‘ସାମାଜିକ ଗଣମାଧ୍ୟମରେ କ୍ଷୟ ହେଉଛି ସତ୍ୟ’

କଟକ ଅଫିସ,୧୨।୨: ଓଡ଼ିଶା ହାଇକୋର୍ଟ ପକ୍ଷରୁ ୨ ଦିନିଆ ଜିଲା ଜଜ୍‌ ସମ୍ମିଳନୀ କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀଠାରେ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ସୁପ୍ରିମକୋର୍ଟ ବିଚାରପତି ସଞ୍ଜୀବ ଖାନ୍ନା ଏହାକୁ ଉଦ୍‌ଘାଟନ କରି କହିଥିଲେ, ଭାରତୀୟ ସଂସ୍କୃତି ମୁକୁଟରେ ଓଡ଼ିଶା ହେଉଛି ଏକ ମଣି। ନିୟମ ଆଧାରରେ ଠିକ୍‌, ସ୍ବଚ୍ଛ ନିଷ୍ପତ୍ତି ହିଁ ହେଉଛି ନ୍ୟାୟ। ନ୍ୟାୟ ପ୍ରଦାନବେଳେ ପରିସ୍ଥିତିକୁ ସମ୍ଭାଳିବାରେ ବିଚାରପତିମାନେ ସେତିକି ତତ୍ପର ହେବାକୁ ସେ ପରାମର୍ଶ ଦେଇଥିଲେ। ସାମାଜିକ ଗଣମାଧ୍ୟମ ଦ୍ୱାରା ସତ୍ୟ କିପରି କ୍ଷୟ ହେଉଛି ତାହା ଉପରେ ଆଲୋକପାତ କରିଥିଲେ। ନ୍ୟାୟ ପ୍ରଦାନବେଳେ ନିରପେକ୍ଷତା ପ୍ରତି ଯତ୍ନବାନ ହେବା ଉଚିତ ବୋଲି ବିଚାରପତି ଖାନ୍ନା କହିଥିଲେ।
ସେହିପରି ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର କହିଥିଲେ, ୯ ବର୍ଷର ବ୍ୟବଧାନ ପରେ ଜିଲା ଜଜ୍‌ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ନ୍ୟାୟିକ ଅଭିଜ୍ଞତା ଶିକ୍ଷା କରିବାରେ ଏହା ବହୁ ଭାବେ ଫଳପ୍ରଦ ହେବ। ଜିଲା ଜଜ୍‌ମାନଙ୍କ ପରାମର୍ଶ କ୍ରମେ ହାଇକୋର୍ଟ ମାମଲା ବୋଝ ହ୍ରାସ କରିବା ଦିଗରେ ପଦକ୍ଷେପ ନେଇ ଜିଲା କୋର୍ଟ ଜରିଆରେ ୫,୫୦,୩୯୨ ମାମଲା ସମାଧାନ କରାଇବାରେ ସକ୍ଷମ ହୋଇଛି। ୨୦୨୧ର ମାମଲା ଫଇସଲା ଅପେକ୍ଷା ୨୦୨୨ରେ ଫଇସଲା ହାର ୧୧୬.୦୨% ବୃଦ୍ଧି ପାଇଛି। ସେହିପରି ଜିଲା କୋର୍ଟରେ ୨୦୨୧ରେ ୭୨,୮୦୬ ମାମଲା ଫଇସଲା ହୋଇଥିବାବେଳେ ୨୦୨୨ରେ ୧,୬୧,୨୬୩ ମାମଲା ଫଇସଲା ହୋଇଛି। ମାମଲା ଫଇସଲା କ୍ଷେତ୍ରରେ ବଲାଙ୍ଗୀର, ନୟାଗଡ଼ ଓ ଦେବଗଡ଼ ଜିଲା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାବେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ମୁଖ୍ୟ ବିଚାରପତି ଘୋଷଣା କରିଥିଲେ। ୩ ଜିଲାର ଜିଲା ଜଜ୍‌ ଓ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କୁ ପୁରସ୍କୃତ କରାଯାଇଛି। ଏହି ଅବସରରେ ବାର୍ଷିକ ବିବରଣୀ ଉନ୍ମୋଚିତ ହୋଇଛି। ଏଥିରେ ହାଇକୋର୍ଟ ଓ ଜିଲାକୋର୍ଟର ୨୦୨୨ ସମ୍ପର୍କିତ କାର୍ଯ୍ୟକାରିତା ଆଦିର ବିବରଣୀ ସ୍ଥାନ ପାଇଛି।
ଜିଲା ଜଜ୍‌ ସମ୍ମିଳନୀ କମିଟି ଅଧ୍ୟକ୍ଷ ତଥା ହାଇକୋର୍ଟ ବିଚାରପତି ଶୁଭାଶିଷ ତାଳପତ୍ର ସ୍ବାଗତ ଭାଷଣ ଦେଇ କହିଥିଲେ, ବିଚାର ବିଭାଗୀୟ ଅଧିକାରୀମାନଙ୍କ ଅଭିଜ୍ଞତାକୁ ଉପଯୋଗ କରି ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସମ୍ମିଳନୀର ଉଦ୍ଦେଶ୍ୟ। ଜିଲା ଜଜ୍‌ ଓ ବିଚାର ବିଭାଗୀୟ ଅଧିକାରୀମାନେ ନ୍ୟାୟ ପ୍ରଦାନବେଳେ ସମୟ, ସମାନତା, ସ୍ବଚ୍ଛତା ଓ ସ୍ବାଧୀନ ନିଷ୍ପତ୍ତି ନେବା ଉପରେ ଦୃଷ୍ଟି ଦେବାକୁ ବିଚାରପତି ତାଳପତ୍ର କହିଥିଲେ। ରାଜ୍ୟର ୩୦ଟି ଜିଲାରୁ ଜିଲା ଜଜ୍‌, ବରିଷ୍ଠ ଅଧିକାରୀ, ରାଜ୍ୟ ଆଇନସେବା ପ୍ରାଧିକରଣର ଅଧିକାରୀ ଓ ଓଡ଼ିଶା ଜୁଡିସିଆଲ ଏକାଡେମୀର ଅଧିକାରୀମାନେ ଉପସ୍ଥିତ ଥିଲେ। ଆଡ୍‌ଭୋକୋଟ ଜେନେରାଲ, ଡେପୁଟି ସଲିସିଟର ଜେନେରାଲ ଅଫ୍‌ ଇଣ୍ଡିଆ ଫର୍‌ ଓଡ଼ିଶା ହାଇକୋର୍ଟ ଏବଂ ହାଇକୋର୍ଟ ବାର୍‌ ଆସୋସିଏଶନ୍‌ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ବିଚାରପତି ଶଶିକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri