ସ୍ବଚ୍ଛ ଭାରତ ପାଇଖାନା ନିର୍ମାଣରେ ଦୁର୍ନୀତି

ରାଜନଗର, ୧୫ା୨(ଡି.ଏନ.ଏ.): ଗଁା ପରିବେଶକୁ ସୁସ୍ଥ ରଖିବାକୁ ସ୍ବଚ୍ଛ ଭାରତ ଯୋଜନାରେ ବ୍ୟକ୍ତିଗତ ପାଇଖାନା ନିର୍ମାଣ କରାଯାଉଛି। ବାହାରେ ମଳତ୍ୟାଗ ଯୋଗୁ ପରିବେଶ ଦୂଷିତ ହେଉଥିବାରୁ ସମସ୍ତେ ଯେପରି ପାଇଖାନା ବ୍ୟବହାର କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ସ୍ବଚ୍ଛ ଭାରତ ଫେଜ-୧ ଓ ଫେଜ-୨ ରେ ରାଜନଗର ବ୍ଲକକୁ ଏବେ ସୁଦ୍ଧା ୨୫ ହଜାରରୁ ଊର୍ଦ୍ଧ୍ୱ ପାଇଖାନା ନିର୍ମାଣ କରାଯାଇ ସରକାରୀ ତହବିଲରୁ ଟଙ୍କା ଉଠାଇ ନିଆଯାଇଛି। ବ୍ଲକର ଘଡିଆମାଳ ପଞ୍ଚାୟତ ପଞ୍ଚୁପଲ୍ଲୀ ଗଁାର ୪ ହିତାଧିକାରୀଙ୍କ ନଁାରେ ପାଇଖାନା ଅର୍ଥ ଲୁଟି ନିଆଯାଇଥିବା ନେଇ ବାରମ୍ବାର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ଲିଖିତ ଅଭିଯୋଗ କରୁଥିଲେ ବି ପ୍ରଶାସନର ନୀରବଦ୍ରଷ୍ଟା ସାଜିଛି। ମଙ୍ଗଳବାର ରାଜନଗର ବ୍ଲକ କାର୍ଯ୍ୟାଳୟରେ ବୃଦ୍ଧ ବାସୁଦେବ ଦାସ ପହଞ୍ଚତ୍ ସେମାନଙ୍କ ନଁାରେ ପାଇଖାନା ଟଙ୍କା ହଡପ କରାଯାଇଥିବା ଅଭିଯୋଗ ବିଡିଓ ସମୀର କୁମାର ବେହେରାଙ୍କ ନିକଟରେ କରିବା ସହ ନ୍ୟାୟ ପ୍ରଦାନ ପାଇଁ ନେହୁରା ହୋଇଛନ୍ତି। ତାଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ବ ହେଲେ, ସେ ପରିବାର ସହ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି।
ସ୍ବଚ୍ଛ ଭାରତ ମିଶନ ଯୋଜନାରେ ବ୍ୟକ୍ତିଗତ ପାଇଖାନା ନିର୍ମାଣ ପାଇଁ ସରକାର ୧୨ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦେଉଛନ୍ତି। ହିତାଧିକାରୀ ନିଜେ ପାଇଖାନା ନିର୍ମାଣ କରିବେ କିମ୍ବା ଠିକାଦାର ମାଧ୍ୟମରେ କରାଇବାର ବ୍ୟବସ୍ଥା ରହିଛି। ଠିକାଦାରମାନେ ହିତାଧିକାରୀଙ୍କ ପାଇଖାନା ନିର୍ମାଣ କରିଥିବା ଦର୍ଶାଇ ସରକାରୀ ଟଙ୍କାକୁ ହଡପ କରିଥିବା ଅଭିଯୋଗ ହୋଇଛି। ପ୍ରକୃତ ହିତାଧିକାରୀଙ୍କ ଘରେ ପାଇଖାନା ନିର୍ମାଣ ହୋଇ ନ ଥିବା ବେଳେ ଏ ବାବଦକୁ ଉଠିଥିବା ଟଙ୍କାଟିଏ ମଧ୍ୟ ପାଇନାହାନ୍ତି। ପଞ୍ଚୁପଲ୍ଲୀ ଗଁାର ବାସୁଦେବ ଦାସ, ସୁଶାନ୍ତ ଦାସ, ପ୍ରଶାନ୍ତ ଦାସ ଓ ସୁକଦେବ ଦାସ ରାଜନଗର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ସେମାନେ ପାଇଖାନା ପାଇ ନ ଥିବା ବେଳେ ସେମାନଙ୍କ ନଁାରେ ଟଙ୍କା ଉଠାଇ ନିଆଯାଇଥିବା ଗୁରୁତର ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ, ୨ବର୍ଷ ତଳେ ଦାରୁଓରା ଗଁାର ଜଣେ ଯୁବକ ଆମର ପାଇଖାନା ଆସିଛି, କାର୍ଯ୍ୟାଦେଶ ଦିଆଯିବ କହି ଆମଠାରୁ କାଗଜପତ୍ର ନେଇ ଥିଲେ। ଆଜି ମିଳିବ, କାଲି ମିଳିବ କହି ଆମକୁ ଆଜିଯାଏ ଭୁଅଁା ବୁଲାଇ ଆସୁଛନ୍ତି। ଆମ ଘରେ ସେ ପାଇଖାନା ନିର୍ମାଣ କରିଥିବା ଦର୍ଶାଇ ଟଙ୍କା ଉଠାଇ ନେଇଛନ୍ତି। ପାଇଖାନା ନ ଥିବାରୁ ପରିବାର ସଦସ୍ୟ ଏବେ ବି ରାସ୍ତାକଡ ଓ ନଈକୂଳକୁ ଶୌଚ ହେବାକୁ ଯାଉଛୁ। ଆମ ନଁାରେ ଟଙ୍କା ଉଠିଥିବା ଜାଣିବା ପରେ ଆମେ ପୂର୍ବ ବିଡିଓଙ୍କୁ ଲିଖିତ ଭାବେ ମାସେ ତଳେ ଜଣାଇ ଥିଲୁ। ମାତ୍ର ବିଡିଓ ଆମ କଥା ବୁଝିବା ପାଇଁ ଏବିଡିଓଙ୍କୁ ଦାୟିତ୍ୱ ଦେଇଥିଲେ। ଏପରିକି ଆମ ନଁାରେ ଟଙ୍କା କାହା ଆକାଉଣ୍ଟକୁ କେତେ ତାରିଖରେ ଯାଇଛି, ତାହା କାର୍ଯ୍ୟାଳୟ ପକ୍ଷରୁ କୁହାଯାଉନାହିଁ। ଆମେ ପାଇଖାନା ନିର୍ମାଣ କରି ନ ଥିବା ବେଳେ କିମ୍ବା କୌଣସି ଠିକାଦାର ଆମ ଘରକୁ ଯାଇ ପାଇଖାନା ପାଇଁ ଖଣ୍ଡେ ଇଟା ଯୋଡି ନାହାନ୍ତି। କିପରି ଆମ ନଁାରେ ଟଙ୍କା ଉଠିଲା, ସେ ନେଇ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri