CORONAVIRUS UPDATE: ରାଜ୍ୟରେ ପୁଣି ୪୮ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮୭୬

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ରାଜ୍ୟରେ ସୋମବାର ପୁଣି ନୂଆ ୪୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ୨୨ଟି ଜିଲାରେ କରୋନା କାୟା ବିସ୍ତାର କରିସାରିଥିବା ବେଳେ ଆଜି କନ୍ଧମାଳ ଏହି ତାଲିକାରେ ଯୋଡ଼ି ହୋଇଛି। ଫଳରେ ୨୩ ଜିଲାକୁ ଛୁଇଁଛି କରୋନା। ସେଥିମଧ୍ୟରୁ ଯାଜପୁର ୧୬, ଗଞ୍ଜାମ ୧୫, ପୁରୀ ୪, କେନ୍ଦ୍ରାପଡ଼ା ୩, ନୟାଗଡ଼ ୩, କନ୍ଧମାଳ ୨, ବଲାଙ୍ଗୀର ୨, ବୌଦ୍ଧ ୧, କଟକ ୧, ଖୋର୍ଦ୍ଧାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୮୭୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬୫୨ ଚିକିତ୍ସାଧୀନ ଅଛନ୍ତି। ୨୨୦ ସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି।