‘ସାମାଜିକ ଗଣମାଧ୍ୟମରେ କ୍ଷୟ ହେଉଛି ସତ୍ୟ’

କଟକ ଅଫିସ,୧୨।୨: ଓଡ଼ିଶା ହାଇକୋର୍ଟ ପକ୍ଷରୁ ୨ ଦିନିଆ ଜିଲା ଜଜ୍‌ ସମ୍ମିଳନୀ କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀଠାରେ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ସୁପ୍ରିମକୋର୍ଟ ବିଚାରପତି ସଞ୍ଜୀବ ଖାନ୍ନା ଏହାକୁ ଉଦ୍‌ଘାଟନ କରି କହିଥିଲେ, ଭାରତୀୟ ସଂସ୍କୃତି ମୁକୁଟରେ ଓଡ଼ିଶା ହେଉଛି ଏକ ମଣି। ନିୟମ ଆଧାରରେ ଠିକ୍‌, ସ୍ବଚ୍ଛ ନିଷ୍ପତ୍ତି ହିଁ ହେଉଛି ନ୍ୟାୟ। ନ୍ୟାୟ ପ୍ରଦାନବେଳେ ପରିସ୍ଥିତିକୁ ସମ୍ଭାଳିବାରେ ବିଚାରପତିମାନେ ସେତିକି ତତ୍ପର ହେବାକୁ ସେ ପରାମର୍ଶ ଦେଇଥିଲେ। ସାମାଜିକ ଗଣମାଧ୍ୟମ ଦ୍ୱାରା ସତ୍ୟ କିପରି କ୍ଷୟ ହେଉଛି ତାହା ଉପରେ ଆଲୋକପାତ କରିଥିଲେ। ନ୍ୟାୟ ପ୍ରଦାନବେଳେ ନିରପେକ୍ଷତା ପ୍ରତି ଯତ୍ନବାନ ହେବା ଉଚିତ ବୋଲି ବିଚାରପତି ଖାନ୍ନା କହିଥିଲେ।
ସେହିପରି ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର କହିଥିଲେ, ୯ ବର୍ଷର ବ୍ୟବଧାନ ପରେ ଜିଲା ଜଜ୍‌ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ନ୍ୟାୟିକ ଅଭିଜ୍ଞତା ଶିକ୍ଷା କରିବାରେ ଏହା ବହୁ ଭାବେ ଫଳପ୍ରଦ ହେବ। ଜିଲା ଜଜ୍‌ମାନଙ୍କ ପରାମର୍ଶ କ୍ରମେ ହାଇକୋର୍ଟ ମାମଲା ବୋଝ ହ୍ରାସ କରିବା ଦିଗରେ ପଦକ୍ଷେପ ନେଇ ଜିଲା କୋର୍ଟ ଜରିଆରେ ୫,୫୦,୩୯୨ ମାମଲା ସମାଧାନ କରାଇବାରେ ସକ୍ଷମ ହୋଇଛି। ୨୦୨୧ର ମାମଲା ଫଇସଲା ଅପେକ୍ଷା ୨୦୨୨ରେ ଫଇସଲା ହାର ୧୧୬.୦୨% ବୃଦ୍ଧି ପାଇଛି। ସେହିପରି ଜିଲା କୋର୍ଟରେ ୨୦୨୧ରେ ୭୨,୮୦୬ ମାମଲା ଫଇସଲା ହୋଇଥିବାବେଳେ ୨୦୨୨ରେ ୧,୬୧,୨୬୩ ମାମଲା ଫଇସଲା ହୋଇଛି। ମାମଲା ଫଇସଲା କ୍ଷେତ୍ରରେ ବଲାଙ୍ଗୀର, ନୟାଗଡ଼ ଓ ଦେବଗଡ଼ ଜିଲା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାବେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ମୁଖ୍ୟ ବିଚାରପତି ଘୋଷଣା କରିଥିଲେ। ୩ ଜିଲାର ଜିଲା ଜଜ୍‌ ଓ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କୁ ପୁରସ୍କୃତ କରାଯାଇଛି। ଏହି ଅବସରରେ ବାର୍ଷିକ ବିବରଣୀ ଉନ୍ମୋଚିତ ହୋଇଛି। ଏଥିରେ ହାଇକୋର୍ଟ ଓ ଜିଲାକୋର୍ଟର ୨୦୨୨ ସମ୍ପର୍କିତ କାର୍ଯ୍ୟକାରିତା ଆଦିର ବିବରଣୀ ସ୍ଥାନ ପାଇଛି।
ଜିଲା ଜଜ୍‌ ସମ୍ମିଳନୀ କମିଟି ଅଧ୍ୟକ୍ଷ ତଥା ହାଇକୋର୍ଟ ବିଚାରପତି ଶୁଭାଶିଷ ତାଳପତ୍ର ସ୍ବାଗତ ଭାଷଣ ଦେଇ କହିଥିଲେ, ବିଚାର ବିଭାଗୀୟ ଅଧିକାରୀମାନଙ୍କ ଅଭିଜ୍ଞତାକୁ ଉପଯୋଗ କରି ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସମ୍ମିଳନୀର ଉଦ୍ଦେଶ୍ୟ। ଜିଲା ଜଜ୍‌ ଓ ବିଚାର ବିଭାଗୀୟ ଅଧିକାରୀମାନେ ନ୍ୟାୟ ପ୍ରଦାନବେଳେ ସମୟ, ସମାନତା, ସ୍ବଚ୍ଛତା ଓ ସ୍ବାଧୀନ ନିଷ୍ପତ୍ତି ନେବା ଉପରେ ଦୃଷ୍ଟି ଦେବାକୁ ବିଚାରପତି ତାଳପତ୍ର କହିଥିଲେ। ରାଜ୍ୟର ୩୦ଟି ଜିଲାରୁ ଜିଲା ଜଜ୍‌, ବରିଷ୍ଠ ଅଧିକାରୀ, ରାଜ୍ୟ ଆଇନସେବା ପ୍ରାଧିକରଣର ଅଧିକାରୀ ଓ ଓଡ଼ିଶା ଜୁଡିସିଆଲ ଏକାଡେମୀର ଅଧିକାରୀମାନେ ଉପସ୍ଥିତ ଥିଲେ। ଆଡ୍‌ଭୋକୋଟ ଜେନେରାଲ, ଡେପୁଟି ସଲିସିଟର ଜେନେରାଲ ଅଫ୍‌ ଇଣ୍ଡିଆ ଫର୍‌ ଓଡ଼ିଶା ହାଇକୋର୍ଟ ଏବଂ ହାଇକୋର୍ଟ ବାର୍‌ ଆସୋସିଏଶନ୍‌ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ବିଚାରପତି ଶଶିକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri