ମତଦାନକୁ ପ୍ରଭାବିତ କରିବ ଦୁର୍ନୀତି

ଯାଜପୁର ରୋଡ,୪ା୩(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦର ନିର୍ବାଚନ ପରିପ୍ରେକ୍ଷୀରେ ୨୬ ନମ୍ବର ୱାର୍ଡ ଗୁରୁତ୍ୱ ବହନ କରୁଛି। ଜିଲାର ରସୁଲପୁର ଓ ଦାନଗଦି ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ଖରସ୍ରୋତା ନଦୀ ପଟୁ ବ୍ୟାସନଗର ସହରକୁ ଏହି ୱାର୍ଡର ପ୍ରବେଶ ପଥ ରହିଛି। ସହରର ଖଣ୍ଡାହଥା, ଶିଶୁ ମନ୍ଦିର, ଡାହିସାହି, ମୁଣ୍ଡୋମାଳ, ସିଲ୍‌ କଲୋନୀ ଓ ସରୋବର ଆଦି ଅଞ୍ଚଳ ଏହି ୱାର୍ଡରେ ଅର୍ନ୍ତଭୁକ୍ତ ହୋଇଛି। ଏହି ଓ୍ବାଡ୍‌ର ଡ୍ରେନେଜ, ରାସ୍ତାଘାଟ, ଆଲୁଅ, ପରିମଳ ବ୍ୟବସ୍ଥା ଇତ୍ୟାଦି ବିପର୍ଯ୍ୟସ୍ତ ହୋଇପଡିଛି। ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଯୋଗୁ ବିକାଶ ପରାହତ ହୋଇଥିବା ଅଭିଯୋଗ ହେଉଛି। ଏହି କାରଣରୁ ଶାସକ ଦଳ ଓ ପ୍ରଶାସକ ବଦନାମ ହେବା ସହ ଚଳିତ ପୌର ନିର୍ବାଚନରେ ଏହାର ପ୍ରଭାବ ପଡିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ା
ଏହି ୱାର୍ଡର ଗଣେଶ ଷ୍ଟୋରଠାରୁ ସଲିଲ ସିଲ୍‌ଙ୍କ ଘର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ତ୍ରୁଟିପୂର୍ଣ୍ଣ ଡ୍ରେନ୍‌କୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଏହି କାମ ପାଇଁ ୨୦୧୬-୧୭ରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ଗଣେଶ ଷ୍ଟୋରଠାରୁ ସଲିଲ୍‌ ସିଲ୍‌ ଘର ମଝିରେ ଥିବା ଆଇଚ ବାବୁଙ୍କ ଘର ସମ୍ମୁଖରେ ପୁଣି ଏକ ଡ୍ରେନ୍‌ ନିର୍ମାଣ ହୋଇଥିବା ଆରଟିଆଇ ରିପୋର୍ଟରୁ ଜଣାପଡିଛି। ସେହି ବର୍ଷ ଏହି କାର୍ଯ୍ୟରେ ପୁଣି ୨ ଲକ୍ଷ ଟଙ୍କାର ବିଲ ହୋଇଛି। ଯାହାକି ପୂର୍ବ କାମକୁ ଦେଖାଇ, କୌଣସି କାମ କରା ନ ଯାଇ ସେହି ଅର୍ଥକୁ ସମ୍ପୂର୍ଣ୍ଣ ଭାବେ ଆତ୍ମସାତ୍‌ କରାଯାଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହାବାଦ୍‌ ୱାର୍ଡର ବିଭିନ୍ନ ରାସ୍ତା ମରାମତି କାମ ଆଳରେ ମୋରମ ଓ କ୍ରସର ଗୁଣ୍ଡ ବାବଦକୁ ୧ ଲକ୍ଷ ଟଙ୍କାର ବିଲ କରାଯାଇ ସେହି ଅର୍ଥକୁ ଆତ୍ମସାତ୍‌ କରାଯାଇଛି। ୨୦୧୮-୧୯ରେ ବ୍ୟାସସରୋବରଠାରୁ ଗ୍ୟାସ୍‌ ଗୋଦାମ ପଟକୁ ରାସ୍ତା ନିର୍ମାଣରେ ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। କିନ୍ତୁ ବାସ୍ତବରେ ସେହି ରାସ୍ତାର ଅଲେଖ ମହିମା ମଠଠାରୁ ସରୋବର ତୋରଣ ପର୍ଯ୍ୟନ୍ତ ୧୦୦ ମିଟର କଂକ୍ରିଟକରଣ କରି ସିଂହଭାଗ ଅର୍ଥ ହଡ୍‌ପ ହୋଇଥିବା କୁହାଯାଉଛି। ପ୍ରଶାସକ ଶାସନ ସମୟରେ ଏହି କାର୍ଯ୍ୟ ହୋଇଛି। ଅନ୍ୟପକ୍ଷେ ଡ୍ରେନେଜ କାମରେ ବର୍ହିଗମନ ପଥ ନାହିଁ। ଫଳରେ ୱାର୍ଡର ବିଭିନ୍ନ ସ୍ଥାନରେ ପାଣି ଜମା ହୋଇ ମଶାମାଛିଙ୍କ ଅନ୍ତୁଡ଼ିଶାଳ ପାଲଟିଛି। ଏଭଳି ଅନେକ ଅନିୟମିତତା ଓ ଦୁର୍ନୀତି ୨୬ ନମ୍ବର ୱାର୍ଡବାସୀଙ୍କୁ ବିଳଚିତ କରିଛି।
ଏଥର ସାଧାରଣ ବର୍ଗ ପାଇଁ ୱାର୍ଡ କାଉନସିଲର ପଦବୀ ସଂରକ୍ଷିତ ରହିଛି। ଗୁରୁବାର ପର୍ଯ୍ୟନ୍ତ କୌଣସି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନାହାନ୍ତି। ତେଣୁ ଏହି ୱାର୍ଡର କାଉନସିଲର ପଦବୀ ପାଇଁ ବିଜେଡି ଅନ୍ୟ ୱାର୍ଡରୁ ପ୍ରାର୍ଥୀ ଦେବ ବୋଲି ସୂଚନା ମିଳିଛି। ଏହାକୁ ନେଇ ୱାର୍ଡବାସୀଙ୍କ ମଧ୍ୟରେ ଅସନ୍ତୁଷ୍ଟ ପ୍ରକାଶ ପାଇଛି। ଉକ୍ତ ୱାର୍ଡରେ ୧୮୧୯ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ପ୍ରଶାସନ ପକ୍ଷରୁ ଏଥିପାଇଁ ଖଣ୍ଡାହତା ଓ ମୁଣ୍ଡୋମାଳ ପ୍ରାଥମିକ ସ୍କୁଲରେ ୨ଟି ବୁଥ କରିବାକୁ ଧାର୍ଯ୍ୟ ହୋଇଛି। ଏ ସଂକ୍ରାନ୍ତରେ ୱାର୍ଡବାସୀ ବିଜୁ ମହାରଣା କୁହନ୍ତି, ୨୦୧୩ରୁ ୨୦୧୮ ମଧ୍ୟରେ ଯେଉଁ ଦୁର୍ନୀତି ହୋଇଥିଲା ତାହା ପରବର୍ତ୍ତୀ ପ୍ରଶାସନ ଶାସନରେ ଏକାଧିକ ଗୁଣ ହୋଇଛି। ଏହି ଦୁର୍ନୀତିର ପ୍ରଭାବ ଚଳିତ ପୌର ନିର୍ବାଚନ ଉପରେ ପଡିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri