ନିର୍ବାଚନ ଲଢ଼ିପାରିବେନି କର୍ପୋରେଟର, କାଉନସିଲର

ବ୍ରହ୍ମପୁର ଅଫିସ,୨୮ା୯: ଗଞ୍ଜାମ ବିଜେଡିର ଜିଲାସ୍ତରୀୟ ସମବାୟ ନିର୍ବାଚନ କମିଟି ବୈଠକ ମଙ୍ଗଳବାର ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବରରେ ହେବାକୁ ଥିବା ବ୍ରହ୍ମପୁର ଓ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନରେ ପୌର ସଂସ୍ଥାକୁ ନିର୍ବାଚିତ ହୋଇଥିବା କର୍ପୋରେଟର ଓ କାଉନସିଲରମାନେ ଲଢ଼ିପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାସହ ଦଳର ଚିହ୍ନରେ ନିର୍ବାଚନ ଲଢ଼ି ନିର୍ବାଚିତ ହୋଇଥିବା ଜିଲା ପରିଷଦ ସଦସ୍ୟା ଓ ସଦସ୍ୟ ଏବଂ ସଭାପତି ଓ ଉପସଭାପତିଙ୍କ ପ୍ରତି ମଧ୍ୟ ଏହି ନିୟମ ଲାଗୁ ହୋଇଛି। ବିଜେଡି ସମର୍ଥକ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ପ୍ରତି ମଧ୍ୟ ଏହି ନିଷ୍ପତ୍ତି ମାନିବା ପାଇଁ ବାଧ୍ୟ କରାଯାଇଛି।
ସ୍ବତନ୍ତ୍ର ସର୍କିଟ ହାଉସରେ ହୋଇଥିବା ବୈଠକରେ ଆହୁରି ମଧ୍ୟ ସମବାୟ ଅନୁଷ୍ଠାନ ସହ ବ୍ୟବସାୟିକ କାରବାର ଥିବା ଏବଂ ଋଣ ନେଇ ପରିଶୋଧ କରିନଥିବା ଦଳ କର୍ମୀ ଓ ନେତାଙ୍କୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେବାକୁ ବିଜେଡି ବାରଣ କରିଛି। ଦୁଇ ସମବାୟ କେନ୍ଦ୍ର ବ୍ୟାଙ୍କର ୩୦ ଜୋନରେ ଆପରାଧୀକ ମାମଲା ଥିବା ଲୋକ ଯେଭଳି ପ୍ରାର୍ଥୀ ନ ହେବେ ସେଥିପ୍ରତି ତୀକ୍ଷ୍ମ ନଜର ରଖାଯିବାର ବୈଠକରେ ମତ ପ୍ରକାଶ ପାଇଛି। ପଦ ପଦବୀରେ ଥିବା ଦଳର ଲୋକେ ସମବାୟ ନିର୍ବାଚନରେ ବାଦ ପଡ଼ିବା ସ୍ପଷ୍ଟ କରାଯାଇଛି। ପ୍ରଥମଥର ପାଇଁ ଶାସକ ବିଜେଡି ପକ୍ଷରୁ ଏହି କଠୋର ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି।
ବୈଠକରେ ବିଜେଡି ଗଞ୍ଜାମ ଜିଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଦୁଇ ଏମ୍‌ପି ଚନ୍ଦ୍ରଶେଖର ସାହୁ ଓ ପ୍ରମିଳା ବିଷୋୟୀ, ଗଞ୍ଜାମ ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗଜପତି ଜିଲା ସଭାପତି ପ୍ରଦୀପ ନାୟକଙ୍କ ସମେତ ବିକ୍ରମ ପଣ୍ଡା, ସୁବାସ ବେହେରା, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଓ ଲତିକା ପ୍ରଧାନ ପ୍ରମୁଖ ବିଧାୟିକା ଓ ବିଧାୟକ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ମତ ରଖିତ୍ଥିଲେ। ସମବାୟ ନିର୍ବାଚନ ପାଇଁ ଗଠିତ ଦଳର କମିଟି ସଦସ୍ୟ ବୀରେନ୍ଦ୍ର ଆରୁଖ, କୈଳାସ ରଣା, ସୁଧୀର ରାଉତ, ଆର. ରାମ ପ୍ରସାଦ, ଧନଞ୍ଜୟଲୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ବୈଠକ ଶେଷରେ ଚ୍ୟାଉ ପଟ୍ଟନାୟକଙ୍କ ସୂଚନାନୁସାରେ ସମବାୟ ନିର୍ବାଚନରେ ସ୍ବଚ୍ଛତା ରଖାଯିବାକୁ ଗୁରୁତ୍ୱ ଦିଆଯାଇଛି। ୨୦୧୫ ସମବାୟ ନିର୍ବାଚନରେ ଦଳକୁ ଯେଭଳି ସଫଳତା ମିଳିଥିଲା, ଆଗାମୀ ନିର୍ବାଚନରେ ମଧ୍ୟ ସେହି ଧାରା ବଜାୟ ରଖିବାର ନିଷ୍ପତ୍ତି ନିଆଯାଇଛି। ଦଳ ପାଇଁ ସର୍ବଦା ସମର୍ପିତ ଏବଂ ସମବାୟ କ୍ଷେତ୍ରରେ ଅଭିଜ୍ଞତା ଥିବା କର୍ମୀଙ୍କୁ ପ୍ରାର୍ଥୀ ଚୟନରେ ସମର୍ଥନ କରାଯିବ। ଏଥର ଯେଉଁ କେତେକ କଟକଣା ଲଗାଯାଇଛି ତାହାଦ୍ୱାରା ନୂଆ ଲୋକ ନିର୍ଦ୍ଦେଶକ ନିର୍ବାଚନ ଲଢ଼ିବାର ବାଟ ଫିଟିବ। ଶୃଙ୍ଖଳିତ ଭାବେ ସମବାୟ ନିର୍ବାଚନ ପାଇଁ ବିଜେଡି ପ୍ରୟାସ ଜାରୀ ରଖିବାର ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri