ବଡ଼ଚଣା ପ୍ୟାକ୍ସରେ ମହାଦୁର୍ନୀତି

ଯାଜପୁର ଅଫିସ,୨।୭: ଚାଷୀଙ୍କୁ ସେବା ଯୋଗାଇ ଦେବାକୁ ପ୍ରାଥମିକ କୃଷି ସେବା ସମବାୟ ସମିତି(ପ୍ୟାକ୍ସ) ପ୍ରତିଷ୍ଠା କରାଯାଇଛି। ଅଥଚ ଯାଜପୁର ଜିଲାର ପ୍ୟାକ୍ସଗୁଡ଼ିକରେ ସେବା ନାମରେ ଶତାଧିକ ଚାଷୀଙ୍କ ଋଣ, ବୀମା ଓ ଧାନ ବିକ୍ରି ଅର୍ଥ ହରିଲୁଟ ହେଉଛି। ପୂର୍ବରୁ ଏମିତି ଏକାଧିକ ଅଭିଯୋଗ ସାମ୍‌ନାକୁ ଆସିଛି। ଏବେ ଜିଲାର ବଡ଼ଚଣା ପ୍ୟାକ୍ସରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। କେତେଜଣ ନକଲି ଚାଷୀଙ୍କ ନାମ ପଞ୍ଜୀକରଣ କରି ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ସମବାୟ ଏବଂ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପଙ୍କ ନିକଟରେ ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ରାଜ୍ୟ ସମବାୟ ସମିତି ନିବନ୍ଧକ ତଥା ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ ସୋସାଇଟି (ଆର୍‌ସିଏସ୍‌) ତାଙ୍କ ପତ୍ରସଂଖ୍ୟା ୯୫୬୬/୩୦ା୬ା୨୦୨୧ରେ ଏକ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଡେପୁଟି ରେଜିଷ୍ଟ୍ରାର (କ୍ରେଡିଟ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉପଯୁକ୍ତ ତଦନ୍ତ କରାଗଲେ ମାର୍କଣ୍ଡପୁର ପ୍ୟାକ୍ସ ପରେ ବଡଚଣା ପ୍ୟାକ୍ସରେ ପୁଣି ଏକ ମହାଦୁର୍ନୀତିର ପର୍ଦ୍ଦାଫାଶ ହେବ ବୋଲି ଚାଷୀମାନେ କହିଛନ୍ତି।
ଚାଷୀ ଚିନ୍ତାମଣି ଜେନା ଏବଂ ଅନ୍ୟ ୧୦ ଜଣ ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ବଡ଼ଚଣା ପ୍ୟାକ୍ସର ଭାରପ୍ରାପ୍ତ ସମ୍ପାଦକ ବିକାଶ କୁମାର ସ୍ବାଇଁ କେତେଜଣ ବ୍ୟକ୍ତିଙ୍କୁ ଚାଷୀ ବୋଲି ଦର୍ଶାଇ ନାମ ପଞ୍ଜୀକରଣ କରିଛନ୍ତି। ବେପାରୀମାନଙ୍କୁ ଧରି ଅଭିଯୋଗକାରୀଙ୍କ ପୈତୃକ ଚାଷଜମିକୁ ସେହି ନକଲି ଚାଷୀଙ୍କ ନାମ ସହିତ ଯୋଡ଼ି ଦିଆଯାଇଛି। ଏଥିରେ ଧୀରେନ୍ଦ୍ର ସାମଲ, ଦେବେନ୍ଦ୍ର ସାମଲ, ତ୍ରିଲୋଚନ ବେହେରା, ରଞ୍ଜନ କୁମାର ରାଉତ, ପଦ୍ମନାଭ ରାଉତ, ଚନ୍ଦ୍ରହାସ ଜେନା, କାର୍ତ୍ତିକ ଜେନା, ରବୀନ୍ଦ୍ର ବେହେରା ପ୍ରମୁଖ ଚାଷୀଙ୍କ ନାମ ରହିଛି। ଏହି ନକଲି ଚାଷୀଙ୍କୁ ଜମି ମାଲିକଙ୍କ ପୁତୁରା, ନାତି, ପୁଅ ଆଦି ସମ୍ପର୍କ ଦର୍ଶାଯାଇଛି। ସେମାନଙ୍କ ନାମରେ ପ୍ରାୟ ୩ ହଜାର କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ଜାରି କରାଯାଇଛି। ଏଥିଯୋଗୁ ପ୍ରକୃତ ଚାଷୀ ଧାନ ବିକ୍ରି କରି ପାରି ନ ଥିବା ବେଳେ ନକଲି ଚାଷୀଙ୍କ ନାମରେ ଟୋକନ ଜାରି କରାଯାଇଛି। ସମ୍ପାଦକ ସ୍ବାଇଁ ଯେତେବେଳେ ଡାଟା ଏଣ୍ଟ୍ରି ଅପରେଟର ଥିଲେ, ସେତେବେଳେ ଜମି ମାଲିକଙ୍କ ଅଜାଣତରେ ଜାଲ କାଗଜପତ୍ର ତିଆରି କରି ନିଜ ସମ୍ପର୍କୀୟଙ୍କୁ ଧରି ଲକ୍ଷାଧିକ ଟଙ୍କା ଆମତ୍ସାତ୍‌ କରିଛନ୍ତି। ବର୍ତ୍ତମାନ ଧାନକିଣା ସମୟରେ ସେ ଭାରପ୍ରାପ୍ତ ସମ୍ପାଦକ ପଦବୀରେ ରହି ଏଭଳି ଚଞ୍ଚକତା କରୁଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରାଯାଇଥିଲା। ହେଲେ ସେହି ଅଭିଯୋଗକୁ ଚାପି ଦେବା ପାଇଁ ସେ ଉଦ୍ୟମ କରିଛନ୍ତି ବୋଲି ଚାଷୀମାନେ ଦର୍ଶାଇଛନ୍ତି।
ଏ ସଂକ୍ରାନ୍ତରେ ବଡ଼ଚଣା ପ୍ୟାକ୍ସ ଭାରପ୍ରାପ୍ତ ସମ୍ପାଦକ ସ୍ବାଇଁ କହିଛନ୍ତି, କୌଣସି ପ୍ରକାର ଦୁର୍ନୀତି ହୋଇନାହିଁ। ସବୁ ଠିକ୍‌ ଅଛି। ଯେଉଁ ଅଭିଯୋଗ ଚାଷୀମାନେ କହିଛନ୍ତି ସେତେବେଳେ ସେ ସମ୍ପାଦକ ଦାୟିତ୍ୱରେ ନ ଥିଲେ ବୋଲି ଦର୍ଶାଇଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ୍‌ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ତଦନ୍ତ ଭାର ଡିଆରସିଏସ୍‌ଙ୍କୁ ଦିଆଯାଇଛି। ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri