ଦୁର୍ନୀତିର ଅଗ୍ନିକୁଣ୍ଡରେ ମେଧା ଆହୁତି

ଆମ ଦେଶର ଜନସାଧାରଣ ପ୍ରାୟ ଧରି ନେଇଛନ୍ତି ସବୁଠାରୁ ଦାମୀ ତଥା ସମ୍ମାନଜନକ ପାଠ ହେଉଛି ଡାକ୍ତରୀ ପାଠ। ସବୁ ମାତାପିତାଙ୍କ ସ୍ବପ୍ନ ହେଲା ତାଙ୍କ ପିଲା ଏହି ପାଠ ପଢ଼ନ୍ତୁ ଏବଂ ଜଣେ ଭଲ ଡାକ୍ତରଟିଏ ହୋଇ ସୁନାମ ଆଣନ୍ତୁ। ଏଥିପାଇଁ ପ୍ରଥମ ଅବସ୍ଥାରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦିଅନ୍ତି। ସାମର୍ଥ୍ୟ ଥାଉ ବା ନ ଥାଉ ଧାର ଉଧାର କରି ଏପରିକି ଜମିବାଡ଼ି ବିକ୍ରିିକରି ନାମୀଦାମୀ କୋଚିଂ ସେଣ୍ଟରରେ ପିଲାଙ୍କୁ ଭର୍ତ୍ତି କରନ୍ତି ବହୁ ଅଭିଭାବକ। ଆଉ ଯେଉଁମାନଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ସେମାନେ ଆବଶ୍ୟକ ହେଲେ ରାଜ୍ୟ ବାହାରେ ଥିବା ବଡ଼ ବଡ଼ କୋଚିଂ ସେଣ୍ଟରକୁ ବାଛିବାକୁ ପଛାନ୍ତି ନାହିଁ। ଦେଖାଯାଉଛି ବହୁ ପିଲା ଲଗାତର ତିନି ଚାରି ବର୍ଷ କୋଚିଂ ନେଉଛନ୍ତି ମେଧା ତାଲିକାରେ ସ୍ଥାନ ପାଇବା ପାଇଁ। ପ୍ରତିବର୍ଷ ଯେଉଁ ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ଏହି ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଛନ୍ତି ସେମାନେ ସଭିଏଁ ଯେ ମେଧାବୀ ଏବଂ କଠିନ ଅଧ୍ୟବସାୟୀ ଏହାକୁ ଅସ୍ବୀକାର କରାଯାଇପାରିବ ନାହିଁ। ଆମ ଦେଶର ମେଧାବୀ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଶ୍ରେଷ୍ଠ ମେଧାବୀ ଚିହ୍ନଟ କରିବା କ୍ଷେତ୍ରରେ ନିଟ୍‌ ପରୀକ୍ଷାରେ ସର୍ବାଧିକ ସ୍ବଚ୍ଛତା ଏବଂ ସାଧୁତା ରହିବା ବିଧେୟ। ମାତ୍ର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବେଶିକା ପରୀକ୍ଷାରେ ଯଦି ପ୍ରଶ୍ନପତ୍ର ପ୍ରଘଟ ହେଲା, ମୂଲ୍ୟାୟନରେ ଅନିୟମିତତା ହେଲା, ଅସାଧୁ ଉପାୟ ଅବଲମ୍ବନ ହେଲା, ପାତର ଅନ୍ତର ହେଲା ତେବେ ଧରିନେବାକୁ ହେବ ଦୁର୍ନୀତିର ଅଗ୍ନି କୁଣ୍ଡରେ ମେଧା ଶକ୍ତିକୁ ଆହୁତି ଦେଇ ଏ ଦେଶର ଭବିଷ୍ୟତକୁ ଅନ୍ଧକାରାଚ୍ଛନ୍ନ କରିଦେବାର ବ୍ୟବସ୍ଥା ହେଉଛି।
ବିଗତ କିଛି ବର୍ଷ ହେଲା ଏହି ପ୍ରବେଶିକା ପରୀକ୍ଷାର ପରିଚାଳନାକୁ ନେଇ ବିଭିନ୍ନ ଅଭିଯୋଗ ହୋଇଆସୁଛି। କିନ୍ତୁ ନିଟ୍‌-୨୦୨୪ର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆପତ୍ତି ଅଭିଯୋଗ ଚରମ ସୀମାକୁ ଛୁଇଁଛି। ଏଥିପାଇଁ ସଂସଦ ଉଠୁଛି ପଡ଼ୁଛି। ସମସ୍ତ ରାଜ୍ୟର ବିଧାନସଭାରେ ଆଲୋଚନା ହେଉଛି। ବିଭିନ୍ନ ଗଣ ସଂଗଠନ ତରଫରୁ ବିକ୍ଷୋଭ ପ୍ରଦର୍ଶନ ହେଉଛି। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବାେବେଳ ସିବିଆଇ ମଧ୍ୟ ତଦନ୍ତରେ ଆଗେଇଛି। ବହୁ ଅନିୟମିତତା ସାମ୍ନାକୁ ଆସୁଥିବା ଜଣାପଡ଼ୁଛି। ଫଳାଫଳ ଯାହା ଆସୁନା କାହିଁକି ଅଭିଭାବକ ମଣ୍ଡଳୀ ଦୁଶ୍ଚିନ୍ତାରେ। ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରରେ। ହେଲେ ଏମିତି କାହିଁକି ହେଲା? କେଉଁ କାରଣ ପାଇଁ ଏଭଳି ଗୁରୁତର ଅଭିଯୋଗ ଉଠୁଛି?
ପ୍ରଥମ ସନ୍ଦେହ ଉପୁଜିଲା ପରୀକ୍ଷା ଫଳ ପ୍ରକାଶନର ତାରିଖକୁ ନେଇ। ପ୍ରଥମେ ସ୍ଥିର ହୋଇଥିଲା ଜୁନ୍‌ ୧୪ରେ ନିଟ୍‌(ୟୁଜି) ପରୀକ୍ଷା ଫଳ ପ୍ରକାଶିତ ହେବ। କିନ୍ତୁ ଦେଖାଗଲା ନିର୍ଦ୍ଧାରିତ ତାରିଖର ଦଶ ଦିନ ପୂର୍ବରୁ ଯେଉଁ ଦିନ ଲୋକ ସଭାର ଭୋଟ୍‌ ଗଣତି ଚାଲିଥିଲା ସେହିଦିନ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷାର ଫଳ ପ୍ରକାଶ ପାଇଲା। ଇତିହାସରେ ହୁଏତ ଏହା ପ୍ରଥମ ଥର ହେଲା, ନିର୍ଦ୍ଧାରିତ ତାରିଖର ପୂର୍ବରୁ କୌଣସି ପରୀକ୍ଷାର ଫଳ ପ୍ରକାଶ ପାଇବା। ଅଭୂତପୂର୍ବ ଭାବେ ଦେଖାଗଲା ୬୭ ଜଣ ପରୀକ୍ଷାର୍ଥୀ ପୂର୍ଣ୍ଣ ନମ୍ବର ରଖି (୭୨୦ ରୁ ୭୨୦) ମେଧା ତାଲିକାର ଶୀର୍ଷତମ ସ୍ଥାନ ଅଧିକାର କରିଛନ୍ତି ଏବଂ ଏଥିମଧ୍ୟରୁ ୬ ଜଣଙ୍କର ରୋଲ୍‌ ନମ୍ବର କ୍ରମାନ୍ବୟରେ ରହିଛି। ଏଥିର ଦୁର୍ନୀତିର ଗନ୍ଧ ଚତୁର୍ଦ୍ଦିଗକୁ ବିଛାଡ଼ି ହୋଇ ପଡ଼ିଲା। ଆରମ୍ଭ ହେଲା ଖୋଳତାଡ଼। ତତ୍‌ପରେ ଗୋଟିଏ ପରେ ଗୋଟିଏ ଅନିୟମିତତା ଏବଂ ଅନୈତିକ କାର୍ଯ୍ୟର ବିବରଣୀ ପଦାକୁ ଆସିବା ଆରମ୍ଭ ହେଲା।
ଶୁଣାଯାଏ ଜଣେ ପରୀକ୍ଷାର୍ଥୀ ଗୋଟିଏ ପ୍ରଶ୍ନର ଉତ୍ତର ଦେଇନାହିଁ। ଉତ୍ତର ଦେଇଥିବା ପ୍ରଶ୍ନ ମଧ୍ୟରୁ ଷୋହଳଟି ପ୍ରଶ୍ନର ଉତ୍ତର ଭୁଲ୍‌ ଅଛି। ଫଳରେ ସେ ୬୩୬ ନମ୍ବର ପ୍ରାପ୍ତ ହୋଇଛି ଅଥଚ ସେ ଗ୍ରେସ୍‌ ମାର୍କ ପାଇ ୭୨୦ ନମ୍ବର ରଖିଛି ଏବଂ ଶ୍ରେଷ୍ଠ ମେଧାବୀ ଭାବରେ ୬୭ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛି। ଏହିପରି ୧୫୬୩ ଜଣ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍‌ ମାର୍କ ଦିଆଯାଇଥିଲା। ଏମାନଙ୍କ ପାଇଁ ମଧ୍ୟ ଆଉ ଥରେ ଜୁନ ୨୩ରେ ପରୀକ୍ଷା କରାଗଲା। ସେମାନଙ୍କ ମଧ୍ୟରୁ ୮୧୩ (୫୨ ପ୍ରତିଶତ) ପରୀକ୍ଷା ଦେଲେ, ଅନ୍ୟମାନେ ଆସିଲେନି। ଫଳାଫଳ ଆସିଲା, କିନ୍ତୁ ଟପ୍ପରଙ୍କ ସଂଖ୍ୟା କମିଲା। ଅନେକ ତ୍ରୁଟି ଦେଖିବା ପରେ ସମ୍ପୂର୍ଣ୍ଣ ବ୍ୟବସ୍ଥା ବିରୋଧରେ ଅଭିଯୋଗ ଉଠିବା ଅସ୍ବାଭାବିକ ନୁହେଁ। କେବଳ ମୂଲ୍ୟାୟନକୁ ନେଇ ଅଭିଯୋଗ ନୁହେଁ ପ୍ରଶ୍ନପତ୍ରର ଗୋପନୀୟତା ଉପରେ ସଙ୍ଗିନ ଆପତ୍ତି ହୋଇଛି। ବିହାର ପୋଲିସ ଏ ବାବଦରେ ମାମଲା ରୁଜୁ କରିବା ସହିତ କିଛି ଲୋକଙ୍କୁ ଗିରଫ ମଧ୍ୟ କରିଛି। ଏ ସମସ୍ତ କଥା ପଦାକୁ ଆସିବା ପରେ ଡାକ୍ତରୀ ପାଠ ପଢ଼ିବାକୁ ସ୍ବପ୍ନ ଦେଖିଥିବା ଲକ୍ଷ ଲକ୍ଷ ଗରିବ ମେଧାବୀ ଛାତ୍ରୀଛାତ୍ର ଅଧ୍ୟୟନ ଓ ଅଧ୍ୟବସାୟ ସବୁକିଛି ଅସାର ବୋଲି ଧରି ନେଲେଣି। ଏକେତ ଘରୋଇ ଡାକ୍ତରୀ ପାଠ ଗରିବ ଓ ମଧ୍ୟବିତ୍ତ ପରିବାରର ପିଲାଙ୍କ ପାଇଁ ଅପହଞ୍ଚ ଥିଲା। ଏଥିପାଇଁ ଅନୂ୍ୟନ କୋଟିଏ ଟଙ୍କା ଆବଶ୍ୟକ। ଏତେ ଅର୍ଥ ଆସିବ ବା କୁଆଡ଼ୁ। ଆକାଶ କୟଁା ଚିଲିକା ମାଛ ପଛରେ ଧାବମାନ ନ ହୋଇ ସରକାରୀ ମେଡିକାଲ କଲେଜରେ ସିଟ୍‌ ପାଇବା ପାଇଁ ଯେଉଁମାନେ ଦିନରାତିକୁ ଏକାକାର କରି କଠିନ ପରିଶ୍ରମ କରୁଥିଲେ ସେମାନେ ମଧ୍ୟ ଆଜି ମୁଣ୍ଡରେ ହାତ ଦେଇ ବସିଛନ୍ତି। ସରକାରୀ କ୍ଷେତ୍ରରେ ଯଦି ଏମିତି ଲକ୍ଷ ଲକ୍ଷ ଟଙ୍କାର କାରବାର ହୁଏ, ଖୁଲମଖୁଲା ଦୁର୍ନୀତି ଚାଲେ, କ୍ଷମତା ଓ ପ୍ରତିପତ୍ତିର ବ୍ୟବହାର ହୁଏ ତେବେ ସାଧାରଣ ପରିବାରର ପିଲାମାନଙ୍କ ପାଇଁ ଏ ରାସ୍ତାଟି ମଧ୍ୟ ବନ୍ଦ ହୋଇଗଲା। ଅଥଚ ଗଭୀର ମାନସିକ ଯନ୍ତ୍ରଣାରେ ଯେତେବେଳେ ଦେଶର ଲକ୍ଷ ଲକ୍ଷ ପିଲା ସହିତ ସେମାନଙ୍କର ମାତାପିତା ଉବୁଟୁବୁ ସେତେବେଳେ କେନ୍ଦ୍ର ସରକାର ଅନିୟମିତତାକୁ ଅସ୍ବୀକାର କରିବା ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି।
ଆମେ ଯଦି ଛ’ ସାତ ବର୍ଷ ତଳକୁ ଫେରିଯିବା ଅର୍ଥାତ୍‌ ୨୦୧୮ ମସିହା ପୂର୍ବକୁ, ତେବେ ଦେଖିବା ପ୍ରତ୍ୟେକ ରାଜ୍ୟ ସରକାର ଡାକ୍ତରୀ ଶିକ୍ଷା ନିମନ୍ତେ ଏକ ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା କରୁଥିବା ବେଳେ ଜାତୀୟ ସ୍ତରରେ ଏ.ଆଇ.ପି.ଏମ୍‌.ଟି. ନାମରେ ଆଉ ଏକ ପରୀକ୍ଷା ସମାନ୍ତରାଳ ଭାବରେ ହେଉଥିଲା। ଏକକ ପରୀକ୍ଷା ନାମରେ ସରକାର ରାଜ୍ୟଗୁଡ଼ିକର ଏହି କ୍ଷମତାକୁ ଉଚ୍ଛେଦ କରି ୨୦୧୮ ମସିହାରୁ ଆରମ୍ଭ କଲେ ନିଟ୍‌ ୟୁଜି। ପୁନଶ୍ଚ ଏହି ପରୀକ୍ଷାର ପରିଚାଳନା ଦାୟିତ୍ୱ ନ୍ୟସ୍ତ କଲେ ଜାତୀୟ ପରୀକ୍ଷଣ ସଂସ୍ଥା ବା ଏନ୍‌.ଟି.ଏ. ଉପରେ, ଯାହା କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା ଏକ ସ୍ବୟଂଶାସିତ ସଂସ୍ଥା। ଜନ୍ମ ଲଗ୍ନରୁ ବିବାଦ ଏହାର ପିଛା ଛାଡ଼ୁନାହିଁ। ପ୍ରାୟ ପ୍ରତି ବର୍ଷ ନିଟ୍‌ ପରୀକ୍ଷା ଫଳରେ ବିଭିନ୍ନ ଅନିୟମିତତା ଦେଖିବାକୁ ମିଳୁଛି, ଯାହାର କୁପ୍ରଭାବ ପ୍ରତ୍ୟକ୍ଷ ଭାବେ ଛାତ୍ରୀଛାତ୍ରଙ୍କ ଉପରେ ପଡ଼ୁଛି। ଉଦାହରଣ ସ୍ବରୂପ ୨୦୨୦ ମସିହା ନିଟ୍‌ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ମଧ୍ୟପ୍ରଦେଶର ଛାତ୍ର ଶ୍ରୀମାନ୍‌ ବିଧି ସୂର୍ଯ୍ୟବଂଶୀ ୬ ନମ୍ବର ରଖିଥିବା ଦେଖି ଆତ୍ମହତ୍ୟା କରିଥିବା ଘଟଣା ଏବଂ ପରବର୍ତ୍ତୀ ସମୟରେ ସେ ପ୍ରକୃତରେ ୫୯୦ ନମ୍ବର ରଖିଥିବା ଜଣାଯିବା ଆଜି ବି ଏକ କଳାଦାଗ ହୋଇ ରହିଛି। ଅପରପକ୍ଷେ ବହୁବାର ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ହେବା ଏହି ସଂସ୍ଥାର ଆଉ ଏକ ଚରମ ଅପାରଗତା।
ବର୍ତ୍ତମାନ ସ୍ଥିତିରେ ଲୋକଙ୍କର ଭରସା ଫେରାଇ ଆଣିବା ଦିଗରେ ସରକାର ଯତ୍ନବାନ ହେବା ଉଚିତ। ନିରପେକ୍ଷ ତଦନ୍ତ ସହିତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ ଲୋକେ ଆଶ୍ୱସ୍ତ ହେବେନାହିଁ। ଦ୍ୱିତୀୟରେ କୌଣସି ସ୍ବୟଂଶାସିତ ବା ଘରୋଇ ସଂସ୍ଥା ଉପରେ ଆସ୍ଥା ନ ରଖି ସରକାର ନିଜେ ସମସ୍ତ ପ୍ରବେଶିକା ପରୀକ୍ଷା ତତ୍‌ସହିତ ପ୍ରତିଯୋଗିତାମୂଳକ ପରୀକ୍ଷାର ପରିଚାଳନା ଦାୟିତ୍ୱ ନେବା ଉଚିତ। ତୃତୀୟରେ ପୂର୍ବଭଳି ରାଜ୍ୟସ୍ତରୀୟ ଏବଂ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଲେ ଅନିୟମିତତା ହ୍ରାସ ହେବା ସାଙ୍ଗକୁ ଯେଝା ରାଜ୍ୟର ମେଧାବୀମାନେ ଉଚିତ ନ୍ୟାୟ ପାଇବେ।

  • ଅକ୍ଷୟ କୁମାର ମିଶ୍ର
    ସଭାପତି, ଓଷ୍ଟା
    ମୋ: ୯୯୩୮୭୬୩୨୩୭

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri