ଏ ଫର୍ମକୁ ଚାପି ଦେଇ ଦୁର୍ନୀତି ଅଣାୟତ୍ତ

ଯାଜପୁର,୨୬ା୧୦(ହର୍ଷବର୍ଦ୍ଧନ ବେହେରା): ବିଷାକ୍ତ ମଦ ତିଆରି ହେଉ ବା ବିକ୍ରୀ କରିବା ଯେପରି ଏକ ଗର୍ହିତ ଅପରାଧ, ସେହିଭଳି ମଦ ବିକ୍ରୀ ନାମରେ ବିପୁଳ ଟଙ୍କା ରାଜସ୍ବ ଅତ୍ମସାତ୍‌ କରିବା ମଧ୍ୟ ଗୁରୁତର ଦେଶଦ୍ରୋହ କାର୍ଯ୍ୟ। ସରକାର ଅବକାରୀ ବିଭାଗକୁ ରାଜସ୍ବ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ କରିଥାନ୍ତି, ଅନ୍ୟପଟେ ରାଜସ୍ବ ଧାର୍ଯ୍ୟ ମୁତାବକ ସଂଗ୍ରହ ତ ହୋଇଯାଏ ହେଲେ ରାଜସ୍ବ ଲୁଣ୍ଠନ ହୁଏ ଅନ୍ୟବାଟରେ ବୋଲି ଅଭିଯୋଗ ହେଉଛି। ପ୍ରତିବର୍ଷ ଅକ୍ଟୋବରରେ ପାଳନ ହେଉଥିବା ଫର୍ମ-ଏ ନୋଟିସକୁ ଯାଜପୁର ଜିଲା ଅବକାରୀ ବିଭାଗ ଲୋକଙ୍କ ବିରୋଧ ଭୟରେ ଜାଣିଶୁଣି ଚାପି ଦେଉଛି। ଏହାଦ୍ୱାରା ମଦ ଦୋକାନ ଉପରେ ସାଧାରଣ ଲୋକଙ୍କ ମତାମତକୁ ଅବକାରୀ ବିଭାଗ ଦବେଇ ଦେଉଛି। ଫଳରେ ଯାଜପୁର ଜିଲାରେ ବେଆଇନ ମଦ ଦୋକାନ ସହ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ଚାନ୍ଦା ବଢିବାରେ ଲାଗିଥିବାବେଳେ ଲୋକଙ୍କ ମଧ୍ୟରେ ଆନ୍ଦୋଳନର ଦାନା ବାନ୍ଧିବାରେ ଲାଗିଛି। ଜିଲାରେ ଅବକାରୀ ଆଇନ ୩୪ ଧାରାକୁ ଉଲ୍ଲଂଘନ କରି ଜାତୀୟ ରାଜପଥ, ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ, ସାଂସ୍କୃତିକ ଅନୁଷ୍ଠାନ, ବ୍ୟାଙ୍କ ଆଦି ଅନୁଷ୍ଠାନ ପାଖରେ ୫୮ଟି ବିଭିନ୍ନ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ରହିଛି।

ଏ ଦିଗରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇ ପାରିନାହିଁ। ଫଳରେ ଛାତ୍ରୀଛାତ୍ରଙ୍କ ଉପରେ ନକରାମତ୍କ ପ୍ରଭାବ ପଡୁଥିବାବେଳେ ଅବକାରୀ ଓ ପୋଲିସ ବିିଭାଗ କେବଳ ଲୋକ ଦେଖାଣିଆ ଚଢାଉ କରି ନିଜର ଟାର୍ଗେଟ ପୂରଣ କରିବାରେ ବ୍ୟସ୍ତ ରହୁଛନ୍ତି ବୋଲି ମତପ୍ରକାଶ ପାଇଛି।
ଓଡ଼ିଶା ଅବକାରୀ ଅଧିନିୟମ ୨୦୦୮ ଏବଂ ଓଡ଼ିଶା ଅବକାରୀ ନିୟମ ୨୦୧୭ ଦ୍ୱାରା ରାଜ୍ୟ ଅବକାରୀ ପ୍ରଶାସନ ପରିଚାଳିତ ହେଉଛି। ଏହା ମଦ ବିକ୍ରୟ, ଉତ୍ପାଦନ ଏବଂ ଯୋଗାଣକୁ ନିୟନ୍ତ୍ରଣ କରିଥାଏ। ଓଡ଼ିଶା ସରକାର ୨୦୦୦ ନଭେମ୍ବରରେ କମ୍ପାନୀ ଅଧିନିୟମ ୧୯୫୬ ଆଧାରରେ ଏକ କମ୍ପାନୀ ଭାବରେ ଓଡ଼ିଶା ପାନୀୟ ନିଗମ ଲିମିଟେଡ (ଓଏସ୍‌ବିସିଏଲ୍‌) ପ୍ରତିଷ୍ଠା କରିଥିଲେ। ଭାରତରେ ପ୍ରସ୍ତୁତ ବିଦେଶୀ ମଦ(ଆଇଏମ୍‌ଏଫ୍‌ଏଲ୍‌), ବିଦେଶରେ ପ୍ରସ୍ତୁତ ବିଦେଶୀ ମଦ(ଏଫ୍‌ଏମ୍‌ଏଫ୍‌ଏଲ୍‌), ବିଅର ଓ ଦେଶୀ ମଦ(ସିଏଲ୍‌) ବଣ୍ଟନ ଓ ଯୋଗାଣ ବ୍ୟବସ୍ଥାରେ ସ୍ବଚ୍ଛତା ସହିତ ସେଗୁଡିକର ଗୁଣବତ୍ତା ଉପରେ ନିୟନ୍ତ୍ରଣ ରଖିବା ଓଏମ୍‌ବିସିଏଲ୍‌ର ମୂଳ ଉଦ୍ଦେଶ୍ୟ ଥିଲା। ହେଲେ ମଦ ଉତ୍ପାଦ ଓ ଯୋଗାଣ ଇତ୍ୟାଦି କ୍ଷେତ୍ରରେ ଏଯାଏ ସ୍ବଚ୍ଛତା ଅବଲମ୍ବନ ହୋଇ ପାରି ନ ଥିବା ଗତ ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷେ ଯାଜପୁର ଜିଲାରେ ଫର୍ମ-ଏ ନୋଟିସକୁ ଅବକାରୀ ବିଭାଗ ଠିକ୍‌ ଭାବେ ଜନସାଧାରଣଙ୍କ ଅବଗତ ନିମନ୍ତେ ପ୍ରକାଶ କରୁନାହିଁ। ଫଳରେ ଏହି ଫର୍ମ ଜରିଆରେ ଲୋକଙ୍କ ମତ ସରକାରଙ୍କ ପାଖରେ ପହଞ୍ଚି ପାରୁନାହିଁ। ମଦ ବ୍ୟବସାୟୀଙ୍କ ସହିତ ସଲାସୁତୁରା କରି ଅବକାରୀ କର୍ତ୍ତୃପକ୍ଷ ମଦ ଦୋକାନ ପାଇଁ ଥିବା ନିୟମକୁ ଉଲ୍ଲଂଘନ କରୁଛନ୍ତି। ଫଳରେ ମଦ ଦୋକାନଗୁଡିକ ଯେକୌଣସି ସ୍ଥାନରେ ବି ଖୋଲି ଯାଉଛି। ଏଥିଯୋଗୁ ସାଧାରଣ ଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ, ସମ୍ପୃକ୍ତ ଅଞ୍ଚଳରେ ମଦ ଦୋକାନ ରହିବ କି ନାହିଁ ସେଥିପାଇଁ ଅବକାରୀ ବିଭାଗ ପକ୍ଷରୁ ଫର୍ମ-ଏ ନୋଟିସ ଜାରି କରାଯାଇଥାଏ। ପ୍ରତିବର୍ଷ ଅକ୍ଟୋବରରେ ଏହି ପ୍ରକ୍ରିୟା ପାଳନ କରିବା ଅବକାରୀ ବିଭାଗ ପାଇଁ ବୈଧାନିକ ବ୍ୟବସ୍ଥା ରହିଛି। ଲୋକଙ୍କ ଦ୍ୱାରା ଫର୍ମ-ଏ ମଞ୍ଜୁର ହେବାପରେ ମଦ ବିକ୍ରୀ ପାଇଁ ଫର୍ମ-ବିରେ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥାଏ। ଚଳିତବର୍ଷ ଅକ୍ଟୋବର ସରିବାକୁ ଆଉ ମାତ୍ର ୫ ଦିନ ବାକି ରହିଛି। ମାତ୍ର ଏହି ନୋଟିସକୁ ଅବକାରୀ ବିଭାଗ ନିଜ ଫାଇଲ ଭିତରେ ସୀମିତ ରଖିଛି। ଫଳରେ ଏଭଳି ଏକ ବ୍ୟବସ୍ଥା ବାବଦରେ ସାଧାରଣ ଲୋକଙ୍କ ସାମାନ୍ୟତମ ଧାରଣା ରହୁନାହିଁ। ଏହି ନୋଟିସ ଜାରି ହେବାପରେ ପଞ୍ଚାୟତ, ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ପରିଷଦ ନିର୍ବାହୀ ଅଧିକାରୀମାନଙ୍କୁ ଲୋକଙ୍କ ଗୋଚରାର୍ଥେ ଦିଆଯାଇଥାଏ। ହେଲେ ଗଣ ମାଧ୍ୟମରେ ଏହି ନୋଟିସ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଉ ନ ଥିବାରୁ ବିିଭିନ୍ନସ୍ତରରେ ତାହାକୁ ଚାପି ଦିଆଯାଉଛି। ଜିଲାରେ ୪୨ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ଚାଲିଛି। ସେହିପରି ୫୮ଟି ଠିପି ଖୋଲା ବିଦେଶୀ ମଦ ଦୋକାନ ରହିଥିବାବେଳେ ୧୭ଟି ଆସ୍କାପଟି ଦେଶୀମଦ ଦୋକାନ ରହିଛି। ଆଗାମୀ ଦିନରେ ଆହୁରି ଦେଶୀ/ବିଦେଶୀ ମଦ ଦୋକାନ ଖୋଲିବାକୁ ପ୍ରସ୍ତାବ ରହିଛି। ମଦ ଦୋକାନ ମାଲିକମାନେ ଅଧିକ ବିକ୍ରୀ ଆଶା ରଖି ଗ୍ରାମାଞ୍ଚଳ ତଥା ଆଭ୍ୟନ୍ତରୀଣ ଅଞ୍ଚଳକୁ ମଦ ଯୋଗାଣ କରୁଛନ୍ତି। ଜିଲାର ଧର୍ମଶାଳା, ବିଞ୍ଝାରପୁର, ବରି, ଦଶରଥପୁର ବ୍ଲକ ଅଞ୍ଚଳର ଗଳିକନ୍ଦିରେ ବଦ ବିକ୍ରୀ ହେଉଥିବା ଅଭିଯୋଗ ହେଉଛି।
ଏ ସଂକ୍ରାନ୍ତରେ ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ଏବେ ନୂତନ ମଦ ଦୋକାନଗୁଡିକ ଖୋଲାଗଲେ ସେହି ଫର୍ମ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ବାକି ପୁରୁଣା ମଦ ଦୋକାନଗୁଡିକ ସଂକ୍ରାନ୍ତରେ ଅନ୍‌ଲାଇନରେ ଏ-ଫର୍ମ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri