ରିଲିଫ ଚାଉଳ ବଣ୍ଟନରେ ଦୁର୍ନୀତି

ଯାଜପୁର ଅଫିସ୍‌,୨୫।୯: ରିଲିଫ୍‌ ଚାଉଳ ହଡ଼ପ କରାଯାଇଥିବା ନେଇ ଜିଲାପାଳଙ୍କୁ ଅଭିଯୋଗ ହେବାର ଗୋଟିଏ ଦିନ ପରେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ ଯାଜପୁର ବ୍ଲକ ଏରାବାଙ୍କ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ବିପନ୍ନ ପରିବାରକୁ ନୋଟିସ୍‌ ଜାରି କରିଛନ୍ତି। ନୋଟିସରେ ଦର୍ଶାଯାଇଛି ଯେ, ୩ ଜଣ ଗୃହକର୍ତ୍ତାଙ୍କ ନାମରେ ଆସିଥିବା ରିଲିଫ୍‌ ଚାଉଳ ଓ ସହାୟତା ଅର୍ଥରାଶି ୨୫ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଗଚ୍ଛିତ ରହିବ। ଏହି ସମୟ ମଧ୍ୟରେ ରିଲିଫ୍‌ ସାମଗ୍ରୀ ନ ନଲେ ଏହା ବ୍ଲକ କାର୍ଯ୍ୟାଳୟକୁ ଫେରସ୍ତ କରାଯିବ ବୋଲି ନୋଟିସ୍‌ରେ ଦର୍ଶାଯାଇଥିବା ଗୁରୁଚରଣ ଜେନା ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ଯାଜପୁର ବ୍ଲକ ଏରବାଙ୍କ ପଞ୍ଚାୟତର ଇନ୍ଦାରୋଇ ଗ୍ରାମରେ ରିଲିଫ ଚାଉଳ ବଣ୍ଟନ କରାଯାଉଥିଲା। ୨ଜଣ ସ୍କୁଲ ଶିକ୍ଷକଙ୍କ ଉପସ୍ଥିତିରେ ଚାଉଳ ବଣ୍ଟନ କରାଯାଉଥିବା ବେଳେ ମୁଣ୍ଡପିଛା ୩ କିଲୋଗ୍ରାମ ଲେଖାଏଁ ଚାଉଳ ଏବଂ ୧୦ ଟଙ୍କା ଲେଖାଏଁ ଆଦାୟ କରାଯାଉଥିଲା। ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ। ହେଲେ ପ୍ରତିବାଦକାରୀଙ୍କୁ ଧମକ ଦିଆଯାଇ ଚାଉଳ ନିଅ ନ ହେଲେ ଫେରାଇ ଦିଆଯିବ ବୋଲି କୁହାଯାଇଥିଲା। ଏହାସହ ରିଲିଫ ଚାଉଳ ହାତେଇବାକୁ ଏକାଠି ରହୁଥିବା ପରିବାରଙ୍କୁ ବାପ ଓ ପୁଅ ନାମରେ ୨ ଭାଗ କରାଯାଇ ହିତାଧିକାରୀ ପ୍ରସ୍ତୁତ କରାଯାଇଛି। ଏଥିଯୋଗୁ ବାସ୍ତବ ବନ୍ୟା ବିପନ୍ନମାନଙ୍କ ନାମ ତାଲିକାରେ ନ ଥିବା ଅଭିଯୋଗ ହୋଇଥିଲା। ଯାଜପୁର ଜିଲାପାଳ ଆଇଏଏସ୍‌ ପ୍ରବେସନର ସଚିନ ପାୱାରଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇଥିଲେ। ସେ ଗତ ୨୩ ତାରିଖରେ ଇନ୍ଦାରୋଇ ଗ୍ରାମକୁ ଯାଇ ତଦନ୍ତ କରି ଫେରିଛନ୍ତି। ଏ ଦିଗରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାବେଳେ ଗୁରୁବାର ସେହି ପଞ୍ଚାୟତର ପିଇଓ ଇନ୍ଦାରୋଇ ଗ୍ରାମକୁ ଯାଇ ଏକ କାଗଜରେ ଦସ୍ତଖତ କରିବାକୁ ଅଭିଯୋଗକାରୀମାନଙ୍କୁ କହିଥିଲେ। ସେମାନେ ମନା କରିବାରୁ ସେହି ଗ୍ରାମର ଅନ୍ୟ ୨ ଜଣଙ୍କୁ ସାକ୍ଷୀ ରଖି ଅଭିଯୋଗକାରୀମାନେ ଦସ୍ତଖତ କଲେନାହିଁ ବୋଲି ଦସ୍ତଖତ ନେଇ ଫେରିଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ଜିଲା ଯୋଗାଣ ବିଭାଗ ଏସିଏସ୍‌ଓ ପ୍ରହ୍ଲାଦ ସେଠୀଙ୍କୁ ପଚାରିବାରେ ପଞ୍ଚାୟତଗୁଡ଼ିକୁ ରିଲିଫ ଚାଉଳ ବଣ୍ଟନ ଦାୟିତ୍ୱ ଦିଆଯାଇଛି। ଇନ୍ଦାରୋଇ ଦୁର୍ନୀତି ଅଭିଯୋଗ ଉପରେ ଜିଲାପାଳ ତଦନ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri