ଖେଳ ଉପକରଣ ବଣ୍ଟନରେ ଦୁର୍ନୀତି: ଖବର ପ୍ରସାରଣ ପରେ ଅଧିକାରୀ ଛାନିଆ, ଭିଜିଲାନ୍ସ ତଦନ୍ତ ଆବଶ୍ୟକ କହିଲେ କୁନ୍ଦୁରା ବ୍ଲକ ଅଧ୍ୟକ୍ଷା

କୁନ୍ଦୁରା,୨୮।୫(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଖେଳ ଉପକରଣରେ ଦୁର୍ନୀତି ଅଭିଯୋଗ ଘଟଣା ଧରିତ୍ରୀ ଖବରକାଗଜରେ ପ୍ରକାଶିତ ହୋଇଥିଲା। ଏହାପରେ ସରକାରୀ କର୍ମଚାରୀଙ୍କ ଭିତରେ ଛନକା ପଶିଯାଇଛି। କାର୍ଯ୍ୟକାରୀ ହୋଇସାରିଥିବା ପ୍ରତ୍ୟେକ ଯୋଜନାକୁ ନେଇ କର୍ମଚାରୀ ଚିନ୍ତାରେ ଅଛନ୍ତି ।
ବିଜେଡି ସରକାର ଥିବା ସମୟରେ ଅମଲା ରାଜ ଚାଲିଥିଲା। ଯିଏ ଯେମିତି ଭାବେ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରି ସାଧାରଣ ଲୋକଙ୍କୁ ଭଣ୍ଡି ତୃଣମୂଳସ୍ତରରେ କାର୍ଯ୍ୟ ପ୍ରତି ଧ୍ୟାନ ଦିଆଯାଉ ନ ଥିଲା। ବର୍ତ୍ତମାନ ସରକାର ବଦଳିଛି, କିନ୍ତୁ ସେହି ଅଭ୍ୟାସ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ଛାଡିପାରୁ ନ ଥିବା ବେଳେ କୁନ୍ଦୁରା ବ୍ଲକରେ ଏହାର ପ୍ରଭାବ ସତ ପ୍ରତିଶତ ରହିଛି। ଏନେଇ କୁନ୍ଦୁରା ବ୍ଲକର ଜନ ପ୍ରତିନିଧି ମାନେ ସିଧାସଳଖ ଅଭିଯୋଗ କରିଛନ୍ତି। କୁନ୍ଦୁରା ବ୍ଲକର ଚେୟାରମ୍ୟାନଙ୍କ ବିନା ଅନୁମତିରେ କୌଣସି ଯୋଜନା ବ୍ଲକରେ କାର୍ଯ୍ୟକାରୀ ହୋଇପାରିବ ନାହିଁ। ହେଲେ କୁନ୍ଦୁରା ବ୍ଲକ କାର୍ଯ୍ୟାଳୟ ଦ୍ୱାରା ବ୍ଲକରେ ହେଉ କିମ୍ବା ପଞ୍ଚାୟତରେ ହେଉ ସରକାରଙ୍କ ଦ୍ୱାରା ଆସୁଥିବା ଯୋଜନା ଏବଂ ଏହାର କାର୍ଯ୍ୟକାରୀ ବିଷୟରେ କୌଣସି ସୂଚନା ଦେଉ ନ ଥିବା ଚେୟାରମ୍ୟାନ ରାଜେଶ୍ୱରୀ ପରଜା ନିଜେ ଅଭିଯୋଗ କରିଛନ୍ତି।

ଚେୟାରମ୍ୟାନ କହିଛନ୍ତି ଯେ ମୁଁ ନିଜେ ବାରମ୍ବାର ବିଡିଓ କପିଳେଶ୍ୱର ତାଣ୍ଡି ଏବଂ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ସ୍ବରୂପ ରଞ୍ଜନ ସାହୁ କ’ଣ କିଛି ଯୋଜନା ଆସିଛି କି? ଯାହାବି ଆସିବ ମୋତେ ଜଣାଇକି କରିବେ? ଯାହା କରିବେ ବୈଠକରେ ସରପଞ୍ଚ ସମିତିଙ୍କୁ ସୂଚନା ଦେଇକି କରିବେ ନ ହେଲେ ପରେ ଅସୁବିଧା ହେବ ବୋଲି କହିଥିଲେ। ବିଡିଓ କିଛି ଆସିନି କହି ଟାଳି ଦେଉଥିଲେ ବୋଲି ଚେୟାରମ୍ୟାନ ଅଭିଯୋଗ କରିଛନ୍ତି। ଏହି ଖେଳ ସାମଗ୍ରୀ ବଣ୍ଟନ ବିଷୟରେ ବିଡିଓ ଯଦି ଚେୟାରମ୍ୟାନଙ୍କୁ ଜଣାଇ ନାହାନ୍ତି ତେବେ ସରପଞ୍ଚ ଓ ସମିତି ଙ୍କୁ ଜଣାଇଥିବେ ବୋଲି ମୁଁ ଆଶା କରୁନାହିଁ ବୋଲି ଚେୟାରମ୍ୟାନ ରାଜେଶ୍ୱରୀ ପରଜା କହିଛନ୍ତି।

ଏସବୁ ବିଡିଓ,ଏଇଇ ଏବଂ ଡବ୍ଲୁଇଓ ଙ୍କ ଭିତରେ ଭିତିରିଆ ସଲାସୁତୁରା କାରବାର ହୋଇଛି। ସେଥିପାଇଁ ୨ ବର୍ଷ ହେଲା ଆସିଥିବା ଯୋଜନାର ଟଙ୍କାକୁ ଚାପି ରଖି ବସିଥିଲେ। ଆପଣମାନେ ଯଦି ଏହି ଯୋଜନା ବିଷୟରେ ଖୋଳତାଡ଼ କରି ନ ଥାନ୍ତେ ତେବେ ଏହି ଯୋଜନାର ଟଙ୍କା ସମ୍ପୂର୍ଣ ଆତ୍ମସାତ ହୋଇଯାଇଥାନ୍ତା ବୋଲି ପଞ୍ଚାୟତ ସମିତି ଅଧ୍ୟକ୍ଷା କହିଛନ୍ତି। ଏହାର ଭିଜଲାନ୍ସ ତଦନ୍ତ ହେବା ଆବଶ୍ୟକ। ଏହା ସହିତ କୁନ୍ଦୁରା ବ୍ଲକ ଅଧୀନରେ ହୋଇଥିବା ଅନ୍ୟ ଉନ୍ନୟନମୂଳକ ଯୋଜନା ଯାହା ବର୍ତ୍ତମାନର ବିଡିଓ ଓ ଏଇଇଙ୍କ ସମୟରେ ହୋଇଛି। ସେସବୁର ଭିଜଲାନ୍ସ ତଦନ୍ତ ହୋଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜେଶ୍ୱରୀ ପରଜା କହିଛନ୍ତି।

କୁନ୍ଦୁରା ବ୍ଲକର ଏତେସବୁ ଅବ୍ୟବସ୍ଥା ବିଷୟରେ ଜିଲା ପ୍ରଶାସନ ଜାଣିବା ପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବର୍ତମାନ ଦେଖିବାକୁ ବାକି ରହିଲା। ଏହାକୁ ନେଇ ବିଗତ ଦିନରେ ଜିଲା ପରିଷଦ ଉପାଧ୍ୟକ୍ଷ ରାଧାବିନୋଦ ସାମନ୍ତରାୟ ମଧ୍ୟ ସ୍ବର ଉଠାଇବା ସହ ବିଧାୟକ ଏବଂ ଏମ୍‌ପିଙ୍କୁ ଏହି ବିଷୟରେ କହିଥିଲେ। ଅନେକ ଅଧିକାରୀ ଏହି ଘଟଣାରେ ସମ୍ପୃକ୍ତ ରହି ଆତ୍ମସାତ କରିଥିବା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଲାଇସେନ୍ସ, କାଗଜପତ୍ରରେ ଗଡୁଛି ଟ୍ରାକ୍ଟର, ଗୋଟିଏ ରେଜିଷ୍ଟ୍ରେଶନ ନମ୍ବରରେ ଏକାଧିକ ଗାଡ଼ି

ଧର୍ମଶାଳା,୧୨ା୩(ଶିବ ପ୍ରସାଦ ମହାନ୍ତି): ପରିବହନ ବିଭାଗ ପକ୍ଷରୁ ନିୟମ ଅନେକ ରହିଥିଲେ ସୁଦ୍ଧା ତାହା ଟ୍ରାକ୍ଟରଗୁଡ଼ିକ ପାଇଁ ସଠିକ୍‌ ଭାବରେ ପାଳନ କରାଯାଉନାହିଁ। ଯାଜପୁର ଜିଲା ଧର୍ମଶାଳା…

ପୁଣି ବୁଲଡୋଜର ମାଡ଼: ଭାଙ୍ଗୁଛି ଗୋଟିଏ ପରେ ଗୋଟିଏ ନିଶା ଆଡ୍ଡାସ୍ଥଳୀ

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବଢି ଚାଲିଥିବା ନିଶା କାରବାର ପୋଲିସର ନିଦ ହଜାଇ ଦେଇଛି। ପୋଲିସ ଥରକୁ ଥର ଚଢାଉ କରୁଛି । କଫ ସିରପ,…

ରାଜ୍ୟରେ ବଢୁଛି ଶିଶୁ ଯୌନ ନିର୍ଯାତନା, ଛାତ୍ରୀଛାତ୍ରଙ୍କୁ ତାଲିମ୍ ଦେଲା ଗଜପତି ପୋଲିସ

ମୋହନା,୧୨।୩( ମନ୍ମଥ ମିଶ୍ର ): ଦୀନକୁ ଦିନ ରାଜ୍ୟରେ ଶିଶୁ ନିର୍ଯାତନା ସହ ଦୁଷ୍କର୍ମ ବଢ଼ିବାରେ ଲାଗିଛି । ଯାହା ଫଳରେ ଗଜପତି ପୋଲିସ୍ ପକ୍ଷରୁ ବିଦ୍ୟାଳୟକୁ…

ଗିରଫ ହେଲେ ତହସିଲଦାର, ୭ ପ୍ଲଟ୍‌ ସହ ଠୁଳ କରିଥିଲେ…

କଣ୍ଟାପଡ଼ା,୧୨ା୩(ସୁର ନାରାୟଣ ସାହୁ): ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କୁ ଭିଜିଲାନ୍ସ ବିଭାଗ ଗୁରୁବାର ଗିରଫ…

ଜଙ୍ଗଲରେ ବ୍ୟାପିଲାଣି ନିଆଁ, ରୋକିବା ପାଇଁ ଅଣ୍ଟାଭିଡ଼ିଲେ ଜିଲାପରିଷଦ ସଭ୍ୟ

ପରଜଙ୍ଗ,୧୨ା୩(ନିଗମାନନ୍ଦ ଦଳବେହେରା): ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଢେଙ୍କାନାଳ ବନଖଣ୍ଡର ମହାବିରୋଡ୍‌ ବନାଞ୍ଚଳରେ ଥିବା ଜଙ୍ଗଲଗୁଡ଼ିକରେ ନିଆଁ ଲାଗିବା ଆରମ୍ଭ ହୋଇଛି। ଯାହା…

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ ଅଧ୍ୟାପକ, ୪ଥର ଗର୍ଭନଷ୍ଟ ପରେ…

ବ୍ରହ୍ମପୁର,୧୨।୩ (ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିବା ଓ ପରବର୍ତ୍ତୀ ସମୟରେ ପ୍ରତାରିତ କରିଥିବା ଜଣେ ଅଧ୍ୟାପକଙ୍କୁ…

କେଉଁ ପ୍ରକାର ସଙ୍କେତ? ନୀଳଚକ୍ରରୁ ଛିଣ୍ଡିଗଲା ବାନା, ବଡ଼ ବିପଦ….

ପୁରୀ,୧୨।୩( ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ନୀଳଚକ୍ର ଉପରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ନୀଳଚକ୍ର ସହ ସଂଯୋଗ ହୋଇ ରହୁଥିବା…

ଶାରୀରିକ ସମ୍ପର୍କ ରଖିବାକୁ ମନା କଲେ ସ୍ତ୍ରୀ: ଏମିତି ପଦକ୍ଷେପ ନେଲେ ସ୍ବାମୀ, ଜାଣନ୍ତୁ ଲୋମଟଙ୍କୁରା ଘଟଣା

ଦେବଗଡ଼,୧୨ା୩(ଶଶାଙ୍କ ଶେଖର ଝାଙ୍କର): ଶାରୀରିକ ସମ୍ପର୍କ ପାଇଁ ମନା କରିବାରୁ ସ୍ତ୍ରୀଙ୍କୁ ମାଡ଼ ମାରି ହାତ ଭାଙ୍ଗିବା ଅଭିଯୋଗରେ ରିଆମାଳ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri