CORONAVIRUS UPDATE: ରାଜ୍ୟରେ ପୁଣି ୫୯୧ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ ଆକ୍ରାନ୍ତ ସଂଖ୍ୟା ୧୬,୭୦୧ ରେ ପହଞ୍ଚିଲା

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ। ରାଜ୍ୟରେ ଶନିବାର ପୁଣି ୫୯୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧କୁ ବୃଦ୍ଧି ପାଇଛି। ତେବେ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୯୪ କ୍ୱାରାଣ୍ଟାଇନ୍‌ ସେଣ୍ଟରର ଓ ୧୯୭ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ୨୫ଟି ଜିଲାରୁ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରେ ସର୍ବାଧିକ ଗଞ୍ଜାମରୁ ୧୮୨ ଓ ଖୋର୍ଦ୍ଧା ଜିଲାରୁ ୧୨୧ଜଣ ରହିଛନ୍ତି। ସେହିପରି ଅନୁଗୋଳ ୧, ବାଲେଶ୍ୱର ୧୩, ବରଗଡ଼ ୩୫, ଭଦ୍ରକ ୩, ବଲାଙ୍ଗୀର ୯, ବୌଦ୍ଧ ୫, କଟକ ୩୮, ଦେବଗଡ଼ ୩, ଢ଼େଙ୍କାନାଳ ୯, ଜଗତସିଂହପୁର ୨୨, ଯାଜପୁର ୧୯, ଝାରସୁଗୁଡ଼ା ୫, କେନ୍ଦ୍ରପଡ଼ା ୮, କେନ୍ଦୁଝର ୬, କୋରାପୁଟ ୪, ମାଲକାନଗିରି ୮, ମୟୁରଭଞ୍ଜ ଓ ନବରଙ୍ଗପୁର ୨୨, ନୟାଗଡ଼ ୧୧, ପୁରୀ ୬, ରାୟଗଡ଼ା ୧, ସମ୍ବଲପୁର ୨୦, ସୁନ୍ଦରଗଡ଼ରୁ ୧୮ଜଣ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୬,୭୦୧ରେ ପହଞ୍ଚିଛି। ସେଥିମଧ୍ୟରୁ ୫,୨୫୯ ଚିକିତ୍ସିତ ହେଉଥିବା ବେଳେ ୧୧୩୩୦ଜଣ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି।