ଡିଏଫ୍‌ଓ କ୍ୱାର୍ଟର୍ସ ନିର୍ମାଣରେ ଦୁର୍ନୀତି

ନୟାଗଡ଼,୧୦।୧୦(ଲୋକନାଥ ମିଶ୍ର): ନୟାଗଡ ଡିଏଫ୍‌ଓଙ୍କ କ୍ୱାର୍ଟର୍ସ (ସରକାରୀ ବାସଭବନ) ନିର୍ମାଣରେ ଦୁର୍ନୀତି ଅଭିଯୋଗ ଉଠିଛି। ଡିଏଫ୍‌ଓଙ୍କ ପୁରୁଣା କ୍ୱାର୍ଟର୍ସ ଥାଉ ଥାଉ ନୟାଗଡ଼ ଡିଆରଡିଏ ରୋଡର ଜିଲାପାଳଙ୍କ ବାସଭବନ ପାଖ ନର୍ସରୀରେ ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସ ନିର୍ମାଣ କାହିଁକି କରାଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। କ୍ୱାର୍ଟର୍ସ ନିର୍ମାଣ ପାଇଁ ନର୍ସରୀକୁ ବାରପଲ୍ଲା ସ୍ଥାନାନ୍ତର କରାଯାଇ ପୁଣି ନର୍ସରୀ ପାଇଁ ଅଯଥା ଅପବ୍ୟୟ ହୋଇଛି ଅଭିଯୋଗ ରହିଛି। ପୁଣି ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଟେଣ୍ଡର କରା ନ ଯିବା ନିର୍ମାଣ କାର୍ଯ୍ୟ ଓ ବିଭାଗର କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଘଟଣାର ତଦନ୍ତ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ନିକଟରେ ଅଭିଯୋଗ କରାଯାଇଛି।
ଅଭିଯୋଗ ଅନୁସାରେ ଡିଏଫ୍‌ଓ କ୍ୱାର୍ଟର୍ସ ଭଲ ଥିବାବେଳେ ତାକୁ ପରିତ୍ୟକ୍ତ ଘୋଷଣା କରାଯାଇଛି। କ୍ୱାର୍ଟର୍ସ ପରିତ୍ୟକ୍ତ ଘୋଷଣା ହେବା ପରେ ନର୍ସରୀ ସ୍ଥାନରେ ନୂଆ କ୍ୱାର୍ଟର୍ସ ନିର୍ମାଣ କରାଯାଇଛି। ପୁରୁଣା କ୍ୱାର୍ଟର୍ସ ଯଦି ପରିତ୍ୟକ୍ତ ହେଲା ତେବେ ତାକୁ ଭାଙ୍ଗି ନୂଆ କରିବାରେ ଅସୁବିଧା ନ ଥିଲା। ତେବେ ନର୍ସରୀକୁ ସ୍ଥାନାନ୍ତର କରାଇ ନୂଆ କ୍ୱାର୍ଟର୍ସ ନିର୍ମାଣ କରାଯିବା ଠିକ୍‌ ହୋଇନାହିଁ। ପୁଣି ନୂଆ କ୍ୱାର୍ଟର୍ସରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚରେ ଘୋଟାଲ ହୋଇଥିବା ଅଭିଯୋଗ ହୋଇଛି। ସରକାରୀ ନିୟମ ରହିଛି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା କାମ ହେଲେ ଟେଣ୍ଡର କରାଯିବା ବାଧ୍ୟତାମୂଳକ। ତେବେ ଡିଏଫ୍‌ଓଙ୍କ ନୁଆ କ୍ୱାର୍ଟର୍ସ ନିର୍ମାଣ ପାଇଁ ସରକାରୀ ନୀତିନିୟମକୁ ତଳିମକଚି ଦିଆଯାଇଛି। ଟେଣ୍ଡର କେହି ନେଲେ ନାହିଁ ଚତୁରତାର ସହ ଦର୍ଶାଇ କାହାକୁ ଟେଣ୍ଡର ନ ଦେଇ ଡିପାର୍ଟମେଣ୍ଟାଲି କରାଯାଇଛି। ନୟାଗଡ଼ର ଫରେଷ୍ଟର ମନୋଜ ପ୍ରଭାକର ଡିପାର୍ଟମେଣ୍ଟାଲି କାମ କରିଥିବା କୁହାଯାଉଛି। ଏ ନେଇ ଡିଏଫ୍‌ଓ କ୍ଷମା ଷଡଙ୍ଗୀଙ୍କୁ ପଚାରିବାରେ ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସ ନିର୍ମାଣରେ କୌଣସି ଘୋଟାଲା ହୋଇନାହିଁ। ପୁରୁଣା କ୍ୱାର୍ଟର୍ସ ବିପଦସଙ୍କୁଳ ହୋଇ ପଡିଥିଲା। ମୁଁ ସେଠାରେ ରହୁଥିଲି। କ୍ୱାର୍ଟର୍ସରେ ରହୁଥିବା ଯୋଗୁ ତାକୁ ଭାଙ୍ଗି ନୂଆ କରିଥିଲେ ଅସୁବିଧା ହୋଇଥାନ୍ତା। ଆମର ନୟାଗଡ଼ ରେଞ୍ଜର ଅଫିସର ସ୍ଥାୟୀ କାର୍ଯ୍ୟାଳୟ ନାହିଁ। ସ୍ଥାୟୀ କାର୍ଯ୍ୟାଳୟ ଡିଏଫ୍‌ଓଙ୍କ କ୍ୱାର୍ଟର୍ସ ଜାଗାରେ କରାଗଲେ କିଛି ଅସୁବିଧା ହେବନି। ଏଣୁ ଡିଏଫ୍‌ଓଙ୍କ ପୁରୁଣା କ୍ୱାର୍ଟର୍ସରେ ନୟାଗଡ଼ ରେଞ୍ଜର ଅଫିସ କରାଯିବାର ପ୍ରସ୍ତାବ ରହିଛି। ଅନ୍ୟପକ୍ଷେ ଡିଆରଡିଏ ରୋଡରେ ଥିବା ନର୍ସରୀ ମ୍ୟୁନିସିପାଲିଟି ଭିତରେ ଥିବାରୁ ଚାରା ସୃଷ୍ଟିରେ ବିଭିନ୍ନ ସମୟରେ ଅସୁବିଧା ହେଉଥିଲା। ଏଣୁ ନର୍ସରୀକୁ ବାରପଲ୍ଲା ସ୍ଥାନାନ୍ତର କରାଯାଇ ନର୍ସରୀ ସ୍ଥାନରେ ଡିଏଫ୍‌ଓ କ୍ୱାର୍ଟର୍ସ ନିର୍ମାଣ ହୋଇଛି। ନୂଆ କ୍ୱାର୍ଟର୍ସ ଜିଲାପାଳ ଓ ଏସ୍‌ପିଙ୍କ କ୍ୱାର୍ଟର୍ସ ପାଖେ ରହିଛି। ଡିଏଫ୍‌ଓ କ୍ୱାର୍ଟର୍ସ ପାଇଁଁ ୪୮ ଲକ୍ଷ ଓ ଆନୁଷଙ୍ଗିକ ଉପକରଣ ପାଇଁ ୫ ଲକ୍ଷ ଏପରି ମୋଟରେ ୫୩ ଲକ୍ଷ ଖର୍ଚ୍ଚ ହୋଇଛି। କ୍ୱାର୍ଟର୍ସ ନିର୍ମାଣ ପାଇଁ ୨ ଥର ଟେଣ୍ଡର କରାଯାଇଛି। ହେଲେ କେହି ଟେଣ୍ଡର ନେବାକୁ ସାମିଲ ନ ହେବାରୁ ଡିପାର୍ଟମେଣ୍ଟାଲି କରାଯାଇଛି। ଯାହା କିଛି କରାଯାଇଛି ଆଇନ ଭିତରେ କରାଯାଉଛି। ନର୍ସରୀ ପାଇଁ ସ୍ବତନ୍ତ୍ର ଭାବେ କିଛି ଖର୍ଚ୍ଚ ହୋଇନାହିଁ। ଯାହା କିଛି କଣ୍ଟିଜେନ୍ସି ଫଣ୍ଡରୁ ଖର୍ଚ୍ଚ କରାଯାଇଛି ବୋଲି ସେ କହିଛନ୍ତି। ଜଣେ ଅଭିଯୋଗକାରୀ ନଁା ଗୋପନ ରଖି କହିଛନ୍ତି କ୍ଷମା ଷଡଙ୍ଗୀ ଟେରିଟୋରିଆଲ ଡିଏଫଓ ଥିବାବେଳେ ସ୍ବାମୀ ଫାଲଗୁନି ସାରଥି ମଲ୍ଲିକ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍‌ଓ ଅଛନ୍ତି। ଗୋଟିଏ ଜିଲାରେ ଏହି ଦମ୍ପତି କାମ କରୁଛନ୍ତି। ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍‌ଓଙ୍କ ସରକାରୀ କ୍ୱାର୍ଟର୍ସଟି ଡିଆରଡିଏ ରୋଡରେ ଅଛି। ସ୍ବାମୀଙ୍କ କ୍ୱାର୍ଟର୍ସ ପାଖରେ ନର୍ସରୀ ଥିଲା। ନର୍ସରୀ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡଙ୍କ କ୍ୱାର୍ଟର୍ସ ମଧ୍ୟରେ ଦୂରତା ପ୍ରାୟ ୨୦୦ ମିଟର। ନର୍ସରୀ ଓ କ୍ୱାର୍ଟର୍ସ ମଧ୍ୟବର୍ତ୍ତୀ ଅଞ୍ଚଳ ମହର୍ଷୀ ସ୍କୁଲ। ଏଣୁ ଗୋଟିଏ କ୍ୱାର୍ଟର୍ସରେ ସ୍ବାମୀ ସ୍ତ୍ରୀ ରହିବା ପାଇଁ ନର୍ସରୀରେ ନୂଆ କ୍ୱାର୍ଟର୍ସ ନିର୍ମାଣ କରାଗଲା। ଏଥିରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି। ପ୍ରକୃତିରେ ଏଥିରେ ୧କୋଟି ଖର୍ଚ୍ଚ ହୋଇଛି। ଯାହାକି ଆଲିସାନ କ୍ୱାର୍ଟର୍ସ କୁହାଯାଉଛି। ସ୍ବାମୀ ଓ ସ୍ତ୍ରୀ ଉଭୟେ ନୂଆ କ୍ୱାର୍ଟର୍ସରେ ରହୁଛନ୍ତି। କ୍ୱାର୍ଟର୍ସ ଗେଟର ଗୋଟିଏ ଖମ୍ବରେ ଡିଏଫ୍‌ଓ କ୍ଷମା ଷଡଙ୍ଗୀ ଓ ଅନ୍ୟ ଖମ୍ବରେ ଡିଏଫ୍‌ଓ ଫାଲଗୁନି ସାରଥି ମଲ୍ଲିକ ଝୁଲୁଛି। ଗୋଟିଏ ସ୍ଥାନରେ ସ୍ବାମୀ ଓ ସ୍ତ୍ରୀ ରହିବା ପାଇଁ ସରକାରୀ ନୀତିନିୟମକୁ ଡଷ୍ଟବିନକୁ ଫୋପାଡି କାଗଜାତ ସବୁ ଠିକ୍‌ଠାକ୍‌ କରାଯାଇଛି। ହେଲେ ଖୋଳତାଡ ହେଲେ ଦୁର୍ନୀତିର ପେଡି ଖୋଲିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରଗିରି ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆକ୍ଟିଭା

ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ…

ଘରୋଇ ହିଂସାରୁ ମହିଳାଙ୍କୁ କିପରି ସୁରକ୍ଷା ଦେବ ଆଇନ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି (ଟିଏଲଏସସି )ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ଭବନ ପରିସରରେ ଏକ ଆଇନ…

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri