ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): କୋଟପତି ସରକାରୀ ବାବୁ ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏସ୍‌ପିଏଚ୍‌ ଆଣ୍ଡ ଡବ୍ଲ୍ୟୁସିର ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ବ୍ୟାପକ ଦୁର୍ନୀତି ଅଭିଯୋଗରେ ପ୍ରତାପଙ୍କୁ ନିଲମ୍ବିତ କରାଯାଇଥିଲା । ଅପାରଗତା ଓ ଦୁର୍ନୀତିି ଅଭିଯୋଗରେ ରାଜ୍ୟ ସରକାର ଗୁରୁବାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

ସୂଚନାଯୋଗ୍ୟ, ଭିଜିଲାନ୍ସ ଚଢ଼ାଉ ବେଳେ ପ୍ରତାପଙ୍କ ଘରୁ ୧୫ କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଜବତ ହୋଇଥିଲା। ଚଢ଼ାଉ ପାଇଁ ଭିଜିଲାନ୍ସ ଯାଇଥିବାବେଳେ ଡରରେ ପ୍ରତାପ ୪୫ ମିନିଟ କବାଟ ଖୋଲିନଥିଲେ। ଏପରିକି ପଡୋଶୀ ଘରର ଛାତକୁ ଟଙ୍କା ପେଟି ଫୋପାଡି ଦେଇଥିଲେ । ପରେ ଭିଜିଲାନ୍ସ ସନ୍ଦେହ କରି ସେହି ଟଙ୍କା ପେଟିକୁ ଜବତ କରିଥିଲା । ସେଥିରେ ୨୦ଲକ୍ଷ ଟଙ୍କା ରହିଥିଲା ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଥିଲା । ଏହାପରେ ଘରୁ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଥିଲା। ପରେ ତାଙ୍କର କୋଟିକୋଟି ଟଙ୍କାର ପ୍ଲଟ, ବିଲ୍ଡିଂ ଓ ଶୋରୁମ ଆଦିକୁ ମଧ୍ୟ ଠାବ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା

ଭୁବନେଶ୍ବର,୧୮।୬: ରାଜ୍ୟର ୧୦ରୁ ଊର୍ଦ୍ଧ୍ୱ ଜିଲାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ...

ସାପ କାମୁଡ଼ାରେ ୬ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୩।୧୯(ବ୍ୟୁରୋ): ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାପ କାମୁଡ଼ାରେ ମୋଟ ୬ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୋଳରେ...

ସିଏମ୍‌ସି ପକ୍ଷରୁ ହୋମ ଡେଲିଭରି ସେବା

କଟକ ଅଫିସ,୨୬ା୩: ସମ୍ପ୍ରତି ଲକ୍‌ଡାଉନ୍‌ ସମୟରେ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହୋମ ଡେଲିଭରି ସେବା ଯୋଗାଇଦେବାକୁ ବୁଧବାର ପଦକ୍ଷେପ...

୨୦୨୨ ସୁଦ୍ଧା ସବୁ ସହରକୁ ପାନୀୟ ଜଳ

ଭୁବନେଶ୍ୱର, ୨।୧୦(ବ୍ୟୁରୋ): ସହରାଞ୍ଚଳକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ଓ ଆବର୍ଜନାମୁକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ...

ବାହାର ରାଜ୍ୟରୁ ଫେରିବେ ୪୩ ହଜାର ଲୋକ

ଜଗତ୍‌ସିଂହପୁର ଅଫିସ,୨୯ା୪: ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶାର ବିଭିନ୍ନ ଜିଲା ଲୋକ ବାହାର ରାଜ୍ୟରେ ଫସି ରହିଛନ୍ତି। ଏବେ ରାଜ୍ୟ ସରକାର ସେମାନଙ୍କୁ ଆଣିବା ପାଇଁ ପଦକ୍ଷେପ...

ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବ ନାହିଁ: ଅବକାରୀ ସଚିବ

ଭୁବନେଶ୍ୱର,୧୯୧୧(ବ୍ୟୁରୋ): ରାଜ୍ୟରେ ଗଞ୍ଜେଇ ଚାଷ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଅବକାରୀ ସଚିବ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି। ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା...

ଜାଲ୍‌ ସାର୍ଟିଫିକେଟ ନେଇ ଏତଲା, ଶିକ୍ଷୟିତ୍ରୀ ନିଲମ୍ବିତ

ଚିକିଟି,୬ା୨(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଯାଞ୍ଚ ଚାଲିଛି। ଚିକିଟି ବ୍ଲକରେ ଏପରି ଜଣେ ନକଲି ଶିକ୍ଷୟିତ୍ରୀ ଧରାପଡ଼ିଛନ୍ତି।...

ମିଲ୍‌ ପରେ ଏବେ ସୁଗମ ଯୋଜନା: ଚାଲି ଚାଲି ଯାଉଥିବା ଅନ୍ୟ ଜିଲାର ଶ୍ରମିକଙ୍କୁ ବସ୍‌ରେ ଘରକୁ ପଠାଉଛି ଗଞ୍ଜାମ ପ୍ରଶାସନ

ଛତ୍ରପୁର, ୧୫।୫( ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପୂର୍ବରୁ ଆରମ୍ଭ ହୋଇଥିବା ମିଲ୍‌ ଯୋଜନା ସହ ଏବେ ସୁଗମ ଯୋଜନା ଯୋଡି ହୋଇଯାଇଛି। ମିଲ୍‌ ଯୋଜନାରେ ପ୍ରଶାସନ...

Advertisement


Archives

Model This Week