଏସ ପ୍ରେମାନନ୍ଦ ଦୀପ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଅନୁଗୋଳରେ ପାଣ୍ଡିଆନଙ୍କ ରୋଡ୍‌ ଶୋ

ଅନୁଗୋଳ,୧୩ା୫(ଅମିତ କୁମାର ସାମଲ): ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୋମବାର ଅନୁଗୋଳ ଜିଲାରେ ଦଳୀୟ ନିର୍ବାଚନ ପ୍ରଚାରର ମଙ୍ଗ ଧରିବେ। ଅପରାହ୍ନ...

ପ୍ରଥମ ଥର ମତଦାନକୁ ନେଇ ଉତ୍ସାହିତ ଛାତ୍ରୀ

ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ଚଳିତ ନିର୍ବାଚନରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବତୀଯୁବକ ପ୍ରଥମ ଥର ପାଇଁ ନିଜର ମତଦାନ କରିବା ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି...

ପରିଚୟ ପତ୍ର ଥାଇ ବି ଭୋଟ ଦେଇପାରିଲେନି ଭୋଟର

ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ପ୍ରତି ୫ ବର୍ଷକୁ ଥରେ ସାଧାରଣ ନିର୍ବାଚନ ହୋଇଥାଏ। ଏହି ମହାନ ପର୍ବରେ ସାମିଲ ହୋଇ ନିଜର ଗଣତନ୍ତ୍ର ଅଧିକାରକୁ ସାବ୍ୟସ୍ତ କରିବା...

ଓଡ଼ିଶା ପକ୍ଷରୁ ହୋଇନାହିଁ ଗାଡ଼ି ବ୍ୟବସ୍ଥା: କୋଟିଆରେ ମତଦାନ ପାଇଁ ଆସୁନାହାନ୍ତି ଗ୍ରାମବାସୀ

ପଟାଙ୍ଗି,୧୩।୫(ସରୋଜ ଧଳ):ପ୍ରଥମ ପର୍ଯ୍ୟାୟର ନିର୍ବାଚନର ମତଦାନ ସାରା ରାଜ୍ୟରେ ଆରମ୍ଭ ହୋଇଯାଇଥିବାବେଳେ କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ନେରେଡି ଓ୍ବାଲ୍‌ସା ଗ୍ରାମବାସୀ...

ଧାଡିରେ ଠିଆହୋଇ ମତଦାନ କଲେ ଜିଲାପାଳ: ଚାରିଆଡୁ ପ୍ରଶଂସା

ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ପୌରପରିଷଦ କୁମୁଟିଗୁଡା ଭୋଟ କେନ୍ଦ୍ରରେ ମାଲକାନଗିରି ଜିଲାପାଳ ସଚିନ ପାୱାର ଆଜି ଦୀର୍ଘ ସମୟ ଧାଡିରେ ଠିଆହୋଇ ମତଦାନ କରିଥିବା ଦେଖିବାକୁ...

କଳାହାଣ୍ଡିରେ ଚାଲିଛି ଭୋଟ୍‌ ଗ୍ରହଣ

ଭବାନୀପାଟଣା,୧୩ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଭବାନୀପାଟଣା, ଜୁନାଗଡ଼,ଧର୍ମଗଡ଼,ଲାଞ୍ଜିଗଡ଼ ଓ ନର୍ଲା ୫ଟି ବିଧାନସଭା ଆସନ ଗୋଟିଏ ଲୋକ ସଭା ଆସନ ପାଇଁ ସୋମବାର ଭୋଟ...

ଅସୁସ୍ଥ ବାପାଙ୍କୁ କୋଳରେ ଧରି ଭୋଟ କେନ୍ଦ୍ରକୁ ଆଣିଲେ ଝିଅ

ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ପୌରପରିଷଦ ଅଞ୍ଚଳ ଜୟପୁରୀୟାଗୁଡା ଭୋଟ କେନ୍ଦ୍ରରେ ଜଣେ ଦିବ୍ୟାଙ୍ଗ ଅସୁସ୍ଥ ବୁଦ୍ଧଙ୍କୁ ତାଙ୍କ ଝିଅ କୋଳରେ ଧରି ଭୋଟ କେନ୍ଦ୍ରକୁ ପ୍ରବେଶ...

ଭୋଟ୍‌ ଦେଉଛି ଓଡ଼ିଶା: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର,୧୩ା୫: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ ପର୍ଯ୍ୟାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri