ଡିଏଫ୍‌ଓ କ୍ୱାର୍ଟର୍ସ ନିର୍ମାଣରେ ଦୁର୍ନୀତି

ନୟାଗଡ଼,୧୦।୧୦(ଲୋକନାଥ ମିଶ୍ର): ନୟାଗଡ ଡିଏଫ୍‌ଓଙ୍କ କ୍ୱାର୍ଟର୍ସ (ସରକାରୀ ବାସଭବନ) ନିର୍ମାଣରେ ଦୁର୍ନୀତି ଅଭିଯୋଗ ଉଠିଛି। ଡିଏଫ୍‌ଓଙ୍କ ପୁରୁଣା କ୍ୱାର୍ଟର୍ସ ଥାଉ ଥାଉ ନୟାଗଡ଼ ଡିଆରଡିଏ ରୋଡର ଜିଲାପାଳଙ୍କ ବାସଭବନ ପାଖ ନର୍ସରୀରେ ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସ ନିର୍ମାଣ କାହିଁକି କରାଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। କ୍ୱାର୍ଟର୍ସ ନିର୍ମାଣ ପାଇଁ ନର୍ସରୀକୁ ବାରପଲ୍ଲା ସ୍ଥାନାନ୍ତର କରାଯାଇ ପୁଣି ନର୍ସରୀ ପାଇଁ ଅଯଥା ଅପବ୍ୟୟ ହୋଇଛି ଅଭିଯୋଗ ରହିଛି। ପୁଣି ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଟେଣ୍ଡର କରା ନ ଯିବା ନିର୍ମାଣ କାର୍ଯ୍ୟ ଓ ବିଭାଗର କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଘଟଣାର ତଦନ୍ତ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ନିକଟରେ ଅଭିଯୋଗ କରାଯାଇଛି।
ଅଭିଯୋଗ ଅନୁସାରେ ଡିଏଫ୍‌ଓ କ୍ୱାର୍ଟର୍ସ ଭଲ ଥିବାବେଳେ ତାକୁ ପରିତ୍ୟକ୍ତ ଘୋଷଣା କରାଯାଇଛି। କ୍ୱାର୍ଟର୍ସ ପରିତ୍ୟକ୍ତ ଘୋଷଣା ହେବା ପରେ ନର୍ସରୀ ସ୍ଥାନରେ ନୂଆ କ୍ୱାର୍ଟର୍ସ ନିର୍ମାଣ କରାଯାଇଛି। ପୁରୁଣା କ୍ୱାର୍ଟର୍ସ ଯଦି ପରିତ୍ୟକ୍ତ ହେଲା ତେବେ ତାକୁ ଭାଙ୍ଗି ନୂଆ କରିବାରେ ଅସୁବିଧା ନ ଥିଲା। ତେବେ ନର୍ସରୀକୁ ସ୍ଥାନାନ୍ତର କରାଇ ନୂଆ କ୍ୱାର୍ଟର୍ସ ନିର୍ମାଣ କରାଯିବା ଠିକ୍‌ ହୋଇନାହିଁ। ପୁଣି ନୂଆ କ୍ୱାର୍ଟର୍ସରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚରେ ଘୋଟାଲ ହୋଇଥିବା ଅଭିଯୋଗ ହୋଇଛି। ସରକାରୀ ନିୟମ ରହିଛି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା କାମ ହେଲେ ଟେଣ୍ଡର କରାଯିବା ବାଧ୍ୟତାମୂଳକ। ତେବେ ଡିଏଫ୍‌ଓଙ୍କ ନୁଆ କ୍ୱାର୍ଟର୍ସ ନିର୍ମାଣ ପାଇଁ ସରକାରୀ ନୀତିନିୟମକୁ ତଳିମକଚି ଦିଆଯାଇଛି। ଟେଣ୍ଡର କେହି ନେଲେ ନାହିଁ ଚତୁରତାର ସହ ଦର୍ଶାଇ କାହାକୁ ଟେଣ୍ଡର ନ ଦେଇ ଡିପାର୍ଟମେଣ୍ଟାଲି କରାଯାଇଛି। ନୟାଗଡ଼ର ଫରେଷ୍ଟର ମନୋଜ ପ୍ରଭାକର ଡିପାର୍ଟମେଣ୍ଟାଲି କାମ କରିଥିବା କୁହାଯାଉଛି। ଏ ନେଇ ଡିଏଫ୍‌ଓ କ୍ଷମା ଷଡଙ୍ଗୀଙ୍କୁ ପଚାରିବାରେ ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସ ନିର୍ମାଣରେ କୌଣସି ଘୋଟାଲା ହୋଇନାହିଁ। ପୁରୁଣା କ୍ୱାର୍ଟର୍ସ ବିପଦସଙ୍କୁଳ ହୋଇ ପଡିଥିଲା। ମୁଁ ସେଠାରେ ରହୁଥିଲି। କ୍ୱାର୍ଟର୍ସରେ ରହୁଥିବା ଯୋଗୁ ତାକୁ ଭାଙ୍ଗି ନୂଆ କରିଥିଲେ ଅସୁବିଧା ହୋଇଥାନ୍ତା। ଆମର ନୟାଗଡ଼ ରେଞ୍ଜର ଅଫିସର ସ୍ଥାୟୀ କାର୍ଯ୍ୟାଳୟ ନାହିଁ। ସ୍ଥାୟୀ କାର୍ଯ୍ୟାଳୟ ଡିଏଫ୍‌ଓଙ୍କ କ୍ୱାର୍ଟର୍ସ ଜାଗାରେ କରାଗଲେ କିଛି ଅସୁବିଧା ହେବନି। ଏଣୁ ଡିଏଫ୍‌ଓଙ୍କ ପୁରୁଣା କ୍ୱାର୍ଟର୍ସରେ ନୟାଗଡ଼ ରେଞ୍ଜର ଅଫିସ କରାଯିବାର ପ୍ରସ୍ତାବ ରହିଛି। ଅନ୍ୟପକ୍ଷେ ଡିଆରଡିଏ ରୋଡରେ ଥିବା ନର୍ସରୀ ମ୍ୟୁନିସିପାଲିଟି ଭିତରେ ଥିବାରୁ ଚାରା ସୃଷ୍ଟିରେ ବିଭିନ୍ନ ସମୟରେ ଅସୁବିଧା ହେଉଥିଲା। ଏଣୁ ନର୍ସରୀକୁ ବାରପଲ୍ଲା ସ୍ଥାନାନ୍ତର କରାଯାଇ ନର୍ସରୀ ସ୍ଥାନରେ ଡିଏଫ୍‌ଓ କ୍ୱାର୍ଟର୍ସ ନିର୍ମାଣ ହୋଇଛି। ନୂଆ କ୍ୱାର୍ଟର୍ସ ଜିଲାପାଳ ଓ ଏସ୍‌ପିଙ୍କ କ୍ୱାର୍ଟର୍ସ ପାଖେ ରହିଛି। ଡିଏଫ୍‌ଓ କ୍ୱାର୍ଟର୍ସ ପାଇଁଁ ୪୮ ଲକ୍ଷ ଓ ଆନୁଷଙ୍ଗିକ ଉପକରଣ ପାଇଁ ୫ ଲକ୍ଷ ଏପରି ମୋଟରେ ୫୩ ଲକ୍ଷ ଖର୍ଚ୍ଚ ହୋଇଛି। କ୍ୱାର୍ଟର୍ସ ନିର୍ମାଣ ପାଇଁ ୨ ଥର ଟେଣ୍ଡର କରାଯାଇଛି। ହେଲେ କେହି ଟେଣ୍ଡର ନେବାକୁ ସାମିଲ ନ ହେବାରୁ ଡିପାର୍ଟମେଣ୍ଟାଲି କରାଯାଇଛି। ଯାହା କିଛି କରାଯାଇଛି ଆଇନ ଭିତରେ କରାଯାଉଛି। ନର୍ସରୀ ପାଇଁ ସ୍ବତନ୍ତ୍ର ଭାବେ କିଛି ଖର୍ଚ୍ଚ ହୋଇନାହିଁ। ଯାହା କିଛି କଣ୍ଟିଜେନ୍ସି ଫଣ୍ଡରୁ ଖର୍ଚ୍ଚ କରାଯାଇଛି ବୋଲି ସେ କହିଛନ୍ତି। ଜଣେ ଅଭିଯୋଗକାରୀ ନଁା ଗୋପନ ରଖି କହିଛନ୍ତି କ୍ଷମା ଷଡଙ୍ଗୀ ଟେରିଟୋରିଆଲ ଡିଏଫଓ ଥିବାବେଳେ ସ୍ବାମୀ ଫାଲଗୁନି ସାରଥି ମଲ୍ଲିକ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍‌ଓ ଅଛନ୍ତି। ଗୋଟିଏ ଜିଲାରେ ଏହି ଦମ୍ପତି କାମ କରୁଛନ୍ତି। ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍‌ଓଙ୍କ ସରକାରୀ କ୍ୱାର୍ଟର୍ସଟି ଡିଆରଡିଏ ରୋଡରେ ଅଛି। ସ୍ବାମୀଙ୍କ କ୍ୱାର୍ଟର୍ସ ପାଖରେ ନର୍ସରୀ ଥିଲା। ନର୍ସରୀ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡଙ୍କ କ୍ୱାର୍ଟର୍ସ ମଧ୍ୟରେ ଦୂରତା ପ୍ରାୟ ୨୦୦ ମିଟର। ନର୍ସରୀ ଓ କ୍ୱାର୍ଟର୍ସ ମଧ୍ୟବର୍ତ୍ତୀ ଅଞ୍ଚଳ ମହର୍ଷୀ ସ୍କୁଲ। ଏଣୁ ଗୋଟିଏ କ୍ୱାର୍ଟର୍ସରେ ସ୍ବାମୀ ସ୍ତ୍ରୀ ରହିବା ପାଇଁ ନର୍ସରୀରେ ନୂଆ କ୍ୱାର୍ଟର୍ସ ନିର୍ମାଣ କରାଗଲା। ଏଥିରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି। ପ୍ରକୃତିରେ ଏଥିରେ ୧କୋଟି ଖର୍ଚ୍ଚ ହୋଇଛି। ଯାହାକି ଆଲିସାନ କ୍ୱାର୍ଟର୍ସ କୁହାଯାଉଛି। ସ୍ବାମୀ ଓ ସ୍ତ୍ରୀ ଉଭୟେ ନୂଆ କ୍ୱାର୍ଟର୍ସରେ ରହୁଛନ୍ତି। କ୍ୱାର୍ଟର୍ସ ଗେଟର ଗୋଟିଏ ଖମ୍ବରେ ଡିଏଫ୍‌ଓ କ୍ଷମା ଷଡଙ୍ଗୀ ଓ ଅନ୍ୟ ଖମ୍ବରେ ଡିଏଫ୍‌ଓ ଫାଲଗୁନି ସାରଥି ମଲ୍ଲିକ ଝୁଲୁଛି। ଗୋଟିଏ ସ୍ଥାନରେ ସ୍ବାମୀ ଓ ସ୍ତ୍ରୀ ରହିବା ପାଇଁ ସରକାରୀ ନୀତିନିୟମକୁ ଡଷ୍ଟବିନକୁ ଫୋପାଡି କାଗଜାତ ସବୁ ଠିକ୍‌ଠାକ୍‌ କରାଯାଇଛି। ହେଲେ ଖୋଳତାଡ ହେଲେ ଦୁର୍ନୀତିର ପେଡି ଖୋଲିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri