କରୋନା ଟିକା କୌଣସି ମ୍ୟାଜିକ ନୁହେଁ: ଡବ୍ଲୁଏଚ୍‌ଓ

ଓ୍ବାଶିଂଟନ,୧୦।୮: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଏକ ଚେତାବନୀ ଦେଇ କହିଛି କରୋନା ଭାଇରସର ଟିକା ବା ଭ୍ୟାକ୍ସିନ କୌଣସି ମ୍ୟାଜିକ ନୁହେଁ। ଏହା ଯେଉଁ ମାସରେ ଆସିବ ସେହି ମାସରେ ଯେ ସଂକ୍ରମଣ ଆଖି ପିଛୁଳାକେ କମ୍‌ ହୋଇଯିବ ତାହା ଭାବିବା ଭୁଲ୍‌ ବୋଲି କହିଛି ଡବ୍ଲୁଏଚ୍‌ଓ। ଡବ୍ଲୁଏଚ୍‌ଓର ମହାନିର୍ଦ୍ଦେଖଶକ ଟେହରସ୍‌ ଅଡାନୋମ କହିଛନ୍ତି ଆମକୁ ଲମ୍ବା ରାସ୍ତା ଅତିକ୍ରମ କରିବାର ଅଛି। ତେଣୁ ସମସ୍ତେ ମିଶି ଆମେ କରୋନା ସହ ଲଢିବା। ଅନ୍ୟପଟେ ଜନ୍‌ ହପକିନ୍ସ ୟୁନିଭର୍ସିଟି କହିଛି ଆମେରିକାରେ ଏବେ କରୋନା ସଂକ୍ରମଣ ୫୦ ଲକ୍ଷ ଅତିକ୍ରମ କରି ସାରିଲାଣି। ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ହଥନି ଷ୍ଟିଫନ ଫଁାସିର ବରିଷ୍ଠ ପରାମର୍ଶଦାତା ଡେଭିଡ ମାରେଂସ କହିଛନ୍ତି ଭ୍ୟାକ୍ସିନ ପ୍ରସ୍ତୁତ କରିବା ଏକ ଅନ୍ଧ ପରୀକ୍ଷା ଭଳି। ଏହା ଆରମ୍ଭରୁ ଭଲ ଫଳ ଦେଇପାରେ ହେଲେ ଏହାର କିଛି ଗ୍ରାରେଣ୍ଟି ନାହିଁ ଯେ ଏହା ଶେଷ ପର୍ଯ୍ୟାୟରେ ବି ସଫଳ ହୋଇପାରେ। ହେଲେ ବିଶେଷଜ୍ଞମାନେ ଶତ ଚେଷ୍ଟା ଜାରି ରଖିଛନ୍ତି ଯେ ଏହା ଭଲ ଫଳ ଦେଉ। ୬-୧୨ ମାସ ମଧ୍ୟରେ ଆମମାନଙ୍କ ନିକଟରେ ଏକ ଭଲ ଭ୍ୟାକ୍ସିନ ଉପଲବ୍ଧ ହେଉ ବୋଲି ଆମେ ଆଶା ରଖିବୁ ନିଶ୍ଚୟ। ଅନ୍ୟ ବିଶେଷଜ୍ଞଙ୍କ ମତ ହେଉଛି କରୋନା ଭାଇରସ ପାଇଁ ଏକ ପ୍ରଭାବଶାଳୀ ଭ୍ୟାକ୍ସିନର ବିକାଶ ନିଶ୍ଚିତ ନୁହେଁ ଯାହା ଆମେ ଚିନ୍ତା କରୁଛୁ। ତେଣୁ କରୋନା ସଂକ୍ରମଣକୁ ନେଇ ଯାହା ଗାଇଡ୍‌ଲାଇନ୍‌ ରହିଛି ତାକୁ ଆମେ ପାଳନ କରିବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

କୋଠରି ଅଛିି, ପାନୀୟ ଜଳ, ଶୌଚାଳୟ ନାହିଁ

କୋରାପୁଟ,୨୭ା୮(ଅମିତାଭ ବେହେରା): ଶିକ୍ଷାର ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାସ କରୁଥିବା ଅଞ୍ଚଳଗୁଡ଼ିକରେ…

ବଢ଼ୁଛି ଜେନ୍‌ ଆଲ୍‌ଫାଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ, ୨୭ା୮ : ରାଜସ୍ଥାନର ଜୟପୁରସ୍ଥିତ ରାମପୁରା କନୱରପୁରା ଗ୍ରାମର ପ୍ରାଥମିକ ସ୍କୁଲ ଘରର ଭଙ୍ଗାଦଦରା ଅବସ୍ଥା ଯୋଗୁ ପିଲାମାନଙ୍କୁ ଏକ ଗୁହାଳରେ ପାଠ ପଢ଼ାଯାଉଥିଲା। ନିକଟରେ…

ତହସିଲଦାର, ଏଆର୍‌ଆଇ ନିଲମ୍ବିତ

ନୂଆପଡ଼ା,୨୭ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗଁାରେ ଜମି ବିକ୍ରିରେ ଜାଲିଆତି କରିବା ଅଭିଯୋଗରେ ମଙ୍ଗଳବାର ତହସିଲଦାର ସର୍ବେଶ୍ୱର ଜାଲ ଓ…

ନେପାଳରେ ଆକସ୍ମିକ ବନ୍ୟା: ୯୫ ମୃତ

କାଠମାଣ୍ଡୁ, ୨୭ା୮: ତିବ୍ବତ-ରସୁୱାଗଢ଼ି ସୀମାରୁ ୨୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ଅସ୍ଥିର ପାହାଡ଼ ଧସିବା ଏବଂ ସୀମାନ୍ତରେ ଥିବା ଲେନ୍ଦେ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ନେପାଳର…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri