ପାଟି ଭିତରେ ଏପରି ଲାଲ୍‌ ଚିହ୍ନ ଅଛି କି, ହୋଇପାରେ କରୋନାର ଲକ୍ଷଣ

ପାଟି ଭିତରେ ଲାଲରଙ୍ଗର ଏକ ଚିହ୍ନ ଦେଖାଯାଉଥିଲେ ତାହା ମଧ୍ୟ କରୋନା ଭୂତାଣୁର ଲକ୍ଷଣ ହୋଇପାରେ ବୋଲି ସ୍ପେନ୍‌ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଅନୁସନ୍ଧାନକାରୀମାନେ ଏହିପରି ୨୧ ଜଣ ରୋଗୀଙ୍କୁ ନେଇ ପରୀକ୍ଷା କରିଥିଲେ, ଯେଉଁମାନଙ୍କ ପାଟିରେ ଏପରି ଲାଲ୍‌ ରଙ୍ଗର ଚିହ୍ନ ବା ଦାଗ ଥିଲା, ସେମାନେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।
ଅଧ୍ୟୟନ ଅନୁଯାୟୀ, ଏକ ତୃତୀୟାଂଶ ରୋଗୀ ଏନ୍‌ଥାମ୍‌ରେ ପୀଡ଼ିତ ଥିବା ଜଣାପଡ଼ିଛି। ସାଧାରଣତଃ ଏହି ରୋଗରେ ରୋଗୀର ପାଟିରେ ଘା’ ହୋଇଯାଏ। ଅବଶ୍ୟ ଏହା ପ୍ରଥମ ଘଟଣା ନୁହେଁ। କାରଣ ପୂର୍ବରୁ କରୋନା ରୋଗୀଙ୍କଠାରେ ଚର୍ମରୋଗ ଦେଖାଦେଇଛି। ଏହାପୂର୍ବରୁ ଇଟାଲୀୟ ରୋଗୀମାନଙ୍କଠାରେ ମଧ୍ୟ ଏହି ଲକ୍ଷଣ ଦେଖାଯାଉଥିଲା। ବିଶେଷଜ୍ଞମାନେ ଏହା ମଧ୍ୟ ଜାଣିବାକୁ ପାଇଲେ କି, କରୋନା ରୋଗୀଙ୍କ ମଧ୍ୟରୁ ଯେଉଁମାନଙ୍କ ହାତ ଓ ପାଦରେ ଘା ’ହୋଇଛି, ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକ ମଧ୍ୟ ପାଟିର ଉପର ଭାଗରେ ଲାଲ୍‌ ରଙ୍ଗର ଚିହ୍ନ ଥିଲା।
ପ୍ରଥମ ଥର ପାଇଁ ଶରୀରରେ କରୋନାର କୌଣସି ଲକ୍ଷଣ ଦେଖାଯିବାର ପ୍ରାୟ ୧୨କିମ୍ବା ୧୪ ଦିନ ପରେ ରୋଗୀର ପାଟିରେ ଦାଗ ଦେଖାଯାଏ। ରେମନ୍‌ ଓ୍ବାଇ କାଜଲ୍‌ ୟୁନିଭରସିଟି ହସ୍ପିଟାଲ ଟିମ୍‌ କହିଛି ଯେ, ଡାକ୍ତରମାନେ କରୋନା ରୋଗୀଙ୍କ ପାଟି ମଧ୍ୟ ଯାଞ୍ଚ କରିବା ଉଚିତ ଯେ, ଏହି ଲକ୍ଷଣ ଅଛି କି ନାହିଁ। ଅନୁସନ୍ଧାନକାରୀମାନେ କହିଛନ୍ତି, ଅନେକ ଥର କରୋନା ରୋଗୀଙ୍କ ପାଟି ନିରାପତ୍ତା କାରଣରୁ ମଧ୍ୟ ପରୀକ୍ଷଣ କରାଯାଇନାହିଁ। କାରଣ ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିପାରନ୍ତି।
ଏତଦ୍‌ବ୍ୟତୀତ ଜ୍ୱର, ଶୁଖିଲା ଚର୍ମ, ଥକ୍କା ଅନୁଭବ କରିବା, ଶରୀରର ଯନ୍ତ୍ରଣା, ନାକ ରୁନ୍ଧି ହୋଇଯିବା ବା ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, ଝାଡ଼ା ହେବା, ଗନ୍ଧ ବାରି ନ ପାରିବା, ସ୍ବାଦ ଜାଣି ନ ପାରିବା, ଚର୍ମରେ ଦାଗ ସୃଷ୍ଟି ହେବା, ଆଙ୍ଗୁଠିର ରଙ୍ଗ ପରିବର୍ତ୍ତନ ହେବା କରୋନାର ମୁଖ୍ୟ ଲକ୍ଷଣ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ଜିଲା କଟକଣା ବସ୍‌ ପାଇଁ ଅଡୁଆ

ଭୁବନେଶ୍ୱର,୧।୭(ବ୍ୟୁରୋ): ଦୀର୍ଘଦିନ ଧରି ବସ୍‌ ସେବା ବନ୍ଦ ହେବା ପରେ ରାଜ୍ୟ ସରକାର ଜୁଲାଇ ପହିଲାରୁ ୨୦ଟି ଜିଲାରେ ଚଳାଚଳ କରିବାକୁ ଅନୁମତି ଦେଇଛନ୍ତି। ତେବେ...

ରେକର୍ଡ ଭାଙ୍ଗିଲା କରୋନା

ନୂଆଦିଲ୍ଲୀ, ୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ରବିବାର ଏହା ପୂର୍ବର ସମସ୍ତ ରେକର୍ଡ...

ମା’ ଯୋଗମାୟା ପୀଠ

କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁଣ୍ଡାବନ୍ଧ ଗ୍ରାମପଞ୍ଚାୟତ ଅଧୀନ ଗୁର୍ଜିମୁଣ୍ଡା ଗାଁଠାରୁ ଅଳ୍ପ କିଛି ଦୂରରେ ରହିଛି ଏହି ପବିତ୍ର ଯୋଗମାୟା ପୀଠ। ଏହା ଓଁ...

୭୦ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୨।୫: ଚିନ୍ତା ବଢାଇ ଚାଲିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୦୪ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ମୋଟ କରୋନା...

ମହାରାଷ୍ଟ୍ରରେ ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ୨,୯୪୦ କରୋନା ସଂକ୍ରମିତ

ମୁମ୍ବାଇ,୨୨।୫: କରୋନା ଭାଇରସ ସଂକ୍ରମଣ କ୍ଷେତ୍ରରେ ମହାରାଷ୍ଟ୍ରର ସ୍ଥିତି ବେଳକୁ ବେଳ ଅଣାୟତ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଦିନକରେ ଏଠାରେ...

ନାରୀ ଓ ରଙ୍ଗ

ରଙ୍ଗ ଓ ଭାବକୁ ନେଇ ସାରା ଜୀବନ ଜିଏଁ ନାରୀଟିଏ। କେତେବେଳେ ସେ ରଙ୍ଗ ମୁହଁର ଅବିର ତ କେତେବେଳେ ସିନ୍ଥିର ସିନ୍ଦୂର। ପୁଣି କେତେବେଳେ...

କରୋନା ଚିକିତ୍ସା ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ,୯।୫: କରୋନା ସଂକ୍ରମିତ ରୋଗୀ ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହେବା ପାଇଁ ଯେଉଁସବୁ ନିୟମ ରହିଥିଲା ସେଥିରେ କିଛିଟା ପରିବର୍ତ୍ତନ କରାଯାଇଥିବା ଜଣାପଡିଛି।...

ଖୋର୍ଦ୍ଧାରୁ ନୂଆ ୧୬ ଆକ୍ରାନ୍ତ ଚିହ୍ନଟ: ଜିଲାର ମୋଟ ପଜିଟିଭ ସଂଖ୍ୟା ୧୩୮ ଛୁଇଁଲା

ଖୋର୍ଦ୍ଧା ଅଫିସ,୩୦।୫: ଖୋର୍ଦ୍ଧା ଜିଲାରୁ ଶନିବାର ଆଉ ୧୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲାର ମୋଟ ପଜିଟିଭଙ୍କ ସଂଖ୍ୟା ୧୩୮କୁ...

Advertisement


Archives

Model This Week