CORONAVIRUS UPDATE: ରାଜ୍ୟରେ ୧୬୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ଗୁରୁବାର ସକାଳେ ଆଉ ୬୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୦ଜିଲାରୁ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୫ କ୍ୱାରାଣ୍ଟାଇନ୍‌ ସେଣ୍ଟରର ଓ ୨ଟି ଲୋକାଲ କେସ୍‌ ରହିଥିବା ଜଣାପଡ଼ିଛି। ଗଞ୍ଜାମ ଜିଲାରେ ସର୍ବାଧିକ ୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁର ଓ ଖୋର୍ଦ୍ଧାରେ ୧୧ଜଣ ରହିଛନ୍ତି। ସେହିପରି ନୟାଗଡ଼ରେ ୭, ବଲାଙ୍ଗୀର ଓ ଜଗତସିଂହପୁରରେ ୨ଜଣ, କେନ୍ଦୁଝର ୧, ସମ୍ବଲପୁର ୨, ସୁବର୍ଣ୍ଣପୁର ୪, ବରଗଡ଼ରେ ଜଣେ ଲେଖାଏ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ୧୬୬୦ ନୂଆ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୪୧ଜଣ ଚିକିତ୍ସିତ ହେଉଥିବା ବେଳେ ୮୧୨ଜଣ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ୭ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି।

 

୨୭ମେ ପର୍ଯ୍ୟନ୍ତ ଜିଲା ଅନୁଯାୟୀ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ବିବରଣୀ