ଜନ୍ମଦିନ ପାଳନକୁ ଦେଖି ଇମୋଶନାଲ ହେଲେ ବିଗ ବି

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ବୁଧବାର ଅର୍ଥାତ୍‌ ଅକ୍ଟୋବର ୧୧ରେ ପାଳନ କରିବାକୁ ଯାଉଛନ୍ତି ତାଙ୍କ ୮୧ ତମ ଜନ୍ମ ଦିବସ। ଏହି ଅବସରରେ ଟେଲିଭିଜନ ରିୟଲିଟି ଶୋ’ ‘କୌନ ବନେଗା କରୋଡପତି’ର କମିଂ ଏପିସୋଡରେ ଏହି ବିଶେଷ ଦିନକୁ ପାଳନ କରାଯାଇଥିବା ଦେଖିବାକୁ ମିଳିବ। ତେବେ ଏହି ସେଲିବ୍ରେଶନ ବିଗ ବିଙ୍କ ପାଇଁ ଏକ ସରପ୍ରାଇଜ ଥିବା କୁହାଯାଇଛି। ଏହା ବ୍ୟତୀତ ଆଜିର ଦିନକୁ ସାରା ଭାରତରେ ତାଙ୍କ ପ୍ରଶଂସକମାନେ ପାଳନ କରୁଛନ୍ତି ବୋଲି ବି କୁହାଯାଇଛି। ଏହାର ଏକ ପ୍ରମୋ ଏବେ ଦେଖିବାକୁ ମିଳିଛି। ଯେଉଁଥିରେ ବିଗ ବି ଖୁବ ଇମୋଶନାଲ ହୋଇଯାଇଥିବା ଦେଖାଯାଇଛି।
ଏକ କ୍ଲିପରେ ଅମିତାଭ କହୁଛନ୍ତି, ‘ଆଉ କେତେ କନ୍ଦାଇବେ ଆପଣମାନେ’। ଅର୍ଥାତ୍‌ ଆଉ ମୋତେ କେତେ ଇମୋଶନାଲ କରିବେ ଆପଣମାନେ। ସେ ଆହୁରି ମଧ୍ୟ କହୁଛନ୍ତି, ମୁଁ କଣ୍ଟେଷ୍ଟାଣ୍ଡଙ୍କୁ ଟିସୁ ଦେଉଥିବା ବେଳେ ଅବ ମେରି ବାରି ଆ ଗୟି। ଏହାସହ ସେ ନିଜ ଆଖିର ଲୁହ ପୋଛିଛନ୍ତି ଓ ଏହି ସେଲିବ୍ରେଶନ ପାଇଁ କେବିସି ଟିମକୁ ଧନ୍ୟବାଦ ଦେଇଛନ୍ତି।
ସୂଚନାଯୋଗ୍ୟ, ୧୧ ଅକ୍ଟୋବର ୧୯୪୨ରେ ଜନ୍ମନେଇଥିବା ଅମିତାଭ ବଚ୍ଚନ ବହୁ ସଂଘର୍ଷ ପରେ ଆଜି ବଲିଉଡ ଦୁନିଆର ଶେହନଶାହା ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କେବଳ ଦେଶ କାହିଁକି ବିଦେଶରେ ବି ରହିଛନ୍ତି ଅମିତାଭଙ୍କର ଅନେକ ପ୍ରଶଂସକ। ପ୍ରଥମେ ରିଜେକଶନର ସାମ୍ନା କରିଥିବା ବିଗ ବି କିନ୍ତୁ ପରବର୍ତ୍ତି ସମୟରେ ପାଲଟି ଯାଇଛନ୍ତି ବଲିଉଡର ମହାନାୟକ। ଗୋଟିଏ ପରେ ଗୋଟିଏ ହିଟ୍‌ ମୁଭି ଭେଟିଦେଇ ସେ ଦର୍ଶକଙ୍କ ମନରେ ଘର କରି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତନଙ୍କ ହତ୍ୟା ପରେ ସିୟାଙ୍କ କଥା ବଖାଣିଲେ ସିକ୍ୟୁରିଟି ଗାର୍ଡ, ଦେଲେ ବିସ୍ଫୋରକ ବୟାନ

ପୁଣେ, ୨୬।୬: ମହାରାଷ୍ଟ୍ର ଲୋହଗଡ଼ ଦୁର୍ଗରେ ୨୬ ବର୍ଷୀୟ କେତନ ଅଗ୍ରୱାଲଙ୍କ ମୃତ୍ୟୁ ପରର ଘଟଣା ବର୍ଣ୍ଣନା କରିଛନ୍ତି ସିକ୍ୟୁରିଟି ଗାର୍ଡ ଧୀରଜ ଯାଦବ। ସେ କହିଛନ୍ତି…

ସ୍ବାଭାବିକ ହେଲା ହର୍ମୁଜ, ଦିନକରେ ଜାହାଜ ଚଳାଚଳ ଦ୍ୱିଗୁଣିତ

ତହରାନ୍‌,୨୬।୬: ଇରାନ ଓ ଆମେରିକା ମଧ୍ୟରେ ବୁଝାମଣା ପରେ ଇନ୍ଧନ ପରିବହନ ନେଇ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ହର୍ମୁଜ୍‌ ଷ୍ଟ୍ରେଟ୍‌ ସ୍ବାଭାବିକ ହୋଇଛି। ଗତ…

ବଢ଼ିଲା ଉଦ୍ଧବଙ୍କ ଚିନ୍ତା, ପାର୍ଲାମେଣ୍ଟ ଅଫିସ ହରାଇବା ସ୍ଥିତିରେ ଶିବସେନା

ମୁମ୍ବାଇ, ୨୬।୬: ମହାରାଷ୍ଟ୍ର ରାଜନୀତିରେ ଶିବସେନା (ୟୁବିଟି) ଏବଂ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ମେଣ୍ଟର ସଙ୍କଟ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ବୁଧବାର ସାରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ…

ଟି୨୦ ବିଶ୍ୱକପ୍‌: ବାଂଲାଦେଶକୁ ହରାଇ ଭାରତର ତୃତୀୟ ବିଜୟ

ମାଞ୍ଚେଷ୍ଟର,୨୫ା୬: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ଭାରତ ୫ ଉଇକେଟରେ ଜିତି ନେଇଛି। ବାଂଲାଦେଶ…

ସାଇକେଲରେ ଶବ ବୋହିବା ଘଟଣା: ପ୍ରଶାସନିକ ତତ୍ପରତା,ଶୋକସନ୍ତପ୍ତ ପରିବାରକୁ ଭେଟି…

ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର…

ସ୍କୁଲକୁ ବିଳମ୍ବରେ ଆସିବା ପଡ଼ିଲା ମହଙ୍ଗା

ଉମରକୋଟ, ୨୫।୬(ସନ୍ତୋଷ ଶତପଥୀ): ଜଣେ ଶିକ୍ଷକ ସ୍କୁଲକୁ ପ୍ରତିଦିନ ବିଳମ୍ବରେ ଆସୁଥିବା ଅଭିଯୋଗ ହେବା ପରେ ଗୁରୁବାର ଉମରକୋଟ ବିଇଓ ତାଙ୍କର ଦରମା ବନ୍ଦ କରିଛନ୍ତି। ଏଥିସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri